ଖେଳୁଥିବା ବେଳେ କ୍ରିକେଟରଙ୍କୁ ହାର୍ଟଆଟାକ୍, ଭେଣ୍ଟିଲେଟରରେ ଖେଳାଳି
ପୂର୍ବତନ ବାଂଲାଦେଶ ଅଧିନାୟକ ତାମିମ ଇକବାଲ ଖେଳୁଥିବା ସମୟରେ ହୃଦଘାତ ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଲାଇଫ ସପୋର୍ଟ ବ୍ୟବସ୍ଥା ମଧ୍ୟରେ ରଖି ଚିକିତ୍ସା କରାଯାଉଛି। ସୂଚନା ଅନୁସାରେ, ତମିମ ଇକବାଲ ଢାକା ପ୍ରିମିୟର ଲିଗ୍ (ଡିପିଏଲ)ରେ ମୋହମ୍ମଦନ୍ ସ୍ପୋର୍ଟିଂ କ୍ଲବ ପାଇଁ ଖେଳୁଥିଲେ । ଢାକା ପ୍ରିମିୟର ଲିଗରେ ମୋହମ୍ମଦନ୍ ସ୍ପୋର୍ଟିଂ କ୍ଲବ ଏବଂ ସିନେପୁକୁର କ୍ରିକେଟ୍ କ୍ଲବର ଦଳ ମୁହାଁମୁହିଁ […] The post ଖେଳୁଥିବା ବେଳେ କ୍ରିକେଟରଙ୍କୁ ହାର୍ଟଆଟାକ୍, ଭେଣ୍ଟିଲେଟରରେ ଖେଳାଳି appeared first on KNews Odisha.

ପୂର୍ବତନ ବାଂଲାଦେଶ ଅଧିନାୟକ ତାମିମ ଇକବାଲ ଖେଳୁଥିବା ସମୟରେ ହୃଦଘାତ ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଲାଇଫ ସପୋର୍ଟ ବ୍ୟବସ୍ଥା ମଧ୍ୟରେ ରଖି ଚିକିତ୍ସା କରାଯାଉଛି।
ସୂଚନା ଅନୁସାରେ, ତମିମ ଇକବାଲ ଢାକା ପ୍ରିମିୟର ଲିଗ୍ (ଡିପିଏଲ)ରେ ମୋହମ୍ମଦନ୍ ସ୍ପୋର୍ଟିଂ କ୍ଲବ ପାଇଁ ଖେଳୁଥିଲେ । ଢାକା ପ୍ରିମିୟର ଲିଗରେ ମୋହମ୍ମଦନ୍ ସ୍ପୋର୍ଟିଂ କ୍ଲବ ଏବଂ ସିନେପୁକୁର କ୍ରିକେଟ୍ କ୍ଲବର ଦଳ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ତମିମ ଇକବାଲ ହୃଦଘାତର ଶିକାର ହୋଇଥିଲେ ।
ଫିଲ୍ଡିଂ କରିବା ସମୟରେ ତମିମ୍ ଇକବାଲ୍ ଅସହଜ ଅନୁଭବ କରିବା ଆରମ୍ଭ କରିଥିଲେ, ଏହାପରେ ତାଙ୍କୁ ଫଜିଲାତୁନେଶା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୫୦ ଓଭର ମ୍ୟାଚର ପ୍ରଥମ ଇନିଂସରେ ତମିମ୍ ଛାତିରେ ଯନ୍ତ୍ରଣା ହେଉଥିବା କହିବା ପରେ ତୁରନ୍ତ ଡାକ୍ତରୀ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି କ୍ରିକେଟରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ହସ୍ପଟାଲ ନେବାର ବନ୍ଦୋବସ୍ତ କରିଥିଲେ।
ତାମିମ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ଲାଗି ୨୦୨୩ ଜୁଲାଇରେ ଘୋଷଣା କରିଥିଲେ । କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ହସ୍ତକ୍ଷେପ ଯୋଗୁ ସେ ନିଜ ନିଷ୍ପତ୍ତି ବଦଳାଇଥିଲେ । ତାମିମ ବାଂଲାଦେଶ ପାର୍ଇ ୭୦ଟି ଟେଷ୍ଟ ମ୍ୟାଚ, ୨୪୩ ଦିନିକିଆ ଏବଂ ୭୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି ।
Also Read : ଧୋନିଙ୍କୁ ବାରମ୍ବାର ଚିଡ଼ାଉଥିଲେ ଦୀପକ ଚହର, ବ୍ୟାଟରେ ପିଟିଲେ ଧୋନି : ଭିଡିଓ ଭାଇରଲ
The post ଖେଳୁଥିବା ବେଳେ କ୍ରିକେଟରଙ୍କୁ ହାର୍ଟଆଟାକ୍, ଭେଣ୍ଟିଲେଟରରେ ଖେଳାଳି appeared first on KNews Odisha.