ବାଲ୍ୟ ବିବାହ, କନ୍ୟାଭ୍ରୁଣ ହତ୍ୟା ବନ୍ଦ ନେଇ ସଚେତନ
ପୁରୁଷୋତ୍ତମପୁର,୫ା୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ୨ ନଂ ଓ୍ବାର୍ଡର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିସରରେ କିଶୋରୀ ବାଳିକାମାନଙ୍କୁ ନେଇ ବାଲ୍ୟ ବିବାହ ଓ ଲିଙ୍ଗ ଭିତ୍ତିକ ସଚେତନତା ସୃଷ୍ଟି କରାଯାଇଛି। ଅଙ୍ଗନଓ୍ବାଡ଼ି କର୍ମୀ ଇ. ଅନିତାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କାଉନସିଲର ଭାସ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅଙ୍ଗନଓ୍ବାଡ଼ି ସୁପରଭାଇଜର ମମତା ମହାନ୍ତି ଯୋଗ ଦେଇ ଉପସ୍ଥିତ ଥିବା କିଶୋରୀ ବାଳିକା ଓ ମାଆମାନଙ୍କୁ ବାଲ୍ୟ ବିବାହକୁ […] The post ବାଲ୍ୟ ବିବାହ, କନ୍ୟାଭ୍ରୁଣ ହତ୍ୟା ବନ୍ଦ ନେଇ ସଚେତନ appeared first on Dharitri Odia News.
ପୁରୁଷୋତ୍ତମପୁର,୫ା୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ୨ ନଂ ଓ୍ବାର୍ଡର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିସରରେ କିଶୋରୀ ବାଳିକାମାନଙ୍କୁ ନେଇ ବାଲ୍ୟ ବିବାହ ଓ ଲିଙ୍ଗ ଭିତ୍ତିକ ସଚେତନତା ସୃଷ୍ଟି କରାଯାଇଛି। ଅଙ୍ଗନଓ୍ବାଡ଼ି କର୍ମୀ ଇ. ଅନିତାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କାଉନସିଲର ଭାସ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅଙ୍ଗନଓ୍ବାଡ଼ି ସୁପରଭାଇଜର ମମତା ମହାନ୍ତି ଯୋଗ ଦେଇ ଉପସ୍ଥିତ ଥିବା କିଶୋରୀ ବାଳିକା ଓ ମାଆମାନଙ୍କୁ ବାଲ୍ୟ ବିବାହକୁ ବନ୍ଦ କରିବା, ଲିଙ୍ଗଭିତ୍ତିକ ଭେଦଭାବ ଦୂର କରିବା, କନ୍ୟାଭ୍ରୁଣ ହତ୍ୟା ନ କରିବା, ଝିଅମାନଙ୍କୁ ଶିକ୍ଷାଦାନ ସହ ବଞ୍ଚିବାର ଅଧିକାର ଦେବା ଉପରେ ସଚେତନ କରାଇଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା କରି ଜନସଚେତନ କରିଥିଲେ। ଏଥିରେ ବହୁ କିଶୋରୀ ବାଳିକା ଓ ସେମାନଙ୍କ ମାଆମାନଙ୍କ ସହ ପୁରୁଷୋତ୍ତମପୁର ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ଯୋଗଦେଇଥିଲେ।
The post ବାଲ୍ୟ ବିବାହ, କନ୍ୟାଭ୍ରୁଣ ହତ୍ୟା ବନ୍ଦ ନେଇ ସଚେତନ appeared first on Dharitri Odia News.