ରାଜଧାନୀରେ ଚାଞ୍ଚଲ୍ୟ, ନାବାଳିକାଙ୍କୁ ଅପହରଣ ବେଳେ ଦୁଇ ବଙ୍ଗୀୟ ଯୁବକ ଅଟକ !

ଭୁବନେଶ୍ୱର ୧୬।୦୬ : ରାଜଧାନୀରେ ଚାଞ୍ଚଲ୍ୟ ।ରାତିଅଧରେ ନାବାଳିକାଙ୍କୁ ଧରି ଫେରାର ହେଉଥିଲେ ୨ ବଙ୍ଗୀୟ ଯୁବକ । ନିଶା ଦେଇ ନାବାଳିକାଙ୍କୁ ଅପହରଣ କରୁଥିବା ବେଳେ ୨ ଯୁବକଙ୍କୁ ମାଡ଼ିବସିଲେ ସ୍ଥାନୀୟ ଲୋକେ । ୨ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ନାବାଳିକାଙ୍କୁ କୁଆଡ଼େ ଓ କାହିଁକି ନେଉଥିଲେ । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ଖବର ଅନୁଯାୟୀ, ଅଚେତ ଅବସ୍ଥାରେ ଧରି ନେଉଥିବା ବେଳେ ସ୍ଥାନୀୟ ଲୋକ ଦେଖିଥିଲେ । ସନ୍ଦେହ ହେବାରୁ ଗାଁଲୋକ ଉକ୍ତ ଯୁବକଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ଜିମା ଦେଇଛନ୍ତି । ଅଭିଯୋଗ ପରେ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କ ଅଟକ ରଖିବା ସହ ନାବାଳିକାକୁ ଚିକିତ୍ସା ନିମନ୍ତେ ଏମ୍ସ ମେଡିକାଲକୁ ପଠାଇଛି । ତେବେ ପୋଲିସ ଅଟକ ରଖିଥିବା ଦୁଇ ଯୁବକ ହେଲେ ପଶ୍ଚିମବଙ୍ଗ ମେଦିନପୁରର ଗୋପାଳ ମଜୁମଦାର ଓ ମୃତ୍ୟୁଞ୍ଜୟ ଘୋଷ । ଖଣ୍ଡଗିରି ଥାନା ଡୁମ୍‌ଡୁମା ଅଞ୍ଚଳରେ ଏକ ହୋଟେଲ୍‌ରେ ଶ୍ରମିକ ଭାବରେ କାମ କରନ୍ତି ଦୁଇ ଯୁବକ । ଅନ୍ୟପଟେ ନାବାଳିକା ମଧ୍ୟ ଅଚେତ ଅବସ୍ଥାରେ ଥିବାରୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । 

ରାଜଧାନୀରେ ଚାଞ୍ଚଲ୍ୟ, ନାବାଳିକାଙ୍କୁ ଅପହରଣ ବେଳେ ଦୁଇ ବଙ୍ଗୀୟ ଯୁବକ ଅଟକ !

ଭୁବନେଶ୍ୱର ୧୬।୦୬ : ରାଜଧାନୀରେ ଚାଞ୍ଚଲ୍ୟ ।ରାତିଅଧରେ ନାବାଳିକାଙ୍କୁ ଧରି ଫେରାର ହେଉଥିଲେ ୨ ବଙ୍ଗୀୟ ଯୁବକ । ନିଶା ଦେଇ ନାବାଳିକାଙ୍କୁ ଅପହରଣ କରୁଥିବା ବେଳେ ୨ ଯୁବକଙ୍କୁ ମାଡ଼ିବସିଲେ ସ୍ଥାନୀୟ ଲୋକେ । ୨ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ନାବାଳିକାଙ୍କୁ କୁଆଡ଼େ ଓ କାହିଁକି ନେଉଥିଲେ । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । 

ଖବର ଅନୁଯାୟୀ, ଅଚେତ ଅବସ୍ଥାରେ ଧରି ନେଉଥିବା ବେଳେ ସ୍ଥାନୀୟ ଲୋକ ଦେଖିଥିଲେ । ସନ୍ଦେହ ହେବାରୁ ଗାଁଲୋକ ଉକ୍ତ ଯୁବକଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ଜିମା ଦେଇଛନ୍ତି । ଅଭିଯୋଗ ପରେ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କ ଅଟକ ରଖିବା ସହ ନାବାଳିକାକୁ ଚିକିତ୍ସା ନିମନ୍ତେ ଏମ୍ସ ମେଡିକାଲକୁ ପଠାଇଛି । ତେବେ ପୋଲିସ ଅଟକ ରଖିଥିବା ଦୁଇ ଯୁବକ ହେଲେ ପଶ୍ଚିମବଙ୍ଗ ମେଦିନପୁରର ଗୋପାଳ ମଜୁମଦାର ଓ ମୃତ୍ୟୁଞ୍ଜୟ ଘୋଷ । ଖଣ୍ଡଗିରି ଥାନା ଡୁମ୍‌ଡୁମା ଅଞ୍ଚଳରେ ଏକ ହୋଟେଲ୍‌ରେ ଶ୍ରମିକ ଭାବରେ କାମ କରନ୍ତି ଦୁଇ ଯୁବକ । ଅନ୍ୟପଟେ ନାବାଳିକା ମଧ୍ୟ ଅଚେତ ଅବସ୍ଥାରେ ଥିବାରୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।