ମହିଳାଙ୍କୁ ପଥରରେ ଆକ୍ରମଣ କରି ଜଣେ ଗିରଫ
ଗୋପାଳପୁର,୧୯ା୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପନ୍ଦରା ସାହିରେ ମହିଳାଙ୍କୁ ପଥରରେ ଆକ୍ରମଣ କରିବା ଘଟଣାରେ ବୁଧବାର ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ପନ୍ଦରା ସାହିର ସାଗର ଜେନା ବୋଲି ପୋଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ, ଏହି ଥାନା ଅଧିନସ୍ଥ ଗୋଳନ୍ଥରା ଗ୍ରାମ ସାଗର ଜେନାଙ୍କ ପଡ଼ୋଶୀରେ ପିଙ୍କି ପ୍ରଧାନ ରହୁଥିବା ବେଳେ ଗତ କିଛି ଦିନ ହେଲା ପିଙ୍କିଙ୍କ ପରିବାର ଓ ସାଗରଙ୍କ […] The post ମହିଳାଙ୍କୁ ପଥରରେ ଆକ୍ରମଣ କରି ଜଣେ ଗିରଫ appeared first on Dharitri Odia News.
ଗୋପାଳପୁର,୧୯ା୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପନ୍ଦରା ସାହିରେ ମହିଳାଙ୍କୁ ପଥରରେ ଆକ୍ରମଣ କରିବା ଘଟଣାରେ ବୁଧବାର ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ପନ୍ଦରା ସାହିର ସାଗର ଜେନା ବୋଲି ପୋଲିସ ସୂଚନା ଦେଇଛି।
ଅଭିଯୋଗ ଅନୁଯାୟୀ, ଏହି ଥାନା ଅଧିନସ୍ଥ ଗୋଳନ୍ଥରା ଗ୍ରାମ ସାଗର ଜେନାଙ୍କ ପଡ଼ୋଶୀରେ ପିଙ୍କି ପ୍ରଧାନ ରହୁଥିବା ବେଳେ ଗତ କିଛି ଦିନ ହେଲା ପିଙ୍କିଙ୍କ ପରିବାର ଓ ସାଗରଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତାନ୍ତର ରହିଥିଲା। ଗତ ମଙ୍ଗଳବାର ହଠାତ୍ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ସାଗର ଏକ ପଥର ସାହାଯ୍ୟରେ ପିଙ୍କିଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡ ଓ ବାମ ହାତରେ ଆଘାତ ଆହତ ଲାଗିଥିଲା। ଘଟଣା ନେଇ ପିଙ୍କି ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ କେସ୍ ନଂ ୨୬୫/୨୪ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବୁଧବାର ସାଗରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି।
The post ମହିଳାଙ୍କୁ ପଥରରେ ଆକ୍ରମଣ କରି ଜଣେ ଗିରଫ appeared first on Dharitri Odia News.