ସରେଇପାଲି ଗାଁରେ ଅଘଟଣ,ପାଣିରେ ବୁଡି ଦୁଇ ଶିଶୁ ମୃତ

ନୂଆପଡ଼ା: ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ସରେଇପାଲି ଗାଁରେ ଅଘଟଣ । ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଦୁଇ ଶିଶୁ ମୃତ । ମୃତ ଦୁଇ ଶିଶୁ ହେଲେ ସରେଇପାଲି ଗାଁର ଜନାଉ ବରିହାଙ୍କ ପୁଅ ହେମରାଜ ଏବଂ ବେଦରାମ ବରିହାଙ୍କ ପୁଅ ଶଙ୍କର ବରିହା ବୋଲି ଜଣାପଡିଛି । ଆଜି ଉଭୟେ ଗାଁ ନିକଟସ୍ଥ ପୋଖରୀକୁ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲେ  । ପରେ ସ୍ଥାନୀୟ ଲୋକମାନେ ଉଭୟ […] The post ସରେଇପାଲି ଗାଁରେ ଅଘଟଣ,ପାଣିରେ ବୁଡି ଦୁଇ ଶିଶୁ ମୃତ appeared first on KNews Odisha.

ସରେଇପାଲି ଗାଁରେ ଅଘଟଣ,ପାଣିରେ ବୁଡି ଦୁଇ ଶିଶୁ ମୃତ
drownning death

ନୂଆପଡ଼ା: ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ସରେଇପାଲି ଗାଁରେ ଅଘଟଣ । ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଦୁଇ ଶିଶୁ ମୃତ । ମୃତ ଦୁଇ ଶିଶୁ ହେଲେ ସରେଇପାଲି ଗାଁର ଜନାଉ ବରିହାଙ୍କ ପୁଅ ହେମରାଜ ଏବଂ ବେଦରାମ ବରିହାଙ୍କ ପୁଅ ଶଙ୍କର ବରିହା ବୋଲି ଜଣାପଡିଛି । ଆଜି ଉଭୟେ ଗାଁ ନିକଟସ୍ଥ ପୋଖରୀକୁ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲେ  । ପରେ ସ୍ଥାନୀୟ ଲୋକମାନେ ଉଭୟ ଶିଶୁଙ୍କୁ ଉଦ୍ଧାର କରି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ଦୁଇ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଜୋଙ୍କ ପୋଲିସ ଘଟଣାର ତଦନ୍ତ କରୁଛି  ।

The post ସରେଇପାଲି ଗାଁରେ ଅଘଟଣ,ପାଣିରେ ବୁଡି ଦୁଇ ଶିଶୁ ମୃତ appeared first on KNews Odisha.