ଦାଦୀ ରତ୍ନ ମୋହିନୀ ଜୀଙ୍କ ସ୍ମୃତିରେ ରକ୍ତଦାନ ଶିବିର
ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦୀ ରତ୍ନ ମୋହିନୀ ଜୀଙ୍କ ତ୍ରୟୋଦଶ ଦିବସ ପାଳନ ଅବସରରେ ଶାନ୍ତି ସ୍ରୋତ ଭବନ, ନୀଳାଦ୍ରି ବିହାର ଭଞ୍ଜନଗରଠାରେ ରବିବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡ଼ଃ ସତୀଶ ମୋହନ ପାଢୀ ଯୋଗଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିବା ସହିତ ଦାଦୀଜୀଙ୍କ ଫଟୋରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ରକ୍ତର ଆବଶ୍ୟକତା ବୃଦ୍ଧି ପାଇଛି। […] The post ଦାଦୀ ରତ୍ନ ମୋହିନୀ ଜୀଙ୍କ ସ୍ମୃତିରେ ରକ୍ତଦାନ ଶିବିର appeared first on Dharitri Odia News.
ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦୀ ରତ୍ନ ମୋହିନୀ ଜୀଙ୍କ ତ୍ରୟୋଦଶ ଦିବସ ପାଳନ ଅବସରରେ ଶାନ୍ତି ସ୍ରୋତ ଭବନ, ନୀଳାଦ୍ରି ବିହାର ଭଞ୍ଜନଗରଠାରେ ରବିବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡ଼ଃ ସତୀଶ ମୋହନ ପାଢୀ ଯୋଗଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିବା ସହିତ ଦାଦୀଜୀଙ୍କ ଫଟୋରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ରକ୍ତର ଆବଶ୍ୟକତା ବୃଦ୍ଧି ପାଇଛି। ଏଣୁ ଆମେ ସମସ୍ତେ ’ରକ୍ତଦାନ ମହତ ଦାନ’ ଭଳି କାର୍ଯ୍ୟରେ ନିଜକୁ ସାମିଲ କରିବା ଉଚିତ ବୋଲି ଡ ପାଢ଼ୀ କହିଥିଲେ।
କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲଡ ବ୍ୟାଙ୍କ ର କର୍ମଚାରୀ ବିପିନ କୁମାର ପାଣିଗ୍ରାହୀ, ଲକ୍ଷ୍ମୀ ନୃସିଂହ ମାଝି, ଇତିଶ୍ରୀ ତ୍ରିପାଠୀ,ସିମାଞ୍ଚଳ ସେଠୀ ରକ୍ତ ପ୍ୟାକେଟ ସଂଗ୍ରହରେ ସହଯୋଗ କରିଥିଲେ । କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ସନ୍ତୋଷିନୀ ସଂସ୍ଥାର ବିଭିନ୍ନ ବିଭାଗ ସାରା ବିଶ୍ବରେ କିପରି ସେବା ଯୋଗାଇ ଦେଇ ଆସୁଅଛି ସେ ଉପରେ କହିଥିଲେ। ନିଶାମୁକ୍ତ, ମାନସିକ ଚାପ ମୁକ୍ତ, କୃଷିଭିତ୍ତିକ ସେବା ସହିତ ରକ୍ତଦାନ ଭଳି କାର୍ଯ୍ୟକ୍ରମ ଓମ୍ ଶାନ୍ତି ଅନୁଷ୍ଠାନ ପକ୍ଷରୁ କରାଯାଉଛି। ବ୍ରହ୍ମା କୁମାର ବୈକୁଣ୍ଠ ଭାଇ ସଭା ପରିଚାଳନା କରିଥିଲେ। ବ୍ରହ୍ମା କୁମାର ଅକ୍ଷୟ, ବ୍ରହ୍ମା କୁମାରୀ ଅଲିଭା,ଅନୀତା, ପ୍ରାପ୍ତି, ପିଙ୍କି ଭଉଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଶିବିରରେ ୨୦ରୁ ଉଦ୍ଧର୍ବ ଭାଇ ଭଉଣୀ ରକ୍ତଦାନ କରିଥିଲେ।
The post ଦାଦୀ ରତ୍ନ ମୋହିନୀ ଜୀଙ୍କ ସ୍ମୃତିରେ ରକ୍ତଦାନ ଶିବିର appeared first on Dharitri Odia News.