ଦେବୀ କାଳୀଙ୍କ ଭଙ୍ଗାମୂର୍ତ୍ତିକୁ ନେଇ ଉତ୍ତେଜନା

ଅଗରତାଲା, ୨୭।୮: ପଶ୍ଚିମ ତ୍ରିପୁରାର ରାଣୀ ବଜାରସ୍ଥିତ ଦୁର୍ଗାନଗର ଗ୍ରାମରେ ଥିବା ଏକ ମନ୍ଦିରରେ ଦେବୀ କାଳୀଙ୍କ ଭଙ୍ଗା ମୂର୍ତ୍ତିକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ରବିବାର ବିଳମ୍ବିତ ରାତିରେ କେତେଜଣ ଉପଦ୍ରବୀ ଗ୍ରାମର ୧୬ ଘରେ ନିଆଁ ଲଗାଇ ଦେଇଛନ୍ତି। ସେହିପରି ଉପଦ୍ରବୀମାନେ କିଛି ମୋଟରସାଇକେଲ ଓ ପିକ୍‌-ଅପ୍‌ ଭ୍ୟାନ୍‌କୁ ମଧ୍ୟ ଜାଳି ଦେଇଛନ୍ତି। ଉପଦ୍ରବୀଙ୍କ ଭିଡ଼ ଦେଖି ଗ୍ରାମବାସୀ ଅନ୍ୟତ୍ର ପଳାୟନ କରିଥିବାରୁ ଘଟଣାରେ କେହି ମଧ୍ୟ ମୃତାହତ ହୋଇ ନ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। […] The post ଦେବୀ କାଳୀଙ୍କ ଭଙ୍ଗାମୂର୍ତ୍ତିକୁ ନେଇ ଉତ୍ତେଜନା appeared first on Dharitri Odia News.

ଦେବୀ କାଳୀଙ୍କ ଭଙ୍ଗାମୂର୍ତ୍ତିକୁ ନେଇ ଉତ୍ତେଜନା

ଅଗରତାଲା, ୨୭।୮: ପଶ୍ଚିମ ତ୍ରିପୁରାର ରାଣୀ ବଜାରସ୍ଥିତ ଦୁର୍ଗାନଗର ଗ୍ରାମରେ ଥିବା ଏକ ମନ୍ଦିରରେ ଦେବୀ କାଳୀଙ୍କ ଭଙ୍ଗା ମୂର୍ତ୍ତିକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ରବିବାର ବିଳମ୍ବିତ ରାତିରେ କେତେଜଣ ଉପଦ୍ରବୀ ଗ୍ରାମର ୧୬ ଘରେ ନିଆଁ ଲଗାଇ ଦେଇଛନ୍ତି। ସେହିପରି ଉପଦ୍ରବୀମାନେ କିଛି ମୋଟରସାଇକେଲ ଓ ପିକ୍‌-ଅପ୍‌ ଭ୍ୟାନ୍‌କୁ ମଧ୍ୟ ଜାଳି ଦେଇଛନ୍ତି। ଉପଦ୍ରବୀଙ୍କ ଭିଡ଼ ଦେଖି ଗ୍ରାମବାସୀ ଅନ୍ୟତ୍ର ପଳାୟନ କରିଥିବାରୁ ଘଟଣାରେ କେହି ମଧ୍ୟ ମୃତାହତ ହୋଇ ନ ଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ଉତ୍ତେଜନାକୁ ଦୃଷ୍ଟିରେ ରଖି ସୋମବାର ଉକ୍ତ ଅଞ୍ଚଳରେ ବହୁ ସଂଖ୍ୟାରେ ସୁରକ୍ଷା ବାହିନୀ ନିଯୁକ୍ତ କରାଯାଇଛି। ତ୍ରିପୁରା ପୋଲିସ ମହାନିର୍ଦ୍ଦେଶକ (ଗୋଇନ୍ଦା) ଅନୁରାଗ ଧନକଡ଼ ଓ ପଶ୍ଚିମ ତ୍ରିପୁରାର ପୋଲିସ ଅଧୀକ୍ଷକ କିରଣ କୁମାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ରାଣୀବଜାର ଅଞ୍ଚଳରେ ୫ କିମ୍ବା ଅଧିକ ଲୋକଙ୍କ ସମାବେଶକୁ ବାରଣ କରାଯାଇଛି। ତେବେ ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନାରେ କେତେ ସମ୍ପତ୍ତିର କ୍ଷୟକ୍ଷତି ହୋଇଛି, ସେନେଇ ଆକଳନ କରାଯିବା ପରେ ହିଁ ସ୍ପଷ୍ଟ ହୋଇପାରିବ ବୋଲି ତ୍ରିପୁରାର ଆସିଷ୍ଟାଣ୍ଟ ଇନ୍‌ସ୍ପେକ୍ଟର ଜେନେରାଲ(ଲ ଆଣ୍ଡ୍‌ ଅର୍ଡର) ଅନନ୍ତ ଦାସ କହିଛନ୍ତି। ବନ୍ୟାରେ ଉକ୍ତ ମନ୍ଦିରରେ ଥିବା ଦେବୀ କାଳୀଙ୍କ ପ୍ରତିମା ଭାଙ୍ଗିଯାଇଥିବା ସେ କହିଛନ୍ତି।

The post ଦେବୀ କାଳୀଙ୍କ ଭଙ୍ଗାମୂର୍ତ୍ତିକୁ ନେଇ ଉତ୍ତେଜନା appeared first on Dharitri Odia News.