ରାଜା ହେଉ କି ସେବକ: ଚକା ଆଖିକୁ ଦେଖିବା ପାଇଁ ସମସ୍ତେ ହୋଇଗଲେ ଏକାକାର

କନକ ବ୍ୟୁରୋ: ସେ ରାଜା ହେଉ କି ସେବକ । ଉଚ୍ଚପଦସ୍ଥ ଅଧିକାରୀ ହୁଅନ୍ତୁ କି କ୍ଷମତାରେ ଥିବା ମନ୍ତ୍ରୀ । କାଳିଆର ଦୁଆରେ ସମସ୍ତେ ଏକକାର ହୋଇଯାଇଛନ୍ତି । ଭକ୍ତ ଓ ଭଗବାନଙ୍କ ଏହି ମିଳନ ପର୍ବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରତିବର୍ଷ ଭଳି ଏଥର ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଯାତ୍ରାରେ […] The post ରାଜା ହେଉ କି ସେବକ: ଚକା ଆଖିକୁ ଦେଖିବା ପାଇଁ ସମସ୍ତେ ହୋଇଗଲେ ଏକାକାର first appeared on Kanak News.

ରାଜା ହେଉ କି ସେବକ: ଚକା ଆଖିକୁ ଦେଖିବା ପାଇଁ ସମସ୍ତେ ହୋଇଗଲେ ଏକାକାର

କନକ ବ୍ୟୁରୋ: ସେ ରାଜା ହେଉ କି ସେବକ । ଉଚ୍ଚପଦସ୍ଥ ଅଧିକାରୀ ହୁଅନ୍ତୁ କି କ୍ଷମତାରେ ଥିବା ମନ୍ତ୍ରୀ । କାଳିଆର ଦୁଆରେ ସମସ୍ତେ ଏକକାର ହୋଇଯାଇଛନ୍ତି । ଭକ୍ତ ଓ ଭଗବାନଙ୍କ ଏହି ମିଳନ ପର୍ବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରତିବର୍ଷ ଭଳି ଏଥର ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଯାତ୍ରାରେ ସାମିଲ ହୋଇଛନ୍ତି ।

କୋଟି କୋଟି ଓଡ଼ିଆଙ୍କ ଭାବର ଠାକୁର ଯେତେବେଳେ ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି, ସେତେବେଳେ ନା ଅଛି ଭେଦଭାବ, ନା ଧନୀ ଗରିବର ମାନସିକତା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ମହାପ୍ରଭୁଙ୍କ ଏହି ଘୋଷଯାତ୍ରାରେ ସାମିଲ ହୋଇଛନ୍ତି। ଆଉ ଏହି ମହାନପର୍ବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗଜପତି ମହାରାଜାଙ୍କ ଦ୍ବାରା ଛେରାପହଁରା ନୀତି ପରେ ଆରମ୍ଭ ହୋଇଥିଲା ରଥଟଣା। ଆଉ ରଥଟଣାରେ ନିଜକୁ ସାମିଲ କରିଥିଲେ ମହାମହିମ।

ବଡ଼ଦାଣ୍ଡରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ପାଛୋଟି ନେଇଥିଲେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ। କଡ଼ା ସୁରକ୍ଷା ଭିତରେ ରାଷ୍ଟ୍ରପତି ମଞ୍ଚ ଉପରେ ପହଂଚିବା ପରେ ସେଠାରୁ ସିଧା ରଥପାଖକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ।
ପବିତ୍ର ରଥଯାତ୍ରା ଅବସରରେ ଜଗଦଗୁରୁ ଶଙ୍କରାଚାର୍ୟ୍ୟଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଦିନରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ସୌଭାଗ୍ୟର କଥା ବୋଲି କହିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ। ସେହିପରି ପ୍ରତିବର୍ଷ ଭଳି ଏଥର ମଧ୍ୟ ରଥଯାତ୍ରାରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେହିପରି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମଧ୍ୟ ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହୋଇଛନ୍ତି।

The post ରାଜା ହେଉ କି ସେବକ: ଚକା ଆଖିକୁ ଦେଖିବା ପାଇଁ ସମସ୍ତେ ହୋଇଗଲେ ଏକାକାର first appeared on Kanak News.