କାଲି ୫୧ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଓଡ଼ିଶାରୁ ୨୦୦ ପାଇବେ ନିଯୁକ୍ତି

ଭୁବନେଶ୍ୱର, ୧୧ା୭(ଅନୁରାଧା ମହାରଣା)- କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ତମ ରୋଜଗାର ମେଳା ଶନିବାର ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହେବ। ପୂର୍ବତଟ ରେଳପଥ ଦ୍ୱାରା ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ହେବାକୁ ଥିବା ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓି କନ୍‌ଫରେନ୍ସିଂରେ ଯୋଗଦେଇ ୫୧ହଜାରରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏଥିରେ ଓଡ଼ିଶାର ୨୦୦ ଆଶାୟୀଙ୍କୁ ନିଯୁକ୍ତିପତ୍ର ମିଳିବ। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ପୂର୍ବତଟ ରେଳପଥର […] The post କାଲି ୫୧ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଓଡ଼ିଶାରୁ ୨୦୦ ପାଇବେ ନିଯୁକ୍ତି appeared first on Dharitri Odia News.

କାଲି ୫୧ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଓଡ଼ିଶାରୁ ୨୦୦ ପାଇବେ ନିଯୁକ୍ତି

ଭୁବନେଶ୍ୱର, ୧୧ା୭(ଅନୁରାଧା ମହାରଣା)- କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ତମ ରୋଜଗାର ମେଳା ଶନିବାର ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହେବ। ପୂର୍ବତଟ ରେଳପଥ ଦ୍ୱାରା ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ହେବାକୁ ଥିବା ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓି କନ୍‌ଫରେନ୍ସିଂରେ ଯୋଗଦେଇ ୫୧ହଜାରରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏଥିରେ ଓଡ଼ିଶାର ୨୦୦ ଆଶାୟୀଙ୍କୁ ନିଯୁକ୍ତିପତ୍ର ମିଳିବ। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ପୂର୍ବତଟ ରେଳପଥର ବିଶାଖାପାଟଣା ଏବଂ ସମ୍ବଲପୁର ଡିଭିଜନରେ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସୂଚନା ଥାଉକି, କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡିକରେ ଏହି ନିଯୁକ୍ତି ମିଳିବ। ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ନବନିଯୁକ୍ତମାନେ ରେଳ ମନ୍ତ୍ରଣାଳୟ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଡାକ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଶ୍ରମ ଓ କର୍ମନିଯୁକ୍ତି ମନ୍ତ୍ରଣାଳୟ ସହିତ ଅନ୍ୟାନ୍ୟ ବିଭାଗ ଓ ମନ୍ତ୍ରଣାଳୟରେ ଯୋଗଦେବେ।

The post କାଲି ୫୧ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଓଡ଼ିଶାରୁ ୨୦୦ ପାଇବେ ନିଯୁକ୍ତି appeared first on Dharitri Odia News.