ସାକିବଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ କମାଲ, ନେଦରଲ୍ୟାଣ୍ଡକୁ ହରାଇଲା ବାଂଲାଦେଶ

କିଙ୍ଗଷ୍ଟନ: ଟି-୨୦ ବିଶ୍ଵକପ୍ ୨୦୨୪ର ଗ୍ରୁପ ଡିର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ନେଦରଲ୍ୟାଣ୍ଡକୁ ୨୭ ରନରେ  ହରାଇଛି ବାଂଲାଦେଶ। ପ୍ରଥମେ ସାକିବ ଅଲ ହସନଙ୍କ ଅର୍ଦ୍ଧଶତକ ପରେ ରିଶାଦ ହୁସେନଙ୍କ ୩ ଓ୍ଵିକେଟ୍ ବଳରେ ବାଂଲାଦେଶ ବିଜୟ ଲାଭ କରି ଗ୍ରୁପ ଡିର ଅଙ୍କ ତାଲିକାରେ ଦ୍ଵିତୀୟ ସ୍ଥାନକୁ ଉଠିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୯ ରନ କରିଥିଲା। ଦଳ ପକ୍ଷରୁ ସାକିବ ଅଲ ସହନ ୬୪ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ତଞ୍ଜିଦ ହସନ ୩୫ ରନ କରିଥିଲେ। ଜବାବରେ ନେଦରଲ୍ୟାଣ୍ଡ ୮ ଓ୍ଵିକେଟ୍ ହରାଇ ୧୩୪ ରନ କରିପାରିଛି। ସିବ୍ରାଣ୍ଡ ଏଙ୍ଗେଲବ୍ରେଚ ୩୩ ରନ, ବିକ୍ରମଜିତ ସିଂ ୨୬ ଏବଂ ଅଧିନାୟକ ଫିଡେଲ୍ ଏଡଓ୍ଵାର୍ଡ୍ସ ୨୫ ରନ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶକୁ ଆରମ୍ଭରୁ ଝଟକା ଲାଗିଥିଲା। ଅଧିନାୟକ ଜନମୁଲ ହୋସେନ ସାଣ୍ଟୋ(୧) ଓ ଲିଟନ ଦାସ(୧) ନିରାଶ କରିଥିଲେ। ଏହା ପରେ ତଞ୍ଜିଦ ହୋସେନ ଓ ସାକିବ ଅଲ ହସନ ଇନିଂସ ସମ୍ଭାଳିଥିଲେ। ତଞ୍ଜିଦ ୩୫ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ସାକିବ ଦମଦାର ବ୍ୟାଟିଂ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ତାଙ୍କୁ ଶେଷ ଆଡ଼କୁ ମେହମୁଦଲ୍ଲା(୨୫) ଉପଯୁକ୍ତ ସହାୟତା ଦେଇଥିଲେ। ସାକିବ ୪୬ ବଲରୁ ୯ ଚୌକା ସହ ୬୪ ରନ କରି ଅପରାଜିତ ଥିଲେ। ଫଳରେ ବାଂଲାଦେଶ ୧୫୯ ରନ କରିଥିଲା। ଜବାବରେ

ସାକିବଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ କମାଲ, ନେଦରଲ୍ୟାଣ୍ଡକୁ ହରାଇଲା ବାଂଲାଦେଶ

କିଙ୍ଗଷ୍ଟନ: ଟି-୨୦ ବିଶ୍ଵକପ୍ ୨୦୨୪ର ଗ୍ରୁପ ଡିର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ନେଦରଲ୍ୟାଣ୍ଡକୁ ୨୭ ରନରେ  ହରାଇଛି ବାଂଲାଦେଶ। ପ୍ରଥମେ ସାକିବ ଅଲ ହସନଙ୍କ ଅର୍ଦ୍ଧଶତକ ପରେ ରିଶାଦ ହୁସେନଙ୍କ ୩ ଓ୍ଵିକେଟ୍ ବଳରେ ବାଂଲାଦେଶ ବିଜୟ ଲାଭ କରି ଗ୍ରୁପ ଡିର ଅଙ୍କ ତାଲିକାରେ ଦ୍ଵିତୀୟ ସ୍ଥାନକୁ ଉଠିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୯ ରନ କରିଥିଲା। ଦଳ ପକ୍ଷରୁ ସାକିବ ଅଲ ସହନ ୬୪ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ତଞ୍ଜିଦ ହସନ ୩୫ ରନ କରିଥିଲେ। ଜବାବରେ ନେଦରଲ୍ୟାଣ୍ଡ ୮ ଓ୍ଵିକେଟ୍ ହରାଇ ୧୩୪ ରନ କରିପାରିଛି। ସିବ୍ରାଣ୍ଡ ଏଙ୍ଗେଲବ୍ରେଚ ୩୩ ରନ, ବିକ୍ରମଜିତ ସିଂ ୨୬ ଏବଂ ଅଧିନାୟକ ଫିଡେଲ୍ ଏଡଓ୍ଵାର୍ଡ୍ସ ୨୫ ରନ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲେ। 

ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶକୁ ଆରମ୍ଭରୁ ଝଟକା ଲାଗିଥିଲା। ଅଧିନାୟକ ଜନମୁଲ ହୋସେନ ସାଣ୍ଟୋ(୧) ଓ ଲିଟନ ଦାସ(୧) ନିରାଶ କରିଥିଲେ। ଏହା ପରେ ତଞ୍ଜିଦ ହୋସେନ ଓ ସାକିବ ଅଲ ହସନ ଇନିଂସ ସମ୍ଭାଳିଥିଲେ। ତଞ୍ଜିଦ ୩୫ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ସାକିବ ଦମଦାର ବ୍ୟାଟିଂ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ତାଙ୍କୁ ଶେଷ ଆଡ଼କୁ ମେହମୁଦଲ୍ଲା(୨୫) ଉପଯୁକ୍ତ ସହାୟତା ଦେଇଥିଲେ। ସାକିବ ୪୬ ବଲରୁ ୯ ଚୌକା ସହ ୬୪ ରନ କରି ଅପରାଜିତ ଥିଲେ। ଫଳରେ ବାଂଲାଦେଶ ୧୫୯ ରନ କରିଥିଲା। 

ଜବାବରେ ନେଦରଲ୍ୟାଣ୍ଡ ଭଲ ବ୍ୟାଟିଂ କରିଥିଲେ ହେଁ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ମଝିରେ ମଝିରେ ଛୋଟ ଛୋଟ ଭାଗିଦାରୀ ହୋଇଥିଲେ ହେଁ କୌଣସି ବଡ ଲମ୍ବା ଇନିଂସ ଖେଳିପାରି ନ ଥିଲେ। ଫଳରେ ନେଦରଲ୍ୟାଣ୍ଡ ୮ ଓ୍ଵିକେଟ୍ ହରାଇ ୧୩୪ ରନରେ ଅଟକି ଯାଇଥିଲା। ସିବ୍ରାଣ୍ଡ ଏଙ୍ଗେଲବ୍ରେଚ ୩୩ ରନ, ବିକ୍ରମଜିତ ସିଂ ୨୬ ଏବଂ ଅଧିନାୟକ ଫିଡେଲ୍ ଏଡଓ୍ଵାର୍ଡ୍ସ ୨୫ ରନ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲେ।  ଦୁଇ ଓପନର ମିଚେଲ୍ ଲେଭିଟ୍ ୧୮ ରନ ଓ ମ୍ୟାକ୍ସ ଦାଉଡ ୧୨ ରନ କରି ଆଉଟ୍ ହୋଇଥିଲେ। ବୋଲିଂରେ ବାଂଲାଦେଶ ପକ୍ଷରୁ ରଶିଦ ହୁସେନ ୩୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ତସ୍କିନ ଅହମ୍ମଦ ୩୦ ରନ ଦେଇ ୨ଟି ସଫଳତା ହାସଲ କରିଥିଲେ।