ରିଲାଏନ୍ସ ଜିଓର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,,୨୧।୬: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ‘ରିଲାଏନ୍ସ ଜିଓ’ ୨୦୨୪ ଏପ୍ରିଲ ମାସରେ ମଧ୍ୟ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଓଡ଼ିଶା ବଜାରରେ କମ୍ପାନୀ ୧ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ତା’ର ଜୟଯାତ୍ରା ଜାରି ରଖିଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଏପ୍ରିଲରେ ରିଲାଏନ୍ସ ଜିଓ ଓଡ଼ିଶାର ଉଭୟ ଓୟାରଲେସ ଏବଂ ଓୟାରଲାଇନ ସେବା କ୍ଷେତ୍ରରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିଛି। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ […] The post ରିଲାଏନ୍ସ ଜିଓର ନୂଆ ମାଇଲଖୁଣ୍ଟ appeared first on Dharitri Odia News.

ରିଲାଏନ୍ସ ଜିଓର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,,୨୧।୬: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ‘ରିଲାଏନ୍ସ ଜିଓ’ ୨୦୨୪ ଏପ୍ରିଲ ମାସରେ ମଧ୍ୟ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଓଡ଼ିଶା ବଜାରରେ କମ୍ପାନୀ ୧ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ତା’ର ଜୟଯାତ୍ରା ଜାରି ରଖିଛି।

ଉଲ୍ଲେଖଯୋଗ୍ୟ, ୨୦୨୪ ଏପ୍ରିଲରେ ରିଲାଏନ୍ସ ଜିଓ ଓଡ଼ିଶାର ଉଭୟ ଓୟାରଲେସ ଏବଂ ଓୟାରଲାଇନ ସେବା କ୍ଷେତ୍ରରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିଛି। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୪ ଏପ୍ରିଲ ମାସରେ ଜିଓ ଓଡ଼ିଶାରେ ସର୍ବାଧିକ ୧,୧୩,୧୮୬ ନୂଆ ମୋବାଇଲ ଉପଭୋକ୍ତା ଯୋଡ଼ିଥିବା ବେଳେ ଜିଓର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଏହି ସମୟ ମଧ୍ୟରେ ମାତ୍ର ୮,୯୫୪ ମୋବାଇଲ ଉପଭୋକ୍ତା ଯୋଡ଼ିଛି।

ଅପରପକ୍ଷରେ ଭୋଡାଫୋନ୍‌ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍‌ ୨୦୨୪ ଏପ୍ରିଲ ମାସରେ ଓଡ଼ିଶାରେ ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି। ଏଥିସହ ୨୦୨୪ ଏପ୍ରିଲ ୩୦ ସୁଦ୍ଧା ଓଡ଼ିଶାରେ ଜିଓ ନେଟ୍‌ୱର୍କର ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧.୫୩ କୋଟିରୁ ଅଧିକ ହୋଇଛି। ୨୦୨୪ ଏପ୍ରିଲ ମାସରେ ଓଡ଼ିଶାର ମୋବାଇଲ ଉପଭୋକ୍ତା ସଂଖ୍ୟାରେ ୧୪,୪୪୦ ବୃଦ୍ଧି ସହ ରାଜ୍ୟରେ ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୨୦୨୪ ଏପ୍ରିଲ ଶେଷ ସୁଦ୍ଧା ୩.୩୭ କୋଟିକୁ ବୃଦ୍ଧି ହୋଇଛି।

ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ କ୍ରମାଗତ ଭାବେ ପ୍ରତି ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିବା ସହ ଓଡ଼ିଶା ଟେଲିକମ୍‌ ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ କରିଛି। ସେହିଭଳି ଜାତୀୟ ସ୍ତରରେ ମଧ୍ୟ ଜିଓ ୨୦୨୪ ଏପ୍ରିଲରେ ସର୍ବାଧିକ ୨୬.୮୭ ଲକ୍ଷରୁ ଅଧିକ ମୋବାଇଲ ଗ୍ରାହକ ଯୋଡ଼ିଥିବା ଜଣାପଡ଼ିଛି।

The post ରିଲାଏନ୍ସ ଜିଓର ନୂଆ ମାଇଲଖୁଣ୍ଟ appeared first on Dharitri Odia News.