ସବାରୀ ଗାଡ଼ିକୁ ପିଟିଲା ଟ୍ରକ, ଜଣେ ମୃତ, ୯ ଆହତ

ମୟୂରଭଞ୍ଜ : ବାରିପଦାରେ ଏକ ସବାରୀ ଗାଡ଼ିକୁ ଟ୍ରକ ପିଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ବାରିପଦା ସହର ଉପକଣ୍ଠରେ ଥିବା ୧୮ ନମ୍ବର ଜାତୀୟ ରାଜପଥର ଅସନଯୋଡା ଠାରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ଟ୍ରକ ଏକ ସବାରୀ ଗାଡ଼ିକୁ ପିଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୫ ଗୁରୁତର ଥିବା ଜଣାଯାଇଛି । ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ […] The post ସବାରୀ ଗାଡ଼ିକୁ ପିଟିଲା ଟ୍ରକ, ଜଣେ ମୃତ, ୯ ଆହତ appeared first on KNews Odisha.

ସବାରୀ ଗାଡ଼ିକୁ ପିଟିଲା ଟ୍ରକ, ଜଣେ ମୃତ, ୯ ଆହତ
accident

ମୟୂରଭଞ୍ଜ : ବାରିପଦାରେ ଏକ ସବାରୀ ଗାଡ଼ିକୁ ଟ୍ରକ ପିଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ବାରିପଦା ସହର ଉପକଣ୍ଠରେ ଥିବା ୧୮ ନମ୍ବର ଜାତୀୟ ରାଜପଥର ଅସନଯୋଡା ଠାରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ଟ୍ରକ ଏକ ସବାରୀ ଗାଡ଼ିକୁ ପିଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୫ ଗୁରୁତର ଥିବା ଜଣାଯାଇଛି । ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ଆହତମାନଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଛନ୍ତି। ଦୁର୍ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି। ମୃତାହତଙ୍କ ପରିଚୟ ମିଳି ପାରିନାହିଁ।

 

 

The post ସବାରୀ ଗାଡ଼ିକୁ ପିଟିଲା ଟ୍ରକ, ଜଣେ ମୃତ, ୯ ଆହତ appeared first on KNews Odisha.