‘ଜୋକର-୨’ର ଟ୍ରେଲର ରିଲିଜ୍, ଜୋକ୍ଵିନ ଫୋନିକ୍ସଙ୍କ ସହ ନଜର ଆସିବେ ଆମେରିକୀୟ ଗାୟିକା ଲେଡି ଗାଗା

ମୁମ୍ଵାଇ ୧୧।୦୪: ୨୦୧୯ରେ ରିଲିଜ୍‌ ହୋଇଥିବା ହଲିଉଡ୍‌ ଫିଲ୍ମ ‘ଜୋକର୍‌’ର ୨ୟ ଭାଗର ପ୍ରଥମ ଟ୍ରେଲର୍‌ ରିଲିଜ୍‌  ହୋଇଛି । ଓସ୍କାର ବିଜେତା ଜୋକ୍ୱିନ ଫୋନିକ୍ସଙ୍କ ଏହି ଫିଲ୍ମରେ ପ୍ରସିଦ୍ଧ ଆମେରିକୀୟ   ଗାୟିକା ଲେଡି ଗାଗା ଏଣ୍ଟ୍ରି କରିଛନ୍ତି । ମୂଳ ଫିଲ୍ମ ଭଳି ୨ୟ ଭାଗରେ ଫୋନିକ୍ସ ଜୋକର୍‌  ଭୂମିକା ପ୍ଲେ କରିବେ । ଲେଡି ଗାଗା ଫୋନିକ୍ସଙ୍କ ପାର୍ଟନର୍‌ ହାର୍ଲେ କ୍ୱିନ୍‌ ଭୂମିକାରେ ନଜର  ଆସିବେ । ଆସନ୍ତା ଅକ୍ଟୋବର ୪ ତାରିଖରେ ଆମେରିକା ଓ ଭାରତରେ ଏହା ମୁକ୍ତିଲାଭ କରିବ ।  ଭାରତରେ ଏହା ହିନ୍ଦୀ, ଇଂରାଜୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ । ୨ ମିନିଟ୍‌ ୩୦ ସେକେଣ୍ଡ୍‌ର ଏହି ଟ୍ରେଲର୍‌ ଆରମ୍ଭ ହୋଇଛି ଜେଲରେ ବନ୍ଦୀ ଥିବା ଜୋକର୍‌ ଓରଫ  ଫୋନିକ୍ସଙ୍କଠୁ । ପୁଲିସ ତାଙ୍କୁ ଶୋ’ ପାଇଁ ନେବା ସମୟରେ ହାର୍ଲେ ସହ ତାଙ୍କର ଭେଟ ହୋଇଛି । ହାର୍ଲେ  ଜୋକର୍‌ଙ୍କୁ କହିଛନ୍ତି, ଚାଲ ଆମେ ପଳାଇବା । ଏହା ପରେ ଦୁହେଁ ମିଶି ଏକ ମ୍ୟୁଜିକାଲ ଶୋ’ କରିଛନ୍ତି।  ଟ୍ରେଲର୍‌ ଶେଷରେ ଜୋକର୍‌ କହିଛନ୍ତି, ଏବେ ସେ ଏକୁଟିଆ ନୁହନ୍ତି । ‘ଜୋକର-୨’ ଟାଇଟଲ୍‌ରେ ଫ୍ରେଞ୍ଚ୍‌ ଶବ୍ଦ ‘ଫୋଲି ଏ ଡିଉକ୍ସ’ ପ୍ରୟୋଗ ହୋଇଛି । ଏହାର ଅର୍ଥ  ଦୁଇ ଘନିଷ୍ଠ ବ୍ୟକ୍ତିଙ୍କର ମତିଭ୍ରମ । ଏଥିରୁ ସ୍ପଷ୍ଟ ହୁଏ ଯେ ଫିଲ୍ମରେ ଏ ଥର ଜୋକର୍‌ ଓ  ହାର୍ଲେଙ୍କ ପାଗଳାମି ଦେଖିବାକୁ ମିଳିବ । ଗାଗାଙ୍କ ଏଣ୍ଟ୍ରି ପରେ ଫିଲ୍ମର ୨ୟ ଭାଗକୁ ମ୍ୟୁଜିକାଲ  ଟଚ୍‌

‘ଜୋକର-୨’ର ଟ୍ରେଲର ରିଲିଜ୍, ଜୋକ୍ଵିନ ଫୋନିକ୍ସଙ୍କ ସହ ନଜର ଆସିବେ ଆମେରିକୀୟ ଗାୟିକା ଲେଡି ଗାଗା

ମୁମ୍ଵାଇ ୧୧।୦୪: ୨୦୧୯ରେ ରିଲିଜ୍‌ ହୋଇଥିବା ହଲିଉଡ୍‌ ଫିଲ୍ମ ‘ଜୋକର୍‌’ର ୨ୟ ଭାଗର ପ୍ରଥମ ଟ୍ରେଲର୍‌ ରିଲିଜ୍‌  ହୋଇଛି । ଓସ୍କାର ବିଜେତା ଜୋକ୍ୱିନ ଫୋନିକ୍ସଙ୍କ ଏହି ଫିଲ୍ମରେ ପ୍ରସିଦ୍ଧ ଆମେରିକୀୟ   ଗାୟିକା ଲେଡି ଗାଗା ଏଣ୍ଟ୍ରି କରିଛନ୍ତି । ମୂଳ ଫିଲ୍ମ ଭଳି ୨ୟ ଭାଗରେ ଫୋନିକ୍ସ ଜୋକର୍‌  ଭୂମିକା ପ୍ଲେ କରିବେ । ଲେଡି ଗାଗା ଫୋନିକ୍ସଙ୍କ ପାର୍ଟନର୍‌ ହାର୍ଲେ କ୍ୱିନ୍‌ ଭୂମିକାରେ ନଜର  ଆସିବେ । 


ଆସନ୍ତା ଅକ୍ଟୋବର ୪ ତାରିଖରେ ଆମେରିକା ଓ ଭାରତରେ ଏହା ମୁକ୍ତିଲାଭ କରିବ ।  ଭାରତରେ ଏହା ହିନ୍ଦୀ, ଇଂରାଜୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ । ୨ ମିନିଟ୍‌ ୩୦ ସେକେଣ୍ଡ୍‌ର ଏହି ଟ୍ରେଲର୍‌ ଆରମ୍ଭ ହୋଇଛି ଜେଲରେ ବନ୍ଦୀ ଥିବା ଜୋକର୍‌ ଓରଫ  ଫୋନିକ୍ସଙ୍କଠୁ । ପୁଲିସ ତାଙ୍କୁ ଶୋ’ ପାଇଁ ନେବା ସମୟରେ ହାର୍ଲେ ସହ ତାଙ୍କର ଭେଟ ହୋଇଛି । ହାର୍ଲେ  ଜୋକର୍‌ଙ୍କୁ କହିଛନ୍ତି, ଚାଲ ଆମେ ପଳାଇବା । ଏହା ପରେ ଦୁହେଁ ମିଶି ଏକ ମ୍ୟୁଜିକାଲ ଶୋ’ କରିଛନ୍ତି।  

ଟ୍ରେଲର୍‌ ଶେଷରେ ଜୋକର୍‌ କହିଛନ୍ତି, ଏବେ ସେ ଏକୁଟିଆ ନୁହନ୍ତି । ‘ଜୋକର-୨’ ଟାଇଟଲ୍‌ରେ ଫ୍ରେଞ୍ଚ୍‌ ଶବ୍ଦ ‘ଫୋଲି ଏ ଡିଉକ୍ସ’ ପ୍ରୟୋଗ ହୋଇଛି । ଏହାର ଅର୍ଥ  ଦୁଇ ଘନିଷ୍ଠ ବ୍ୟକ୍ତିଙ୍କର ମତିଭ୍ରମ । ଏଥିରୁ ସ୍ପଷ୍ଟ ହୁଏ ଯେ ଫିଲ୍ମରେ ଏ ଥର ଜୋକର୍‌ ଓ  ହାର୍ଲେଙ୍କ ପାଗଳାମି ଦେଖିବାକୁ ମିଳିବ । ଗାଗାଙ୍କ ଏଣ୍ଟ୍ରି ପରେ ଫିଲ୍ମର ୨ୟ ଭାଗକୁ ମ୍ୟୁଜିକାଲ  ଟଚ୍‌ ଦିଆଯାଇଛି । ‘ଜୋକର୍‌’ର ପ୍ରଥମ ଭାଗ ପାଇଁ ଫୋନିକ୍ସଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ  ଅସ୍କାର ପୁରସ୍କାର ମିଳିଥିଲା । ୧୧ ବିଭାଗରେ ନୋମିନେଟ୍‌ ହୋଇଥିବା ଏହି ଫିଲ୍ମ ଦୁଇଟି  ବିଭାଗରେ ଅସ୍କାର ହାସଲ କରିଥିଲା ।