ରାଜକୋଟ: ଗେମିଂ ଜୋନ୍ ରେ ବ୍ୟାପକ ଅଗ୍ନିକାଣ୍ଡ, ୨୦ ମୃତ

ଗୁଜରାଟ ରାଜକୋଟରେ ଏକ ଗେମିଂ ଜୋନ୍ ରେ ବ୍ୟାପକ ଅଗ୍ନିକାଣ୍ଡ। ଯେଉଁଥିରେ ୨୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏପରିକି ମୃତକଙ୍କ ମଧ୍ୟରେ ୧୨ ଶିଶୁ ଅଛନ୍ତି। ଏଥିରେ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜକୋଟରେ ଥିବା ଟିଆରପି ଗେମିଂ ଜୋନ୍ ରେ କୌଣସି କାରଣରୁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଘଟଣା […] The post ରାଜକୋଟ: ଗେମିଂ ଜୋନ୍ ରେ ବ୍ୟାପକ ଅଗ୍ନିକାଣ୍ଡ, ୨୦ ମୃତ appeared first on KNews Odisha.

ରାଜକୋଟ: ଗେମିଂ ଜୋନ୍ ରେ ବ୍ୟାପକ ଅଗ୍ନିକାଣ୍ଡ, ୨୦ ମୃତ
fire

ଗୁଜରାଟ ରାଜକୋଟରେ ଏକ ଗେମିଂ ଜୋନ୍ ରେ ବ୍ୟାପକ ଅଗ୍ନିକାଣ୍ଡ। ଯେଉଁଥିରେ ୨୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏପରିକି ମୃତକଙ୍କ ମଧ୍ୟରେ ୧୨ ଶିଶୁ ଅଛନ୍ତି। ଏଥିରେ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜକୋଟରେ ଥିବା ଟିଆରପି ଗେମିଂ ଜୋନ୍ ରେ କୌଣସି କାରଣରୁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଏ ସମ୍ପର୍କରେ ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗଭ ସୂଚନା ଦେଇଛନ୍ତି। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣ କରାଯାଇଛି।

ନିଆଁ ଲିଭା କାର୍ଯ୍ୟରେ ରୋବର୍ଟର ମଧ୍ୟ ସାହାଯ୍ୟ ନିଆଯାଇଛି। ସେ କହିଛନ୍ତି ଯେ ଆମେ ଯଥାସମ୍ଭବ ଶବ ଉଦ୍ଧାର କରିବାକୁ ଚେଷ୍ଟା କରୁଛୁ। ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦ଟି ମୃତଦେହ ଉଦ୍ଧାର କରିଛି। ସେ କହିଛନ୍ତି ଯେ ଏହି ଗେମିଂ ଜୋନ୍ ଯୁବରାଜ ସିଂ ସୋଲାଙ୍କି ନାମକ ଜଣେ ବ୍ୟକ୍ତିଙ୍କର। ଏହି ପ୍ରସଙ୍ଗରେ ଅବହେଳା ପାଇଁ ଏକ ମାମଲା ପଞ୍ଜିକୃତ ହେବ। ଏଥିସହ ମୃତ୍ୟୁ ସମ୍ପର୍କରେ ଉଦ୍ଧାର କାର୍ଯ୍ୟ ପରେ ତଦନ୍ତ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

The post ରାଜକୋଟ: ଗେମିଂ ଜୋନ୍ ରେ ବ୍ୟାପକ ଅଗ୍ନିକାଣ୍ଡ, ୨୦ ମୃତ appeared first on KNews Odisha.