‘ଆସନକୁ ନେଇ ଆଲୋଚନା ଚାଲିଛି, ଶୀଘ୍ର ସମାଧାନ ହେବ’, ମମତାଙ୍କ ଇଣ୍ଡିଆ ମେଣ୍ଟ ଛାଡିବା ଉପରେ ରାହୁଲଙ୍କ ବୟାନ
ନୂଆଦିଲ୍ଲୀ,୨।୨: ବର୍ତ୍ତମାନ ଲୋକ ସଭା ନିର୍ବାଚନକୁ ଆଉ କିଛି ମାସ ବାକି ଅଛି। ଯେଉଁଠାରେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡିଛି। ଅନ୍ୟପକ୍ଷରେ, ଏନଡିଏକୁ ସାମ୍ନା କରିବାକୁ ବିରୋଧୀ ଦଳର ମେଣ୍ଟ ଇଣ୍ଡିଆରେ ଫାଟ ପଡିଯାଇଛି। ପଶ୍ଚିମବଙ୍ଗରେ ତୃଳମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ କେବଳ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିବାବେଳେ ପଞ୍ଜାବରେ ଆମ ଆଦମୀ ପାର୍ଟି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଇଣ୍ଡିଆ ମେଣ୍ଟ ପାଇଁ ପଶ୍ଚିମବଙ୍ଗ ଅଧିକ […] The post ‘ଆସନକୁ ନେଇ ଆଲୋଚନା ଚାଲିଛି, ଶୀଘ୍ର ସମାଧାନ ହେବ’, ମମତାଙ୍କ ଇଣ୍ଡିଆ ମେଣ୍ଟ ଛାଡିବା ଉପରେ ରାହୁଲଙ୍କ ବୟାନ appeared first on Dharitri Odia News.
ନୂଆଦିଲ୍ଲୀ,୨।୨: ବର୍ତ୍ତମାନ ଲୋକ ସଭା ନିର୍ବାଚନକୁ ଆଉ କିଛି ମାସ ବାକି ଅଛି। ଯେଉଁଠାରେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡିଛି। ଅନ୍ୟପକ୍ଷରେ, ଏନଡିଏକୁ ସାମ୍ନା କରିବାକୁ ବିରୋଧୀ ଦଳର ମେଣ୍ଟ ଇଣ୍ଡିଆରେ ଫାଟ ପଡିଯାଇଛି। ପଶ୍ଚିମବଙ୍ଗରେ ତୃଳମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ କେବଳ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିବାବେଳେ ପଞ୍ଜାବରେ ଆମ ଆଦମୀ ପାର୍ଟି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।
ଇଣ୍ଡିଆ ମେଣ୍ଟ ପାଇଁ ପଶ୍ଚିମବଙ୍ଗ ଅଧିକ ଝଟକା ଦେଇଛି। ଯେଉଁଠାରେ ୪୨ଟି ଲୋକ ସଭା ଆସନ ଅଛି ଏବଂ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି। ଆସନ ବଣ୍ଟନ ଉପରେ ରାଗିଯାଇ ମମତା ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମମତାଙ୍କୁ ନେଇ ଦେଇଥିବା ବିବୃତ୍ତି ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ଏଭଳି ଲାଗୁଛି ି ଯେ ସବୁ କିଛି ଠିକ୍ ଚାଲିଛି ଏବଂ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ବନ୍ଦ କୋଠରୀରେ ଆଲୋଚନା ଚାଲିଥିବା କୁହାଯାଉଛି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ସହିତ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଏଠାରେ ସେ ଯୁବକମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ସମସ୍ୟା ବୁଝିବାକୁୁ ଚେଷ୍ଟା କରୁଛନ୍ତି । ଯୁବକମାନଙ୍କ ସହ କଥାବାର୍ତ୍ତା କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ସେମାନଙ୍କୁ ପ୍ରଶ୍ନ କରିଛନ୍ତି ଯେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାର୍ଟି ସହିତ ଇଣ୍ଡିଆ ମେଣ୍ଟ ଅଛି। ବର୍ତ୍ତମାନ ତାଙ୍କ ଦଳର ମନୋଭାବ ବଦଳିଛି ଏବଂ ଦଳ ମେଣ୍ଟରୁ ଅଲଗା ହୋଇଥିବାର ଦେଖାଯାଉଛି। ତେବେ ମମତାଙ୍କୁ କାହିଁକି ଏତେ ପ୍ରାଥମିକତା ଦିଆଯାଉଛି?
ଏହାର ଉତ୍ତରରେ ରାହୁଲ କହିଛନ୍ତି, ଆମର ଇଣ୍ଡିଆ ମେଣ୍ଟ ଅଛି। ମମତା ବାନାର୍ଜୀ ନା ଆମେ ଇଣ୍ଡିଆ ମେଣ୍ଟ ଭାଙ୍ଗି ନାହୁଁ। ମମତା ଜୀ ଏହା ମଧ୍ୟ କହିଛନ୍ତି ଯେ, ସେ ମେଣ୍ଟରେ ଅଛନ୍ତି। ଆମେ ଏହା ମଧ୍ୟ କହୁଛୁ ଯେ ଆମେ ମେଣ୍ଟରେ ଅଛୁ। ଆସନ ବାଣ୍ଟିବା ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି। ଏହାର ଶୀଘ୍ର ସମାଧାନ ହେବ। ରାହୁଲଙ୍କ ଏହି ବିବୃତ୍ତି ସୂଚାଇ ଦେଉଛି ଯେ କଂଗ୍ରେସ-ଟିଏମସି ମଧ୍ୟରେ ସବୁକିଛି ଠିକ ଚାଲିଛି।
The post ‘ଆସନକୁ ନେଇ ଆଲୋଚନା ଚାଲିଛି, ଶୀଘ୍ର ସମାଧାନ ହେବ’, ମମତାଙ୍କ ଇଣ୍ଡିଆ ମେଣ୍ଟ ଛାଡିବା ଉପରେ ରାହୁଲଙ୍କ ବୟାନ appeared first on Dharitri Odia News.