ସବୁଜ ମହାନଦୀ ମିଶନ: ପ୍ରହସନ ପାଲଟିଲା ଚାରାରୋପଣ

ଭେଡେନ,୨୩।୫(ହୃଷୀକେଶ ଖମାରୀ): ରାଜ୍ୟ ଓ କେନ୍ଦ୍ର ସରକାର ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଆନ୍ତରିକତା ଅଭାବରୁ ତାହା ଫଳପ୍ରଦ ହୋଇପାରିନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲା ଭେଡେନ ବ୍ଲକସ୍ଥିତ ଊଦେପୁର ଅଞ୍ଚଳରେ। ବରଗଡ଼ ବନଖଣ୍ଡ ତରଫରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ସବୁଜ ମହାନଦୀ ମିଶନ ନାମରେ ମହାତ୍ମା ଗାନ୍ଧୀ […] The post ସବୁଜ ମହାନଦୀ ମିଶନ: ପ୍ରହସନ ପାଲଟିଲା ଚାରାରୋପଣ appeared first on Dharitri Odia News.

ସବୁଜ ମହାନଦୀ ମିଶନ: ପ୍ରହସନ ପାଲଟିଲା ଚାରାରୋପଣ

ଭେଡେନ,୨୩।୫(ହୃଷୀକେଶ ଖମାରୀ): ରାଜ୍ୟ ଓ କେନ୍ଦ୍ର ସରକାର ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଆନ୍ତରିକତା ଅଭାବରୁ ତାହା ଫଳପ୍ରଦ ହୋଇପାରିନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲା ଭେଡେନ ବ୍ଲକସ୍ଥିତ ଊଦେପୁର ଅଞ୍ଚଳରେ। ବରଗଡ଼ ବନଖଣ୍ଡ ତରଫରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ସବୁଜ ମହାନଦୀ ମିଶନ ନାମରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉଦେପୁରଠାରେ ୧୦ ହେକ୍ଟର ଚାରଣ ଭୂମିରେ ୧୬ହଜାର ଚାରାରୋପଣ କରାଯାଇଥିଲା। ତାହା ସୂଚନା ଫଳକରେ ଉଲ୍ଲେଖ ରହିଛି। ତେବେ ବର୍ତ୍ତମାନ ସେଠାରେ କେବଳ ସୂଚନା ଫଳକ ହିଁ ରହିଛି। ଏପରିକି ୧୬ ହଜାର ଚାରାରୋପଣ କରାଯାଇଥିବା ନେଇ ସୂଚନା ଫଳକରେ ଉଲ୍ଲେଖ ରହିଥିଲେ ହେଁ ବର୍ତ୍ତମାନ ଏହି ଚରଣ ଭୂମିରେ ୧୬ ଗଛ ଦେଖିବାକୁ ମିଳୁ ନାହିଁ। ସବୁଜ ମହାନଦୀ ମିଶନରେ ଚାରାରୋପଣ ଆଳରେ ବଡ଼ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପୁଣି ୨୦୨୦-୨୧ ଆର୍ଥିକ ବର୍ଷରେ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଉଦେପୁର ଗ୍ରାମ ପଞ୍ଚାୟତ ତରଫରୁ ମହାନଦୀ ଖଣି ରାସ୍ତା ପାଶର୍‌ବରେ ଚାରାରୋପଣ କରିବା ପାଇଁ ୬୬ ହଜାର ଟଙ୍କା ଅନୁଦାନ ମିଳିଥିବା ଅନ୍ୟ ଏକ ସୂଚନାଫଳକରେ ଦର୍ଶାଯାଇଛି। ହେଲେ ରାସ୍ତା ପାର୍ଶରେ ବର୍ତ୍ତମାନ ସେତେ ପରିମାଣରେ ଗଛ ନାହିଁ। ଏଥିପ୍ରତି ବରଗଡ଼ ଜିଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜନସାଧାରଣରେ ଦାବି ହେଉଛି।

The post ସବୁଜ ମହାନଦୀ ମିଶନ: ପ୍ରହସନ ପାଲଟିଲା ଚାରାରୋପଣ appeared first on Dharitri Odia News.