ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି କି କିମ୍‌ ? କାହିଁକି ଚୋରାଇଲେ ଅନ୍ୟ ଦେଶର ଗୁପ୍ତ ତଥ୍ୟ…

ପ୍ୟୋଙ୍ଗୟାଙ୍ଗ,୧୫।୨ : ଉତ୍ତର କୋରିଆ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ ସୁକ ୟୋଲଙ୍କର ଜଣେ ସହାୟକଙ୍କ ଇମେଲ ହ୍ୟାକ କରିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆର ଲକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଇମେଲ ହ୍ୟାକ କରି ଅନେକ ଗୁପ୍ତ ତଥ୍ୟ ଚୋରି କରାଯାଇଛି। ତେବେ ଏହି ଗୁପ୍ତ ସୂଚନା କ’ଣ ଏବଂ ଏହା କେତେ ସମ୍ବେଦନଶୀଳ ତାହା ଉପରେ ଦକ୍ଷିଣ କୋରିଆ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ। ଏହା ଜାଣିବା ପରେ […] The post ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି କି କିମ୍‌ ? କାହିଁକି ଚୋରାଇଲେ ଅନ୍ୟ ଦେଶର ଗୁପ୍ତ ତଥ୍ୟ… appeared first on Dharitri Odia News.

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି କି କିମ୍‌ ? କାହିଁକି ଚୋରାଇଲେ ଅନ୍ୟ ଦେଶର ଗୁପ୍ତ ତଥ୍ୟ…

ପ୍ୟୋଙ୍ଗୟାଙ୍ଗ,୧୫।୨ : ଉତ୍ତର କୋରିଆ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ ସୁକ ୟୋଲଙ୍କର ଜଣେ ସହାୟକଙ୍କ ଇମେଲ ହ୍ୟାକ କରିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆର ଲକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଇମେଲ ହ୍ୟାକ କରି ଅନେକ ଗୁପ୍ତ ତଥ୍ୟ ଚୋରି କରାଯାଇଛି। ତେବେ ଏହି ଗୁପ୍ତ ସୂଚନା କ’ଣ ଏବଂ ଏହା କେତେ ସମ୍ବେଦନଶୀଳ ତାହା ଉପରେ ଦକ୍ଷିଣ କୋରିଆ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ।

ଏହା ଜାଣିବା ପରେ ଦକ୍ଷିଣ କୋରିଆ ଏହାର ସମସ୍ତ ଜନ ପ୍ରତିନିଧୀ ଏବଂ ସେମାନଙ୍କ କାର୍ଯ୍ୟାଳୟରେ ସାଇବର ସୁରକ୍ଷା ବୃଦ୍ଧି କରିଛି। ଏଭଳି ସାଇବର ଆକ୍ରମଣରୁ ସତର୍କ ରହିବାକୁ କୁହାଯାଇଛି। ବିଶେଷକରି ସରକାରଙ୍କ ଅଧିକାରୀ ଏବଂ କର୍ମଚାରୀଙ୍କୁ କୌଣସି ଅନୌପଚାରିକ ମେଲ ଖୋଲିବାକୁ ବାରଣ କରାଯାଇଛି। ଅତୀତରେ ଉତ୍ତର କୋରିଆ ମଧ୍ୟ ସାଇବର ହ୍ୟାକିଂ ସମୟରେ ଅନ୍ୟ ଦେଶର ଟଙ୍କା ଏବଂ ଗୁପ୍ତ ତଥ୍ୟ ଚୋରି କରିଥିବା ଅଭିଯୋଗ ହୋଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ ସୁକ ୟୋଲଙ୍କ କାର୍ଯ୍ୟାଳୟରେ ଜଣେ ସହାୟକଙ୍କ ଇମେଲ ହ୍ୟାକ ହୋଇଛି। ଏହି ଇମେଲ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଯାତ୍ରା କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ବାର୍ତ୍ତା ବିନିମୟ ହୋଇଛି। ଏହା କୁହାଯାଉଛି ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ରହିଛି, ଯାହା ଉତ୍ତର କୋରିଆ ଏହାର ଫାଇଦା ନେଇପାରେ। ସୂଚନା ଅନୁଯାୟୀ, ନଭେମ୍ବର ୨୦୨୩ରେ ଏବଂ ଏହା ପ୍ରାୟ କରାଯାଇଥିଲା। ଏହି ଅବଧି ମଧ୍ୟରେ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଅନେକ ତଥ୍ୟ ଲିକ ହୋଇଛି।

ଏହି ପରିପ୍ରେକ୍ଷୀରେ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି କହିଛି ହ୍ୟାକ ହୋଇଥିବା ଇମେଲରୁ ସରକାରୀ ମେଲ ପଠାଯାଇଛି। ବର୍ତ୍ତମାନ ଏହା କେବେ ଘଟିଛି ଏବଂ କେଉଁ ତଥ୍ୟ ଚୋରି ହୋଇଛି ସେ ନେଇ ଅନୁସନ୍ଧାନ କରାଯାଉଛି। ଉତ୍ତର କୋରିଆ ପ୍ରଥମ ଥର ପାଇଁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଦଳର ଜଣେ ସଦସ୍ୟଙ୍କ ଇମେଲ ହ୍ୟାକ କରିବାରେ ସଫଳ ହୋଇଥିଲା। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଆହୁରି ମଧ୍ୟ କହିଛି ଏହାର ସୁରକ୍ଷା ବ୍ୟବସ୍ଥା ହ୍ୟାକ ହୋଇନାହିଁ ଏବଂ ସରକାରୀ ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି।

The post ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି କି କିମ୍‌ ? କାହିଁକି ଚୋରାଇଲେ ଅନ୍ୟ ଦେଶର ଗୁପ୍ତ ତଥ୍ୟ… appeared first on Dharitri Odia News.