ଝାଡଖଣ୍ଡରେ ଚାଲିଲା ମୋଦିଙ୍କ ଯାଦୁ! ପଲଟିଗଲା ହେମନ୍ତ ସୋରେନଙ୍କ ଖେଳ

ରାଞ୍ଚି,୨୧।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ବର୍ତ୍ତମାନ ଶେଷ ହୋଇଛି। ଏବେ ନଭେମ୍ବର ୨୩ରେ ହେବାକୁ ଥିବା ଫଳାଫଳ ଦିନକୁ ଅପେକ୍ଷା କରିଛନ୍ତି । ଅବଶ୍ୟ, ଏହା ପୂର୍ବରୁ ଏକଜିଟ ପୋଲ ସମସ୍ତଙ୍କୁ ଚକିତ କରିଛି। ଯେଉଁଥିରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ଝାଡଖଣ୍ଡ ନିର୍ବାଚନରେ ଭାଜପାର ନିର୍ବାଚନୀ ପ୍ରତିଶ୍ରୁତି ପ୍ରଭାବଶାଳୀ ପ୍ରମାଣିତ ହୋଇଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ନିର୍ବାଚନ ତାରିଖ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ହେମନ୍ତ ସୋରେନଙ୍କ ସରକାର ବଡ଼ […] The post ଝାଡଖଣ୍ଡରେ ଚାଲିଲା ମୋଦିଙ୍କ ଯାଦୁ! ପଲଟିଗଲା ହେମନ୍ତ ସୋରେନଙ୍କ ଖେଳ appeared first on Dharitri Odia News.

ଝାଡଖଣ୍ଡରେ ଚାଲିଲା ମୋଦିଙ୍କ ଯାଦୁ! ପଲଟିଗଲା ହେମନ୍ତ ସୋରେନଙ୍କ ଖେଳ

ରାଞ୍ଚି,୨୧।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ବର୍ତ୍ତମାନ ଶେଷ ହୋଇଛି। ଏବେ ନଭେମ୍ବର ୨୩ରେ ହେବାକୁ ଥିବା ଫଳାଫଳ ଦିନକୁ ଅପେକ୍ଷା କରିଛନ୍ତି । ଅବଶ୍ୟ, ଏହା ପୂର୍ବରୁ ଏକଜିଟ ପୋଲ ସମସ୍ତଙ୍କୁ ଚକିତ କରିଛି। ଯେଉଁଥିରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ଝାଡଖଣ୍ଡ ନିର୍ବାଚନରେ ଭାଜପାର ନିର୍ବାଚନୀ ପ୍ରତିଶ୍ରୁତି ପ୍ରଭାବଶାଳୀ ପ୍ରମାଣିତ ହୋଇଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ନିର୍ବାଚନ ତାରିଖ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ହେମନ୍ତ ସୋରେନଙ୍କ ସରକାର ବଡ଼ ଚାଲ୍‌ କରି ଏକ ମଇଆ ଯୋଜନା ଅଧୀନରେ ଦିଆଯାଉଥିବା ଭତ୍ତା ବୃଦ୍ଧି କରି ଏକ ବଡ ନିଷ୍ପତ୍ତି ନେଇଥିଲେ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଭାଜପା ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଗଲା, ଆଉ ଭାଜପା ଗୋଗୋ ଦିଦି ଯୋଜନା ଘୋଷଣା କରିଦେଲା।

ଗୋଗୋ ଦିଦି ଯୋଜନା ଭାଜପା ଏହାର ମନିଫେଷ୍ଟୋରେ ଘୋଷଣା କରଥିଲା। ଏହି ଯୋଜନା ଅଧୀନରେ ଝାଡଖଣ୍ଡର ମହିଳାମାନଙ୍କୁ ପ୍ରତି ମାସରେ ୨୧୦୦ଟଙ୍କା ମିଳିବା ନେଇ ପ୍ରତିଶ୍ରୁତି ଦିଆଯାଥିଲା। ଏହି ଯୋଜନା ମାଧ୍ୟମରେ ଝାଡ଼ଖଣ୍ଡରେ ଏନଡିଏ ସରକାର ଗଠନ ହେବା ମାତ୍ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତି ମାସରେ ୨୧୦୦ଟଙ୍କା ପଠାଯିବ। ଯେତେବେଳେ ହେମନ୍ତ ସରକାରଙ୍କ ଯୋଜନା ଅଧୀନରେ ମହିଳାମାନେ ପ୍ରତି ମାସରେ ୧୦୦୦ ଟଙ୍କା ଦିଆଯିବ। ନିର୍ବାଚନ ଫଳାଫଳ ପୂର୍ବରୁ ମଧ୍ୟ ଭାଜପା କର୍ମୀମାନେ ଘରଘରକୁ ଯାଇ ମହିଳାମାନଙ୍କ ଫର୍ମ ପୂରଣ କରିବାକୁ ଲାଗିଥିଲେ।

 

The post ଝାଡଖଣ୍ଡରେ ଚାଲିଲା ମୋଦିଙ୍କ ଯାଦୁ! ପଲଟିଗଲା ହେମନ୍ତ ସୋରେନଙ୍କ ଖେଳ appeared first on Dharitri Odia News.