ହିଜବୁଲ ମୁଜାହିଦ୍ଦିନର ଫାଇନାନ୍ସରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବହୁତକୁ ବଡ ସଫଳତା ମିଳିଛି। ହିଜବୁଲ ମୁଜାହିଦ୍ଦିନର ଜଣେ ବଡ ଫାଇନାନ୍ସରଙ୍କୁ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ମହମ୍ମଦ ରଫି ନଜର। ସେ ଜମ୍ମୁ-କଶ୍ମୀରର ସୋପୋର ଜିଲାର ବାସିନ୍ଦା। ଆତଙ୍କବାଦୀ ରଫି ନଜର ହିଜବୁଲ ହ୍ୟାଣ୍ଡେଲରଙ୍କ ମାଧ୍ୟମରେ ଟଙ୍କା ନେଇ ଘାଟିକୁ ପଠାଉଥିଲେ ଯେଉଁଠାରେ ସେମାନଙ୍କ ମାଧ୍ୟମରେ ଆତଙ୍କବାଦୀ ଘଟଣା ଘଟିଥିଲା। ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ହିଜବୁଲ ମୁଜାହିଦ୍ଦିନ ହ୍ୟାଣ୍ଡେଲରମାନେ […] The post ହିଜବୁଲ ମୁଜାହିଦ୍ଦିନର ଫାଇନାନ୍ସରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବହୁତକୁ ବଡ ସଫଳତା ମିଳିଛି। ହିଜବୁଲ ମୁଜାହିଦ୍ଦିନର ଜଣେ ବଡ ଫାଇନାନ୍ସରଙ୍କୁ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ମହମ୍ମଦ ରଫି ନଜର। ସେ ଜମ୍ମୁ-କଶ୍ମୀରର ସୋପୋର ଜିଲାର ବାସିନ୍ଦା। ଆତଙ୍କବାଦୀ ରଫି ନଜର ହିଜବୁଲ ହ୍ୟାଣ୍ଡେଲରଙ୍କ ମାଧ୍ୟମରେ ଟଙ୍କା ନେଇ ଘାଟିକୁ ପଠାଉଥିଲେ ଯେଉଁଠାରେ ସେମାନଙ୍କ ମାଧ୍ୟମରେ ଆତଙ୍କବାଦୀ ଘଟଣା ଘଟିଥିଲା।
ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ହିଜବୁଲ ମୁଜାହିଦ୍ଦିନ ହ୍ୟାଣ୍ଡେଲରମାନେ ପାକିସ୍ତାନରୁ ଆତଙ୍କବାଦୀ ରଫି ନଜରକୁ ଟଙ୍କା ପଠାଉଥିଲେ। ତା’ପରେ ସେ ଏହି ଟଙ୍କା ଜମ୍ମୁ କଶ୍ମୀରର ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ନିକଟକୁ ପଠାଉଥିଲେ, ଯେଉଁମାନେ ଆତଙ୍କବାଦୀ ସଂଗଠନର ଘୃଣ୍ୟ କାର୍ଯ୍ୟକଳାପ ପାଇଁ ଏହାକୁ ବ୍ୟବହାର କରିଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ ପାକିସ୍ତାନରୁ ଆସିଥିବା ଏହି ଟଙ୍କା ହାୱାଲା ଚ୍ୟାନେଲ ମାଧ୍ୟମରେ ଭାରତରେ ପହଞ୍ଚୁଥିଲା। ପଶମିନା ଶଲ ବ୍ୟବସାୟ ନାମରେ ପଡୋଶୀ ଦେଶରୁ ଆତଙ୍କବାଦ ପାଇଁ ଟଙ୍କା ଆସୁଥିଲା।
The post ହିଜବୁଲ ମୁଜାହିଦ୍ଦିନର ଫାଇନାନ୍ସରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ appeared first on Dharitri Odia News.