ଉପସ୍ଥିତ ବୁଦ୍ଧିରୁ ସାଇବର ଠକଙ୍କ ଠକାମିରୁ ବର୍ତ୍ତିଲେ ମହିଳା
ସମ୍ବଲପୁର : ଉପସ୍ଥିତ ବୁଦ୍ଧିରୁ ସାଇବର ଠକଙ୍କ ଠକାମିରୁ ବର୍ତ୍ତିଲେ ମହିଳା। ସିବିଆଇ ଓ ଇଡି ଅଧିକାରୀଙ୍କ ନାଁ ନେଇ ଭୟଭୀତ କରି ଠକାମି ଉଦ୍ୟମ ପଣ୍ଡ କଲେ ମହିଳା । ସମ୍ବଲପୁରର ଜଣେ ମହିଳା ବ୍ୟବସାୟୀ ଅନନ୍ୟା ନାୟକଙ୍କୁ ଆସିଥିଲା ଏକ ଫୋନ କଲ୍ । ଅନନ୍ୟାଙ୍କୁ ସ୍ଥାନୀୟ ଅଧିକାରୀଙ୍କ ନାଁ ନେବା ସହ ତାଙ୍କ ନାଁରେ ବିଭିନ୍ନ ଅଭିଯୋଗ ଥିବା କହିଥିଲେ ସମ୍ପୃକ୍ତ ନକଲି ଅଧିକାରୀ । ଏହା ସହ ଏକ ଆକାଉଣ୍ଟରରେ ଟୋକନ […] The post ଉପସ୍ଥିତ ବୁଦ୍ଧିରୁ ସାଇବର ଠକଙ୍କ ଠକାମିରୁ ବର୍ତ୍ତିଲେ ମହିଳା appeared first on KNews Odisha.

ସମ୍ବଲପୁର : ଉପସ୍ଥିତ ବୁଦ୍ଧିରୁ ସାଇବର ଠକଙ୍କ ଠକାମିରୁ ବର୍ତ୍ତିଲେ ମହିଳା। ସିବିଆଇ ଓ ଇଡି ଅଧିକାରୀଙ୍କ ନାଁ ନେଇ ଭୟଭୀତ କରି ଠକାମି ଉଦ୍ୟମ ପଣ୍ଡ କଲେ ମହିଳା । ସମ୍ବଲପୁରର ଜଣେ ମହିଳା ବ୍ୟବସାୟୀ ଅନନ୍ୟା ନାୟକଙ୍କୁ ଆସିଥିଲା ଏକ ଫୋନ କଲ୍ । ଅନନ୍ୟାଙ୍କୁ ସ୍ଥାନୀୟ ଅଧିକାରୀଙ୍କ ନାଁ ନେବା ସହ ତାଙ୍କ ନାଁରେ ବିଭିନ୍ନ ଅଭିଯୋଗ ଥିବା କହିଥିଲେ ସମ୍ପୃକ୍ତ ନକଲି ଅଧିକାରୀ । ଏହା ସହ ଏକ ଆକାଉଣ୍ଟରରେ ଟୋକନ ମନି ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଅନନ୍ୟା ଏହାକୁ ସାଇବର ଠକ ବୋଲି ଜାଣିପାରିଥିଲେ। ଏବଂ କୌଣସି ଟଙ୍କା ନଦେଇ ଥାନାରେ ଅଭିଯୋଗ କରିଥିଲେ।
ସିବିଆଇ କିମ୍ବା କୌଣସି ତଦନ୍ତକାରୀ ସଂସ୍ଥା ଫୋନ କରି ଏଭଳି କୁହନ୍ତି ନାହିଁ ବୋଲି କହିଛନ୍ତି ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେ । କୌଣସି ଅଧିକାରୀ ଟଙ୍କା କିମ୍ବା କୌଣସି ଓଟିପି ମାଗନ୍ତି ନାହିଁ ବୋଲି କହିଛନ୍ତି । ଏଭଳି ଫୋନ କଲ ଆସିଲେ ସାବଧାନ ରହିବା ସହ ଦରକାର ପଡିଲେ ପୋଲିସର ମଧ୍ୟ ସହାୟତା ନେବାକୁ ସେ ପରାମର୍ଶ ଦେଇଛନ୍ତି।
The post ଉପସ୍ଥିତ ବୁଦ୍ଧିରୁ ସାଇବର ଠକଙ୍କ ଠକାମିରୁ ବର୍ତ୍ତିଲେ ମହିଳା appeared first on KNews Odisha.