ବିଏମ୍‌ସି ଅଫିସ୍‌ରେ ଆତଙ୍କରାଜକୁ ଦୃଢ଼ ନିନ୍ଦାକଲେ ନବୀନ, ରାଜ୍ୟବାସୀ କେବେ କ୍ଷମା କରିବେ ନାହିଁ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ କମିଶନର (ଓଏଏସ ଅଧିକାରୀ) ରତ୍ନାକର ସାହୁଙ୍କୁ ଆକ୍ରମଣ ଓ ମାଡ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇରେ ଚିକିତ୍ସାଧୀନ ନବୀନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଆକ୍ରମଣର ଭିଡିଓ ମୋତେ ଚକିତ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସରକାର ପ୍ରତି ବିଶ୍ୱାସ ଫେରାଇ ଆଣିବାକୁ […]

ବିଏମ୍‌ସି ଅଫିସ୍‌ରେ ଆତଙ୍କରାଜକୁ ଦୃଢ଼ ନିନ୍ଦାକଲେ ନବୀନ, ରାଜ୍ୟବାସୀ କେବେ କ୍ଷମା କରିବେ ନାହିଁ
New JMFC Court to be set up in Deogarh District Barakot

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ କମିଶନର (ଓଏଏସ ଅଧିକାରୀ) ରତ୍ନାକର ସାହୁଙ୍କୁ ଆକ୍ରମଣ ଓ ମାଡ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇରେ ଚିକିତ୍ସାଧୀନ ନବୀନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଆକ୍ରମଣର ଭିଡିଓ ମୋତେ ଚକିତ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସରକାର ପ୍ରତି ବିଶ୍ୱାସ ଫେରାଇ ଆଣିବାକୁ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ପୂର୍ବତନ ରାଜ୍ୟପାଳଙ୍କ ପୁଅ ଯେପରି ଜଣେ ଅଧିକାରୀଙ୍କୁ ଆକ୍ରମଣ କରି ଦଣ୍ଡିତ ହେବାରୁ ବର୍ତ୍ତିଗଲେ, ଏହି ଘୃଣ୍ୟ କାର୍ଯ୍ୟ ସହ ଜଡ଼ିତ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ସେପରି ଘଟିବାକୁ ଦିଆନ ଯାଉ ବୋଲି କହିଛନ୍ତି ନବୀନ।

ଏହା ସହ ରାଜ୍ୟବାସୀ ଏପରି ଘଟଣାକୁ ଆଦୌ କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି। ନବୀନ କହିଛନ୍ତି ଯେ ବିଏମସିର ଅତିରିକ୍ତ କମିଶନର ତଥା ଅତିରିକ୍ତ ସଚିବ ପାହ୍ୟାର ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଟାଣି ନିଆଯାଇ ଜଣେ ବିଜେପି କର୍ପୋରେଟରଙ୍କ ସମ୍ମୁଖରେ ନିର୍ମମ ମାଡ଼ ମାରିବା ସହ ଲାତ ମାରି ଆକ୍ରମଣ କରାଯାଇଛି। ଏହି କର୍ପୋରେଟର ଜଣକ ଜଣେ ପରାଜିତ ବିଜେପି ବିଧାୟକଙ୍କ ସହ ଜଡ଼ିତ ବୋଲି ଅଭିଯୋଗ ହେଉଛି। ତେବେ ଏହାଠାରୁ ଅଧିକ ଭୟଙ୍କର ଏବି ଚିନ୍ତାଜନକ କଥା ହେଉଛିି ଯେ ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଜଣେ ବରିଷ୍ଠ ଅଧିକାରୀ ଯେତେବେଳେ ତାଙ୍କ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣୁଥିଲେ, ସେତେବେଳେ ଏହି ଆକ୍ରମଣ ଘଟିଛି।


ଯେଉଁମାନେ ଏହି ଆକ୍ରମଣ କରିଛନ୍ତି କେବଳ ସେମାନଙ୍କ ବିରୋଧରେ ନୁହେଁ; ବରଂ ଏହି ଲଜ୍ଜାଜନକ ଆକ୍ରମଣର ଷଡ଼ଯନ୍ତ୍ର ରଚନା କରିଥିବା ରାଜନୈତିକ ନେତାମାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଓଏଏସ ଅଫିସର ଶ୍ରୀ ସାହୁ ତାଙ୍କ ଏଫଆଇଆରରେ ଯାହାଙ୍କର ନାମ ଉଲ୍ଲେଖ କରିଛନ୍ତି ସେମାନେ ଅପରାଧୀଙ୍କ ଭଳି ଆଚରଣ କରିଛନ୍ତି। ଯଦି ଜଣେ ବରିଷ୍ଠ ଅଧିକାରୀ ନିଜ କାର୍ଯ୍ୟାଳୟରେ ସୁରକ୍ଷିତ ନୁହନ୍ତି, ତେବେ ସାଧାରଣ ନାଗରିକ ସରକାରଙ୍କଠାରୁ କେଉଁ ଆଇନ ଶୃଙ୍ଖଳା ଆଶା କରିବେ ବୋଲି ନବୀନ ଉଦବେଗ ପ୍ରକାଶ କରିଛନ୍ତି।