ଜିଏସ୍ଟି ସ୍ଲାବ୍ର ହୋଇପାରେ ସରଳୀକରଣ
ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ(ଜିଏସ୍ଟି) ସ୍ଲାବ୍ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍ଟି ଟ୍ୟାକ୍ସ ସ୍ଲାବ୍ ୪ରୁ ୩କୁ ହ୍ରାସ କରାଯାଇପାରେ। ଜିଏସ୍ଟିରେ ଏକାଧିକ ହାର ବ୍ୟବସ୍ଥା କାରଣରୁ ବର୍ଗୀକରଣକୁ ନେଇ ଦେଖାଯାଉଥିବା ବିବାଦର ସମାଧାନ ପାଇଁ ସରକାର ଏହି ପଦକ୍ଷେପ ନେଇପାରିବେ। ଏକ ସାକ୍ଷାତ୍କାରରେ ସେଣ୍ଟ୍ରାଲ ଏକ୍ସାଇଜ ଏବଂ କଷ୍ଟମସ୍ ବୋର୍ଡ (ସିବିଆଇସି) ଅଧ୍ୟକ୍ଷ ସଞ୍ଜୟ ଅଗ୍ରୱାଲ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଉକ୍ତ ସାକ୍ଷାତ୍କାରରେ […] The post ଜିଏସ୍ଟି ସ୍ଲାବ୍ର ହୋଇପାରେ ସରଳୀକରଣ appeared first on Dharitri Odia News.
ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ(ଜିଏସ୍ଟି) ସ୍ଲାବ୍ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍ଟି ଟ୍ୟାକ୍ସ ସ୍ଲାବ୍ ୪ରୁ ୩କୁ ହ୍ରାସ କରାଯାଇପାରେ। ଜିଏସ୍ଟିରେ ଏକାଧିକ ହାର ବ୍ୟବସ୍ଥା କାରଣରୁ ବର୍ଗୀକରଣକୁ ନେଇ ଦେଖାଯାଉଥିବା ବିବାଦର ସମାଧାନ ପାଇଁ ସରକାର ଏହି ପଦକ୍ଷେପ ନେଇପାରିବେ। ଏକ ସାକ୍ଷାତ୍କାରରେ ସେଣ୍ଟ୍ରାଲ ଏକ୍ସାଇଜ ଏବଂ କଷ୍ଟମସ୍ ବୋର୍ଡ (ସିବିଆଇସି) ଅଧ୍ୟକ୍ଷ ସଞ୍ଜୟ ଅଗ୍ରୱାଲ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଉକ୍ତ ସାକ୍ଷାତ୍କାରରେ ସେ କହିଛନ୍ତି, ବିଭିନ୍ନ ପ୍ରକାର ଜିଏସ୍ଟି ହାର ହେତୁ ବର୍ଗୀକରଣ ବିବାଦ ଉପୁଜିଛି, ଯାହା ସଂଶୋଧନ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, ବର୍ତ୍ତମାନ ଲାଗୁହେଉଥିବା ୪ଟି ଜିଏସ୍ଟି ହାର ୫%, ୧୨%, ୧୮% ଏବଂ ୨୮%କୁ ୩ ବର୍ଗରେ ବିଭକ୍ତ କରାଯାଇପାରେ। ଜିଏସ୍ଟି ସଂଗ୍ରହ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ଆସନ୍ତା ମାସରେ ଏହି ଉନ୍ନତିମୂଳକ କାର୍ଯ୍ୟ ଶେଷ ହେବ ବୋଲି ସେ ନିଶ୍ଚିତ କରିଛନ୍ତି। ସୂଚନା ଥାଉକି, କେତେକ ଜରୁରୀ ଜିନିଷ ଉପରେ କୌଣସି ଜିଏସ୍ଟି ଥିବାବେଳେ ସୁନା ଉପରେ ୩ ପ୍ରତିଶତ ଜିଏସ୍ଟି ଲାଗୁ ହୋଇଥାଏ। ହାଇ ଏଣ୍ଡ ମୋଟର ଯାନ ଉପରେ ଜିଏସ୍ଟି ସେସ୍ ମଧ୍ୟ ଆଦାୟ କରାଯାଏ। ତେବେ ଅର୍ଥନୀତି ବିଶେଷଜ୍ଞମାନେ ବିଭିନ୍ନ ସମୟରେ ୫ ପ୍ରତିଶତ, ୧୨ରୁ ୧୮ ପ୍ରତିଶତ ଏବଂ ୨୮ପ୍ରତିଶତ ଟ୍ୟାକ୍ସ ହାରକୁ ନେଇ ଏକ ସ୍ଲାବ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି।
ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ବଜେଟ ଭାଷଣରେ ଜିଏସ୍ଟିରେ ସମ୍ଭାବ୍ୟ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଥିଲେ। ଜିଏସ୍ଟିର ଲାଭକୁ ସରଳ କରିବା ପାଇଁ ଭବିଷ୍ୟତରେ ଏହାକୁ କରାଯିବ ଏବଂ ଜିଏସ୍ଟି ହାର ଗଠନକୁ ଯୁକ୍ତିଯୁକ୍ତ କରାଯିବ ଓ ଅନ୍ୟାନ୍ୟ କ୍ଷେତ୍ରକୁ ମଧ୍ୟ ଏହାର ଆଭିମୁଖ୍ୟରେ ଅଣାଯିବ ବୋଲି ସେ କହିଛନ୍ତି।
ସୂଚନା ଥାଉକି, ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ବିରୋଧୀମାନେ ବର୍ତ୍ତମାନର ଜିଏସ୍ଟି ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାରରେ ଜିଏସ୍ଟି ୨.୦କୁ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ବର୍ତ୍ତମାନ ଜିଏସ୍ଟି ହାରକୁ ସରଳକରି ଟିକସ ଭାର ହ୍ରାସ କରିବାକୁ ମୋଦି ସରକାର ମଧ୍ୟ ଚାପରେ ଅଛନ୍ତି। ଜିଏସ୍ଟି ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ଉତ୍ତରପ୍ରଦେଶ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନାଙ୍କ ଦ୍ୱାରା ଗଠିତ କମିଟି ଏ ପର୍ଯ୍ୟନ୍ତ ଜିଏସ୍ଟି ପରିଷଦକୁ ଏହାର ସୁପାରିସ ଦାଖଲ କରିନାହିଁ।
ବ୍ରୋକ୍ରେଜ୍ ହାଉସ ଆମ୍ବିଟ କ୍ୟାପିଟାଲ ଏହାର ରିସର୍ଚ୍ଚ ନୋଟ୍ରେ କହିଛି, ଜିଏସ୍ଟି ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ ଅଫ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି ଏହା ମଧ୍ୟ କହିଛି, ଯେଉଁ ଦ୍ରବ୍ୟ ଉପରେ ଜିଏସ୍ଟି ଛାଡ଼ ଦିଆଯାଉଛି ତାହା ସ୍ବଳ୍ପ ଆୟ ବର୍ଗର ଲୋକଙ୍କ ଅପେକ୍ଷା ଧନୀ ଲୋକଙ୍କୁ ସୁହାଉଛି।
The post ଜିଏସ୍ଟି ସ୍ଲାବ୍ର ହୋଇପାରେ ସରଳୀକରଣ appeared first on Dharitri Odia News.