ଦଳାଚକଟା ପରେ ତତ୍ପର ସରକାର: ବରିଷ୍ଠ ଅଧିକାରୀଙ୍କୁ ପୋଲିସ ପରିଚାଳନା ଦାୟିତ୍ୱ
କଟକ, ୨୯ା୬: ରାଜ୍ୟ ପୋଲିସ ମୁଖ୍ୟାଳୟ ଦ୍ୱାରା ଜାରି ଏକ ନିର୍ଦ୍ଦେଶନାମାରେ ଏଡିଜି (ADG) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୋଲିସ ପରିଚାଳନାର ନୂଆ ଦାୟିତ୍ୱ ଦିଆଯାଇଛି। ସେ ଚଳିତ ବର୍ଷର ପୁରୀ ରଥଯାତ୍ରାର ପରିଚାଳନା ଦାୟିତ୍ୱରେ ରହିବେ। ଏହି ନିଷ୍ପତ୍ତି ଶରଧାବାଲିରେ ଘଟିଥିବା ଏକ ଦଳାଚକଟା ପରେ ନିଆଯାଇଛି। ଶରଧାବାଲିରେ ଘଟିଥିବା ଅଘଟଣ ପରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଦ୍ୱାରା ଏକ ସକ୍ରିୟ ପଦକ୍ଷେପ ନିଆଯାଇଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏହି ଦାୟିତ୍ୱ ଦେବା ଦ୍ୱାରା […] The post ଦଳାଚକଟା ପରେ ତତ୍ପର ସରକାର: ବରିଷ୍ଠ ଅଧିକାରୀଙ୍କୁ ପୋଲିସ ପରିଚାଳନା ଦାୟିତ୍ୱ appeared first on Dharitri Odia News.
କଟକ, ୨୯ା୬: ରାଜ୍ୟ ପୋଲିସ ମୁଖ୍ୟାଳୟ ଦ୍ୱାରା ଜାରି ଏକ ନିର୍ଦ୍ଦେଶନାମାରେ ଏଡିଜି (ADG) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୋଲିସ ପରିଚାଳନାର ନୂଆ ଦାୟିତ୍ୱ ଦିଆଯାଇଛି। ସେ ଚଳିତ ବର୍ଷର ପୁରୀ ରଥଯାତ୍ରାର ପରିଚାଳନା ଦାୟିତ୍ୱରେ ରହିବେ। ଏହି ନିଷ୍ପତ୍ତି ଶରଧାବାଲିରେ ଘଟିଥିବା ଏକ ଦଳାଚକଟା ପରେ ନିଆଯାଇଛି।
ଶରଧାବାଲିରେ ଘଟିଥିବା ଅଘଟଣ ପରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଦ୍ୱାରା ଏକ ସକ୍ରିୟ ପଦକ୍ଷେପ ନିଆଯାଇଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏହି ଦାୟିତ୍ୱ ଦେବା ଦ୍ୱାରା ରଥଯାତ୍ରା ସମୟରେ ସୁରକ୍ଷା ଓ ପରିଚାଳନାକୁ ବଳବତ୍ତର କରିବା ଉଦ୍ଦେଶ୍ୟ ରହିଛି। ପୁରୀର ରଥଯାତ୍ରା ଏକ ଗୁରୁତ୍ଵପୂର୍ଣ୍ଣ ଧାର୍ମିକ ଅନୁଷ୍ଠାନ ହୋଇଥିବାରୁ ଏହାର ସଫଳ ପରିଚାଳନା ପାଇଁ ପ୍ରଶାସନ ଗମ୍ଭୀର ରହିଛି।
The post ଦଳାଚକଟା ପରେ ତତ୍ପର ସରକାର: ବରିଷ୍ଠ ଅଧିକାରୀଙ୍କୁ ପୋଲିସ ପରିଚାଳନା ଦାୟିତ୍ୱ appeared first on Dharitri Odia News.