ଶନିବାର ଦିନର ଅବଧି ହେବ ୧୩ ଘଣ୍ଟା, ଜାଣନ୍ତୁ କେତେ ଦୀର୍ଘ ହେବ ରାତି?

ନୂଆଦିଲ୍ଲୀ ୨୦।୬: ଆଷାଢ଼ କୃଷ୍ଣ ଏକାଦଶୀ ୨୧ ଜୁନ ଶନିବାର ଜ୍ୟୋତିଷୀୟ, ଧାର୍ମିକ ଓ ଖଗୋଳିୟ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସୌର ପରିବାରର ମୁଖ୍ୟ ସୂର୍ଯ୍ୟ ଉତ୍ତରାୟଣରୁ ଦକ୍ଷିଣାୟନ ହେବେ। ଏହି ଦିନ ସୂର୍ଯ୍ୟ ମକର ରେଖାରେ ଲମ୍ବବତ ରହିବେ। ଏଣୁ ଶନିବାର ଦିନର ଅବଧି ୧୩ ଘଣ୍ଟା ରହିବ ଓ ରାତି ୧୧ ଘଣ୍ଟାର ହେବ। ସୂର୍ଯ୍ୟ ୨୨ ଜୁନ ରବିବାର ମଧ୍ୟହ୍ନ ୧.୫୪ ମିନିଟରେ ଆର୍ଦ୍ଦ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଏଣୁ ପର୍ଯ୍ୟାପ୍ତ ବର୍ଷା ସହିତ ଆନ୍ତିରକ ଉର୍ଜାରେ ସନ୍ତୁଳନ ହେବ। ଆର୍ଦ୍ଦ୍ରା ନକ୍ଷତ୍ର କୃଷି କାର୍ଯ୍ୟ ପାଇଁ ଉତ୍ତମ। ଏହି ଦିନ ବିଜବପନ ଓ କୃଷି କାର୍ଯ୍ୟ କରିବା ଶୁଭ ମନେ କରାଯାଏ। ସୂର୍ଯ୍ୟ ଆର୍ଦ୍ଦ୍ରା ନକ୍ଷତ୍ରରେ ଥିବା ବେଳେ ବୁଧ ଓ ଗୁରୁ ଏକସାଙ୍ଗରେ ରହିବା ଉତ୍ତମ ବୃଷ୍ଟିର ସଂକେତ। ଏହି ସମୟରେ ରୋହିଣୀ ନକ୍ଷତ୍ରର ବାସ ସମୁଦ୍ର କୂଳରେ ହେଉଥିବାରୁ ପବନର ବେଗ ବଢିବା ସହ ମୌସୁମୀ ମଜଭୁତ ହେବାର ସଂକେତ ଦେଉଛି। ଏଥର ମଘା, ପୁଷ୍ୟା ଓ ଅଶ୍ଲେଷା ନକ୍ଷତ୍ରରେ ଅଧିକ ବର୍ଷା ହେବାର ସମ୍ଭାବନା ରହୁଛି। 

ଶନିବାର ଦିନର ଅବଧି ହେବ ୧୩ ଘଣ୍ଟା, ଜାଣନ୍ତୁ କେତେ ଦୀର୍ଘ ହେବ ରାତି?

ନୂଆଦିଲ୍ଲୀ ୨୦।୬: ଆଷାଢ଼ କୃଷ୍ଣ ଏକାଦଶୀ ୨୧ ଜୁନ ଶନିବାର ଜ୍ୟୋତିଷୀୟ, ଧାର୍ମିକ ଓ ଖଗୋଳିୟ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସୌର ପରିବାରର ମୁଖ୍ୟ ସୂର୍ଯ୍ୟ ଉତ୍ତରାୟଣରୁ ଦକ୍ଷିଣାୟନ ହେବେ। ଏହି ଦିନ ସୂର୍ଯ୍ୟ ମକର ରେଖାରେ ଲମ୍ବବତ ରହିବେ। ଏଣୁ ଶନିବାର ଦିନର ଅବଧି ୧୩ ଘଣ୍ଟା ରହିବ ଓ ରାତି ୧୧ ଘଣ୍ଟାର ହେବ। ସୂର୍ଯ୍ୟ ୨୨ ଜୁନ ରବିବାର ମଧ୍ୟହ୍ନ ୧.୫୪ ମିନିଟରେ ଆର୍ଦ୍ଦ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଏଣୁ ପର୍ଯ୍ୟାପ୍ତ ବର୍ଷା ସହିତ ଆନ୍ତିରକ ଉର୍ଜାରେ ସନ୍ତୁଳନ ହେବ। 

ଆର୍ଦ୍ଦ୍ରା ନକ୍ଷତ୍ର କୃଷି କାର୍ଯ୍ୟ ପାଇଁ ଉତ୍ତମ। ଏହି ଦିନ ବିଜବପନ ଓ କୃଷି କାର୍ଯ୍ୟ କରିବା ଶୁଭ ମନେ କରାଯାଏ। ସୂର୍ଯ୍ୟ ଆର୍ଦ୍ଦ୍ରା ନକ୍ଷତ୍ରରେ ଥିବା ବେଳେ ବୁଧ ଓ ଗୁରୁ ଏକସାଙ୍ଗରେ ରହିବା ଉତ୍ତମ ବୃଷ୍ଟିର ସଂକେତ। ଏହି ସମୟରେ ରୋହିଣୀ ନକ୍ଷତ୍ରର ବାସ ସମୁଦ୍ର କୂଳରେ ହେଉଥିବାରୁ ପବନର ବେଗ ବଢିବା ସହ ମୌସୁମୀ ମଜଭୁତ ହେବାର ସଂକେତ ଦେଉଛି। ଏଥର ମଘା, ପୁଷ୍ୟା ଓ ଅଶ୍ଲେଷା ନକ୍ଷତ୍ରରେ ଅଧିକ ବର୍ଷା ହେବାର ସମ୍ଭାବନା ରହୁଛି।