ଏହି ପ୍ରଶ୍ନ ଶୁଣି ରାଗିଗଲେ ଦ୍ରାବିଡ: କହିଲେ…

ନୂଆଦିଲ୍ଲୀ,୨୦।୬: ଟି -୨୦ ବିଶ୍ୱକପ ୨୦୨୪ରେ ସୁପର-୮ ଆରମ୍ଭ ହୋଇଛି। ଭାରତୀୟ ଦଳ ଆଜି ଆଫଗାନିସ୍ତାନକୁ ଭେଟିବ। ଏହି ମ୍ୟାଚ ବାରବାଡୋସର କେନ୍ସିଙ୍ଗଟନ ଓଭାଲରେ ଖେଳାଯିବ। ୧୯୯୭ରେ ଖେଳୁଥିବାବେଳେ ଟେଷ୍ଟ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଗୁରୁବାର ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ଜଣେ ସାମ୍ବାଦିକ ଦ୍ରାବିଡଙ୍କୁ ଭାରତର ହୃଦୟ ବିଦାରକ ପରାଜୟ ବିଷୟରେ ପ୍ରଶ୍ନ କରିଥିଲେ। ଏଥିରେ ଦ୍ରାବିଡ ରାଗିଯାଇଥିଲେ। ୧୨୧ ରନ ପଛରେ ଥିବାବେଳେ ଭାରତ ୮୧ ରନ ପାଇଁ ଅଲଆଉଟ […] The post ଏହି ପ୍ରଶ୍ନ ଶୁଣି ରାଗିଗଲେ ଦ୍ରାବିଡ: କହିଲେ… appeared first on Dharitri Odia News.

ଏହି ପ୍ରଶ୍ନ ଶୁଣି ରାଗିଗଲେ ଦ୍ରାବିଡ: କହିଲେ…

ନୂଆଦିଲ୍ଲୀ,୨୦।୬: ଟି -୨୦ ବିଶ୍ୱକପ ୨୦୨୪ରେ ସୁପର-୮ ଆରମ୍ଭ ହୋଇଛି। ଭାରତୀୟ ଦଳ ଆଜି ଆଫଗାନିସ୍ତାନକୁ ଭେଟିବ। ଏହି ମ୍ୟାଚ ବାରବାଡୋସର କେନ୍ସିଙ୍ଗଟନ ଓଭାଲରେ ଖେଳାଯିବ। ୧୯୯୭ରେ ଖେଳୁଥିବାବେଳେ ଟେଷ୍ଟ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଗୁରୁବାର ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ଜଣେ ସାମ୍ବାଦିକ ଦ୍ରାବିଡଙ୍କୁ ଭାରତର ହୃଦୟ ବିଦାରକ ପରାଜୟ ବିଷୟରେ ପ୍ରଶ୍ନ କରିଥିଲେ। ଏଥିରେ ଦ୍ରାବିଡ ରାଗିଯାଇଥିଲେ।
୧୨୧ ରନ ପଛରେ ଥିବାବେଳେ ଭାରତ ୮୧ ରନ ପାଇଁ ଅଲଆଉଟ ହୋଇଥିଲା। ପ୍ରଥମ ଇନିଂସରେ ଦ୍ରାବିଡ ୭୮ ରନ ସ୍କୋର କରିଥିବାବେଳେ ତେନ୍ଦୁଲକର ୯୨ ରନ ଖେଳିଥିଲେ। ପ୍ରଥମ ଇନିଂସରେ ୩୧୯ ରନ ସ୍କୋର କରି ଭାରତ ଅଗ୍ରଣୀ ହାସଲ କରିଥିଲା। ଆବେ କୁରୁଭିଲ୍ଲା ପାଞ୍ଚଟି ଉଇକେଟ ନେଇ ଭାରତକୁ ଜିତିବାର ଏକ ବଡ଼ ସୁଯୋଗ ଦେଇଥିଲେ। ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ ୧୪୦ ରନରେ ଅଲଆଉଟ ହୋଇଥିଲା। ତେବେ ଶେଷ ଇନିଂସରେ ଭାରତୀୟ ଦଳ ୮୧ ରନ ଅଲଆଉଟ ହୋଇଥିଲେ।
ଯେତେବେଳେ ଭାରତ ବନାମ ଆଫଗାନିସ୍ତାନ ମ୍ୟାଚ ପୂର୍ବରୁ ସାମ୍ବାଦିକ ତାଙ୍କୁ ହୃଦୟ ବିଦାରକ ପରାଜୟ ବିଷୟରେ ମନେ ପକାଇଲେ ସେତେବେଳେ ଦ୍ରାବିଡ଼ ରାଗିଯାଇଥିଲେ। ଏନେଇ ଦ୍ରାବିଡ କହିଥିଲେ, ମୁଁ ବହୁତ ଶୀଘ୍ର ଜିନିଷରୁ ଆଗକୁ ବଢେ। ଏହା ମୋର ଏକ ବିଶେଷତ୍ୱ। ମୁଁ ପଛକୁ ଚାହେଁ ନାହିଁ। ୧୯୯୭ରେ କ’ଣ ଘଟିଥିଲା ମୋର ଧ୍ୟାନ ନାହିଁ। ବର୍ତ୍ତମାନ କ’ଣ ଘଟିବ ମୁଁ ସେ ବିଷୟରେ ଭାବୁଛି।

The post ଏହି ପ୍ରଶ୍ନ ଶୁଣି ରାଗିଗଲେ ଦ୍ରାବିଡ: କହିଲେ… appeared first on Dharitri Odia News.