ପ୍ରେମିକା ସଂଖ୍ୟାରେ ସେଞ୍ଚୁରି ମାରିଲା ମିଷ୍ଟର ମଜନୁ, ଦିନ ଯେତେ ଗଡୁଛି ଲିଷ୍ଟ ସେତେ ବଢୁଛି…..

ଭୁବନେଶ୍ବର : ଦିନ ଯେତିକି ଗଡ଼ୁଛି, ରସିକ ନାଗର ସତ୍ୟଜିତ ସାମଲର କେଳେଙ୍କାରୀ ସେତିକି ଖୋଲୁଛି। ସତ୍ୟଜିତ କଳା କାରନାମା ଖୋଳତାଡ କରିବା ପରେ ପୁଣି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଏହି ମିଷ୍ଟର ମଜନୁର ପ୍ରେମିକା ସଂଖ୍ୟା ଶହେ ପାର୍‌ କରିଛି। ରଙ୍ଗିଲା ସତ୍ୟଜିତକୁ ଗିରଫ ପରେ ତାର ଶହେ ପ୍ରେମିକା ଥିବା ଜାଣିବାକୁ ପାଇଛି କମିଶନରେଟ ପୁଲିସ । ଗତକାଲି ୨ ଦିନର ରିମାଣ୍ଡ ଶେଷ ହେବା ପରେ ପୁଣି ଆଉଥରେ ୧୦ ଦିନିଆ […]

ପ୍ରେମିକା ସଂଖ୍ୟାରେ ସେଞ୍ଚୁରି ମାରିଲା ମିଷ୍ଟର ମଜନୁ, ଦିନ ଯେତେ ଗଡୁଛି ଲିଷ୍ଟ ସେତେ ବଢୁଛି…..
Mr. Majnu Satyajit Samal hits century in number of girlfriends, the list is increasing day by day

ଭୁବନେଶ୍ବର : ଦିନ ଯେତିକି ଗଡ଼ୁଛି, ରସିକ ନାଗର ସତ୍ୟଜିତ ସାମଲର କେଳେଙ୍କାରୀ ସେତିକି ଖୋଲୁଛି। ସତ୍ୟଜିତ କଳା କାରନାମା ଖୋଳତାଡ କରିବା ପରେ ପୁଣି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଏହି ମିଷ୍ଟର ମଜନୁର ପ୍ରେମିକା ସଂଖ୍ୟା ଶହେ ପାର୍‌ କରିଛି। ରଙ୍ଗିଲା ସତ୍ୟଜିତକୁ ଗିରଫ ପରେ ତାର ଶହେ ପ୍ରେମିକା ଥିବା ଜାଣିବାକୁ ପାଇଛି କମିଶନରେଟ ପୁଲିସ । ଗତକାଲି ୨ ଦିନର ରିମାଣ୍ଡ ଶେଷ ହେବା ପରେ ପୁଣି ଆଉଥରେ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଛି । ୨ ଟି ସ୍ପେଶାଲ ଟିମ ଗଠନ ହୋଇ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଇ ଏହି ରସିକ ନାଗର ବିଷୟରେ ଅଧିକ ଖୋଳତାଡ କରୁଛନ୍ତି।

କିନ୍ତୁ ଏହାରି ଭିତରେ ପୁଲିସ ପାଖକୁ ଆସିଛି ଆଉ ଏକ ନୂଆ ଅଭିଯୋଗ। ବ୍ରହ୍ମପୁରର ଜଣେ ଯୁବତୀଙ୍କ ଠାରୁ ବିବାହ ପ୍ରଲୋଭନ ଦେଖାଇ ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଛି ଏହି ଠକ । ସୁନା ବନ୍ଧକ ରଖି ଋଣ ଆଣି ଏହି ଠକକୁ ଟଙ୍କା ଦେବା ପରେ ସେ ଧୋକା ଦେଇ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ଯୁବତୀ ଜଣଙ୍କ । ଏ ନେଇ ତଦନ୍ତ କଲା ବେଳେ ସତ୍ୟଜିତ ବ୍ୟବହାର କରୁଥିବା ଆଉ ଏକ କଳା ରଙ୍ଗର ଦାମୀ କାର ଜବତ କରାଯାଇଛି। ୪ ଟା ବ୍ୟାଙ୍କ ଆକାଉଣ୍ଟ ଠାବ କରାଯାଇଛି। ୩ ଟି କାର ଓ ବୁଲେଟ ବର୍ତ୍ତମାନ ସୁଧା ମିଳିଛି । ଠକେଇ ଓ ଆର୍ମସ ଆକ୍ଟରେ ୩ ଟି ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଜଣେ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ଦୁବାଇ, ଲଣ୍ଡନରେ ନାମିଦାମୀ କମ୍ପାନୀରେ କାମ କରିଛି । ଏକାଧିକ ବିଦେଶୀ ଭାଷା ଜାଣିଥିବାରୁ କଥା ହୋଇ ଯୁବତୀ ଓ ମହିଳାଙ୍କୁ ଫଶାଇଥିବା କହିଛନ୍ତି ଡିସିପି ।

ଅନ୍ୟପଟେ ଗତକାଲି ସତ୍ୟଜିତ କଳାକାରନାମା ପଛରେ ଜଣେ ରହସ୍ୟମୟୀ ମହିଳାଙ୍କ ସମ୍ପୃକ୍ତି ମଧ୍ୟ ପୁଲିସ ନଜରକୁ ଆସିଛି। ସତ୍ୟଜିତର ବ୍ୟାଙ୍କ କାରବାର ଯାଞ୍ଚ କରିବା ପରେ ସାମ୍‌‌ନାକୁ ଆସିଛନ୍ତି ଏହି ରହସ୍ୟମୟୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ସତ୍ୟଜିତ ଗିରଫ ହେବା ପରଦିନ ତାଙ୍କ ଆକାଉଣ୍ଟରୁ ୫୦ହଜାର ଟଙ୍କା ଉଠାଯାଇଛି। ପୁଲିସ ଖୋଳତାଡ଼ କରିବା ପରେ ୩ ମାସ ମଧ୍ୟରେ ସତ୍ୟଜିତଙ୍କ ଆକାଉଣ୍ଟରୁ ମହିଳାଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କାର କାରବାର ହୋଇଛି। ରହସ୍ୟମୟୀ ମହିଳା ଜଣକ ସତ୍ୟଜିତ ଟଙ୍କା କାରବାରରେ ସମ୍ପୃକ୍ତି ରହିଛନ୍ତି। ଭୁବନେଶ୍ୱର ଏକ ଏଟିଏମ୍‌‌ରୁ ୫୦ ହଜାର ଟଙ୍କା ଏଟିଏମ୍‌‌ରୁ ଉଠାଯାଇଥିବା ପ୍ରମାଣ ମିଳିଥିଲେ ମଧ୍ୟ କିଏ ଟଙ୍କା ଉଠାଇଛି, ସେଦିଗର ତଦନ୍ତ କରାଯାଉଛି। ତେଣୁ ରହସ୍ୟମୟୀ ମହିଳା ଏବେ ପୁଲିସର ସ୍କାନରକୁ ଆସୁଛନ୍ତି। ସେଇ ମହିଳାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି।

ସତ୍ୟଜିତ ବିବାହ ଛଳନା ଆଳରେ ଠକେଇ ବଡ଼ ସାମ୍ରାଜ୍ୟ ପଦାକୁ ଆସୁଛି। ଏହାର ଗୁମର ଖୋଲିବାକୁ ମହିଳା ପୁଲିସଙ୍କୁ ନେଇ ଦୁଇଟି ସ୍ୱତନ୍ତ୍ର ଟିମ୍‌‌ ଗଠନ କରାଯାଇଛି। ଠକେଇର ଶିକାର ହୋଇଥିବା ଅଧିକ ମହିଳା କୋଲକାତା ଓ ଛତିଶଗଡ଼ର ଅଛନ୍ତି। ତେଣୁ ଗୋଟିଏ ଟିମ୍‌‌ କୋଲକାତା ଓ ଛତିଶଗଡ଼ର ରାୟପୁର ଯାଇ ତଦନ୍ତ ଆରମ୍ଭ କରି ଦେଇଛନ୍ତି। ବିବାହ ପ୍ରତିଶ୍ରୁତି ଆଳରେ ଛଳନାର ଶିକାର ହୋଇଥିବା ମହିଳାଙ୍କୁ ପଚରାଉଚରା କରାଯାଇ ବୟାନ ରେକର୍ଡ କରାଯାଉଛି। ଅନୁରୂପ ଭାବେ ଓଡ଼ିଶାରେ ବି ୧୫ରୁ ଅଧିକ ମହିଳା ଠକେଇ ଶିକାର ହୋଇଛନ୍ତି। ଅନ୍ୟ ଏକ ଟିମ୍‌‌ ରାଜ୍ୟ ଭିତରେ ତଦନ୍ତ ଚଳାଇଛନ୍ତି। ଯେଉଁ ମହିଳାମାନେ ସତ୍ୟଜିତ ନାଁରେ ଅଭିଯୋଗ କରୁଛନ୍ତି, ସେମାନଙ୍କୁ ଏହି ସ୍ୱତନ୍ତ୍ର ଟିମ୍‌‌ ପଚରାଉଚରା କରୁଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ସତ୍ୟଜିତ ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଥିଲା। ପରବର୍ତ୍ତୀ ସମୟରେ ସେହି ମହିଳାଙ୍କଠାରୁ ଟଙ୍କା ଠକେଇ କରି କୋଟିପତି ହେଉଥିଲା। ସତ୍ୟଜିତର ଠକେଇର ବିଶାଳ ଦୁର୍ଗକୁ ଭାଙ୍ଗିବାକୁ ତଦନ୍ତକୁ ଜୋର୍‌‌ଦାର କରାଯାଉଛି। ଏଥିପାଇଁ ସତ୍ୟଜିତକୁ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ୧୦ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯାଇଛି। ସେଭଳି ସତ୍ୟଜିତଙ୍କ ଏବେ ସୁଦ୍ଧା ୩ଟି କାର୍‌‌ ଜବତ ହୋଇଛି। ଆଉ ଗୋଟିଏ କାର୍‌‌ର ସନ୍ଧାନ ମିଳିଛି। କାର୍‌‌ଟି ଏକ ଟ୍ରାଭେଲ୍ସ ଏଜେନ୍ସିରେ ଲଗାଇଥିବା ଜଣାପଡ଼ିଛି। ତେଣୁ କାର୍‌‌କୁ ଜବତ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ସତ୍ୟଜିତର ଆର୍ଥିକ କାରବାର ଖୋଳତାଡ଼ ସହ ଟଙ୍କା ନିବେଶର ଉତ୍ସ ବିଷୟରେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ଜାରିରଖିଛି।

ଅନ୍ୟପକ୍ଷରେ ସତ୍ୟଜିତଙ୍କ ଘରୁ ଦୁଇଟି ପାସ୍‌‌ପୋର୍ଟ ମିଳିଥିଲା। ଗୋଟିଏ ପାସ୍‌‌ପୋର୍ଟ ଜଣେ ମହିଳାଙ୍କର ଥିଲା ଓ ସେ ତାଙ୍କର ପତ୍ନୀଙ୍କ ବୋଲି ଦର୍ଶାଉଥିଲା। ସମ୍ପୃକ୍ତ ମହିଳାଙ୍କ ସହ ସତ୍ୟଜିତର ନିବିଡ଼ ସମ୍ପର୍କ ରହିଥିବାର ପ୍ରମାଣ ମିଳିଛି। ସେ ରହସ୍ୟମୟୀ ମହିଳା ସାଜି ପଛଦପଟରେ ରହିଥିବା ପୁଲିସ ସନ୍ଦେହ କରୁଛି। ସେହିପରି ସତ୍ୟଜିତ କାରନାମା କଥା ଅନେକ ମହିଳା ଜାଣି ନ ଥିଲେ। ଟିଭି, ପେପର ଓ ସାମାଜିକ ଗଣମାଧ୍ୟମରୁ ଜାଣିବା ପରେ ଆଚମ୍ବିତ ହୋଇଯାଇଛନ୍ତି। କାହାକୁ ଚକ୍ରାନ୍ତକରି ବିବାହ କରିଥିଲା ତ ଆଉ କାହାକୁ ଛଳନା କରି ବିବାହ କରିଥିଲା। ସତ୍ୟଜିତର ୧୦୦ ପ୍ରେମିକା ଜଣାପଡ଼ିବା ପରେ ସମସ୍ତଙ୍କୁ ଯୋଗାଯୋଗ କରାଯାଉଛି। ପର୍ଯ୍ୟାୟକ୍ରମେ ସେମାନଙ୍କର ବୟାନ ରେକର୍ଡ କରାଯିବା ସହ ପଚରାଉଚରା ଜାରି ରହିଛି। ତେବେ ଅଧିକାଂଶ ମହିଳା ସତ୍ୟଜିତଙ୍କୁ ଟଙ୍କା ଦେଇ ନ ଥିବା ବେଳେ ଆଉ କିଛି ମୁହଁ ଖୋଲିବାକୁ ଅରାଜି ଥିବା ପୁଲିସ କହିଛି।