ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ; ବୁଥ୍ରେ ପୋଲିଂ ପାର୍ଟି, ୪୬୦ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
ଭୁବନେଶ୍ବର ୩୧/୦୫: ରାତି ପାହିଲେ ହେବ ଚଳିତ ନିର୍ବାଚନର ଶେଷ ଲଢ଼େଇ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ପଡ଼ିବ ଭୋଟ୍। ୬ ଲୋକସଭା ସହ ୪୨ ବିଧାନସଭା ଆସନ ପାଇଁ ନେତା ବାଛିବେ ଭୋଟର। ୯୯ ଲକ୍ଷ ୬୧ହଜାର ମତଦାତା ବାଛିବେ ନିଜ ମନପସନ୍ଦର ନେତା । ନିର୍ଦ୍ଧାରଣ କରିବେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ। ସେଥିମଧ୍ୟରୁ ୩୯୪ ବିଧାୟକ ପ୍ରାର୍ଥୀ ଏବଂ ୬୬ ସାଂସଦ ପ୍ରାର୍ଥୀ ରହିଛନ୍ତି।୧୦ ହଜାର ୮୮୨ ମତଦାନ କେନ୍ଦ୍ରରେ ଭୋଟର ମତଦାନ କରିବେ। ୧୪ଶହ ବୁଥ୍ ମହିଳାଙ୍କ ଦ୍ବାରା ପରିଚାଳିତ ହେବ। ୨୦ ପ୍ରତିଶତ ଆଦର୍ଶ ବୁଥ୍ ରହିଥିବା ବେଳେ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନ ଲାଗି ପୋଲିସ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ବରେ ରହିବେ ୩୬ ହଜାର ପୋଲିସ ଫୋର୍ସ, ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଏବଂ ୮୬ ପ୍ଲାଟୁନ ଓଡିଶା ଆର୍ମଡ ପୋଲିସ। ବୁଥ ତଦାରଖ କରିବ ୮୪୩ ଟି ମୋବାଇଲ ପେଟ୍ରୋଲିଂ ପାର୍ଟି।ସମ୍ବେଦନଶୀଳ ବୁଥରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି। ଜିଲ୍ଲା ସୀମାରେ ଥିବା ୨୧ ଟି ବର୍ଡର ଚେକ୍ ପୋଷ୍ଟରେ କଡାକଡି ଚେକିଂ ଚାଲିଛି। ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜଗତିସିଂହପୁର ଜିଲ୍ଲାର ୧୦୫୧ ମତଦାନ କେନ୍
ଭୁବନେଶ୍ବର ୩୧/୦୫: ରାତି ପାହିଲେ ହେବ ଚଳିତ ନିର୍ବାଚନର ଶେଷ ଲଢ଼େଇ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ପଡ଼ିବ ଭୋଟ୍। ୬ ଲୋକସଭା ସହ ୪୨ ବିଧାନସଭା ଆସନ ପାଇଁ ନେତା ବାଛିବେ ଭୋଟର। ୯୯ ଲକ୍ଷ ୬୧ହଜାର ମତଦାତା ବାଛିବେ ନିଜ ମନପସନ୍ଦର ନେତା । ନିର୍ଦ୍ଧାରଣ କରିବେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ। ସେଥିମଧ୍ୟରୁ ୩୯୪ ବିଧାୟକ ପ୍ରାର୍ଥୀ ଏବଂ ୬୬ ସାଂସଦ ପ୍ରାର୍ଥୀ ରହିଛନ୍ତି।୧୦ ହଜାର ୮୮୨ ମତଦାନ କେନ୍ଦ୍ରରେ ଭୋଟର ମତଦାନ କରିବେ। ୧୪ଶହ ବୁଥ୍ ମହିଳାଙ୍କ ଦ୍ବାରା ପରିଚାଳିତ ହେବ। ୨୦ ପ୍ରତିଶତ ଆଦର୍ଶ ବୁଥ୍ ରହିଥିବା ବେଳେ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନ ଲାଗି ପୋଲିସ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ବରେ ରହିବେ ୩୬ ହଜାର ପୋଲିସ ଫୋର୍ସ, ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଏବଂ ୮୬ ପ୍ଲାଟୁନ ଓଡିଶା ଆର୍ମଡ ପୋଲିସ। ବୁଥ ତଦାରଖ କରିବ ୮୪୩ ଟି ମୋବାଇଲ ପେଟ୍ରୋଲିଂ ପାର୍ଟି।ସମ୍ବେଦନଶୀଳ ବୁଥରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି। ଜିଲ୍ଲା ସୀମାରେ ଥିବା ୨୧ ଟି ବର୍ଡର ଚେକ୍ ପୋଷ୍ଟରେ କଡାକଡି ଚେକିଂ ଚାଲିଛି।
ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜଗତିସିଂହପୁର ଜିଲ୍ଲାର ୧୦୫୧ ମତଦାନ କେନ୍ଦ୍ର ମଧ୍ୟରୁ ୩୩ଟି ବୁଥ୍କୁ ସମ୍ବେଦନଶୀଳ ଏବଂ ୧୬ଟିକୁ ଅତି ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ଯାଜପୁରରେ ଭୋଟ୍ ପୂର୍ବରୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ୧୩ ଜଣ ପୋଲିଂ କର୍ମଚାରୀ ଅସୁସ୍ଥ । ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ବାରିପଦାରେ ବୁଥକୁ ଯିବା ପୂର୍ବରୁ ଡେସପାଚ ସେଣ୍ଟରରେ ଭୋଟ୍ ଦେଉଛନ୍ତି ପୋଲିଂ କର୍ମଚାରୀ । ମୟୁରଭଞ୍ଜ ଜିଲ୍ଳାର ୮ ନିର୍ବାଚନ ମଣ୍ଡଳୀରେ କାଲି ହେବ ଭୋଟିଂ। ଆସନ୍ତାକାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ। ୪ ତାରିଖରେ ହେବ ଭୋଟ ଗଣତି।