ନାବାଳିକାଙ୍କୁ ଗଣବଳାତ୍କାର, ୪ ଜଣଙ୍କୁ ବାନ୍ଧିଲା ପୋଲିସ

କୁଚିଣ୍ଡା,୪ା୧୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ ଜଣେ ୧୪ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରି ବୁଧବାର ସମ୍ବଲପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁରର ମହୁଲପାଲି ଥାନା ବିଲୁଙ୍ଗ ଗ୍ରାମର ଜିତେନ୍ଦ୍ର ଭଞ୍ଜ ଓରଫ ସଞ୍ଜିତ(୧୯) ଓ ଦୁମକୁ ଗ୍ରାମର ଗୋବିନ୍ଦ କିଷାନ(୨୮)ଏବଂ ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ନୂଆପାଲି ଗ୍ରାମର ଅନିଲ ମଞ୍ଜ(୨୭) ଓ କୁତ୍ରା ଥାନା କର୍ମାବାହାଲ ଗ୍ରାମର […] The post ନାବାଳିକାଙ୍କୁ ଗଣବଳାତ୍କାର, ୪ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.

ନାବାଳିକାଙ୍କୁ ଗଣବଳାତ୍କାର, ୪ ଜଣଙ୍କୁ ବାନ୍ଧିଲା ପୋଲିସ

କୁଚିଣ୍ଡା,୪ା୧୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ ଜଣେ ୧୪ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରି ବୁଧବାର ସମ୍ବଲପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁରର ମହୁଲପାଲି ଥାନା ବିଲୁଙ୍ଗ ଗ୍ରାମର ଜିତେନ୍ଦ୍ର ଭଞ୍ଜ ଓରଫ ସଞ୍ଜିତ(୧୯) ଓ ଦୁମକୁ ଗ୍ରାମର ଗୋବିନ୍ଦ କିଷାନ(୨୮)ଏବଂ ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ନୂଆପାଲି ଗ୍ରାମର ଅନିଲ ମଞ୍ଜ(୨୭) ଓ କୁତ୍ରା ଥାନା କର୍ମାବାହାଲ ଗ୍ରାମର ସରୋଜ ଏକ୍କା (୨୪)।

ପୀଡ଼ିତାଙ୍କ ବାପାଙ୍କ ରିପୋର୍ଟ ଅନୁଯାୟୀ, ପୋଲିସ ମହୁଲପାଲି ଥାନାରେ ବିଭିନ୍ନ ଦଫାରେ କେସ୍‌ ନଂ୧୮୮/୨୪ରେ ଏକ ମାମଲା ରୁଜୁ କରିଛି। ପୋଲିସ ସେମାନଙ୍କଠାରୁ ଏକ ବାଇକ୍‌,୫ଟି ମୋବାଇଲ ସହ ନଗଦ ୭୫୦ଟଙ୍କା ଜବତ କରିଛି।

ସୂଚନାନୁଯାୟୀ, ପୀଡ଼ିତା ନାବାଳିକା ଜଣକ ଶନିବାର ରାତି ୨ଟାରେ ତାଙ୍କ ସମ୍ପର୍କୀୟ ଭାଇ ଓ ପଡ଼ୋଶୀମାନଙ୍କ ସହ ବିଲୁଙ୍ଗ ଗ୍ରାମରୁ ଅପେରା ଦେଖି ଫେରୁଥିଲେ। ଅଭିଯୁକ୍ତମାନେ ବିଲୁଙ୍ଗ-ଲପଡା ମଝିରେ ଥିବା ପୋଲ ନିକଟରେ ପୀଡ଼ିତାଙ୍କ ସାଥୀରେ ଥିବା ସମସ୍ତଙ୍କୁ ମାଡ୍‌ପିଟ୍‌ କରି ତାଙ୍କୁ ଜଙ୍ଗଲକୁ ଟେକିନେଇ ଗଣବଳାତ୍କାର କରିଥିଲେ। ପରେ ପୀଡ଼ିତାଙ୍କୁ ତାଙ୍କ ଗାଁ ପାଖରେ ଛାଡ଼ି ଦେଇଥିଲେ। ପୀଡ଼ିତା ନାବାଳିକା ଘରେ ପହଞ୍ଚି ଘଟଣା ସମ୍ପର୍କରେ କହିବାରୁ ରବିବାର ସକାଳେ ତାଙ୍କ ବାପା ମହୁଲପାଲି ଥାନାରେ ଲିଖିତ ରିପୋର୍ଟ କରିଥିଲେ। ପୋଲିସ ମଙ୍ଗଳବାର ପୀଡ଼ିତାଙ୍କ ଡାକ୍ତରୀ ମାଇନା ବୁର୍ଲା ଭୀମସାର ମେଡିକାଲରେ କରିଥିବାବେଳେ ସମ୍ବଲପୁର ପୋକ୍ସୋ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଇଛି। ଏନେଇ ବୁଧବାର କୁଚିଣ୍ଡା ଏସ୍‌ଡିପିଓ ଅମିତାଭ ପଣ୍ଡା ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

The post ନାବାଳିକାଙ୍କୁ ଗଣବଳାତ୍କାର, ୪ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.