ହିନ୍ଦୁ ବିବାହ ଚୁକ୍ତି ନୁହେଁ, ବିଚ୍ଛେଦ ପାଇଁ ବୈଧ ସହମତି ଲୋଡ଼ା
ପ୍ରୟାଗରାଜ, ୧୫।୯: ଆଲ୍ଲାହାବାଦ ହାଇକୋର୍ଟ ଶନିବାର ଏକ ମହତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏକ ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ କହିଛନ୍ତି, ହିନ୍ଦୁ ବିବାହକୁ କୌଣସି ଚୁକ୍ତି ପରି ଭଙ୍ଗାଯାଇ ପାରିବନି। କେବଳ ସୀମିତି ପରିସ୍ଥିତିରେ ଉଭୟ ପକ୍ଷଙ୍କ ସହମତି ସହ ଶାସ୍ତ୍ର ଏବଂ ରୀତିନୀତି ଆଧାରିତ ହିନ୍ଦୁ ବିବାହର ବିଚ୍ଛେଦ ହୋଇପାରିବ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଏକ ବିବାହ ବିଚ୍ଛେଦ ପାଇଁ ନିମ୍ନ କୋର୍ଟ ଦେଇଥିବା ଆଦେଶଙ୍କୁ ରଦ୍ଦ କରିବା ପାଇଁ ଜଣେ ମହିଳା […] The post ହିନ୍ଦୁ ବିବାହ ଚୁକ୍ତି ନୁହେଁ, ବିଚ୍ଛେଦ ପାଇଁ ବୈଧ ସହମତି ଲୋଡ଼ା appeared first on Dharitri Odia News.
ପ୍ରୟାଗରାଜ, ୧୫।୯: ଆଲ୍ଲାହାବାଦ ହାଇକୋର୍ଟ ଶନିବାର ଏକ ମହତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏକ ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ କହିଛନ୍ତି, ହିନ୍ଦୁ ବିବାହକୁ କୌଣସି ଚୁକ୍ତି ପରି ଭଙ୍ଗାଯାଇ ପାରିବନି। କେବଳ ସୀମିତି ପରିସ୍ଥିତିରେ ଉଭୟ ପକ୍ଷଙ୍କ ସହମତି ସହ ଶାସ୍ତ୍ର ଏବଂ ରୀତିନୀତି ଆଧାରିତ ହିନ୍ଦୁ ବିବାହର ବିଚ୍ଛେଦ ହୋଇପାରିବ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଏକ ବିବାହ ବିଚ୍ଛେଦ ପାଇଁ ନିମ୍ନ କୋର୍ଟ ଦେଇଥିବା ଆଦେଶଙ୍କୁ ରଦ୍ଦ କରିବା ପାଇଁ ଜଣେ ମହିଳା ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଆବେଦନ କରିଥିଲେ। ମହିଳାଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ୍ ସୌମିତ୍ର ଦୟାଲ ସିଂ ଏବଂ ଜଷ୍ଟିସ୍ ଡୋନାଡି ରମେଶଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଯଦି ଛାଡ଼ପତ୍ରର ଶେଷ ଆଦେଶ ଆସିବା ପୂର୍ବରୁ କୌଣସି ମଧ୍ୟ ପକ୍ଷ ସହମତିରୁ ଓହରି ଯାଆନ୍ତି, ତେବେ ପ୍ରାରମ୍ଭିକ ସହମତି ଆଧାରରେ ଛାଡ଼ପତ୍ର ଦିଆଯାଇ ପାରିବନି। ଆବେଦନକାରୀ ଛାଡ଼ପତ୍ର ପାଇଁ ତାଙ୍କ ସହମତି ପ୍ରତ୍ୟାହାର କରିବା ପରେ ନିମ୍ନ ଅଦାଲତ ତାଙ୍କୁ ମୂଳ ସହମତି ପାଳନ କରିବାକୁ ବାଧ୍ୟ କରିପାରିବେ ନାହିଁ। ଏପରି କରିବା ନ୍ୟାୟର ଉପହାସ ହେବ। ସୂଚନାଯୋଗ୍ୟ, ଆବେଦନକାରୀ ମହିଳା ୨୦୧୧ରେ ବୁଲନ୍ଦ ସହର ଜିଲା କୋର୍ଟରେ ପାରିତ ହୋଇଥିବା ଏକ ଆଦେଶ ବିରୋଧରେ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଆବେଦନ କରିଥିଲେ। ଉକ୍ତ ମହିଳାଙ୍କ ସ୍ବାମୀ ଦାଖଲ କରିଥିବା ଛାଡ଼ପତ୍ର ଆବେଦନକୁ ଜିଲା କୋର୍ଟ ଗ୍ରହଣ କରିଥିଲେ।
The post ହିନ୍ଦୁ ବିବାହ ଚୁକ୍ତି ନୁହେଁ, ବିଚ୍ଛେଦ ପାଇଁ ବୈଧ ସହମତି ଲୋଡ଼ା appeared first on Dharitri Odia News.