ମୋରଡ଼ା ଅଞ୍ଚଳରେ ବଢୁଛି ଚୋରି-ରାହାଜାନି, ମାମଲା ରୁଜୁ କରି ହାତବାନ୍ଧି ବସୁଛି ପୋଲିସ
ମୋରଡ଼ା,୨୩ା୯(ସ୍ମାରକ ମାଜୀ): ଲୁଟେରାଙ୍କ ଉପଦ୍ରବରେ ତ୍ରାହିତ୍ରାହି ଡାକିଲେଣି ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳବାସୀ। ପୋଲିସ କାଁ ଭାଁ ମାମଲା ରୁଜୁ କରି ଚୁପ୍ ହୋଇ ବସି ପଡୁଛି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ମୁତାବକ, ଗତ ୨୧ ସେପ୍ଟେମ୍ବର ୨୦୨୪ ସନ୍ଧ୍ୟାରେ ଉକ୍ତ ଥାନା ଅଧୀନ ଖରୁଣ୍ଟିଆ ଗ୍ରାମର ସହଦେବ କାଳନ୍ଦୀ ତାଙ୍କ ଗ୍ରାମର ଅଜିତ କାଳନ୍ଦୀଙ୍କ ସହିତ ଏକ ସାଇକେଲ ଯୋଗେ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ଉକ୍ତ ଥାନା […] The post ମୋରଡ଼ା ଅଞ୍ଚଳରେ ବଢୁଛି ଚୋରି-ରାହାଜାନି, ମାମଲା ରୁଜୁ କରି ହାତବାନ୍ଧି ବସୁଛି ପୋଲିସ appeared first on Dharitri Odia News.
ମୋରଡ଼ା,୨୩ା୯(ସ୍ମାରକ ମାଜୀ): ଲୁଟେରାଙ୍କ ଉପଦ୍ରବରେ ତ୍ରାହିତ୍ରାହି ଡାକିଲେଣି ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳବାସୀ। ପୋଲିସ କାଁ ଭାଁ ମାମଲା ରୁଜୁ କରି ଚୁପ୍ ହୋଇ ବସି ପଡୁଛି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ମୁତାବକ, ଗତ ୨୧ ସେପ୍ଟେମ୍ବର ୨୦୨୪ ସନ୍ଧ୍ୟାରେ ଉକ୍ତ ଥାନା ଅଧୀନ ଖରୁଣ୍ଟିଆ ଗ୍ରାମର ସହଦେବ କାଳନ୍ଦୀ ତାଙ୍କ ଗ୍ରାମର ଅଜିତ କାଳନ୍ଦୀଙ୍କ ସହିତ ଏକ ସାଇକେଲ ଯୋଗେ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ଉକ୍ତ ଥାନା ଅଧୀନ ହରେକୃଷ୍ଣପୁର ନିକଟରେ ଏକ କାଜୁ ବଗିଚା ନିକଟରେ ଦୁଇଜଣ ଦୁର୍ବୃତ୍ତ ସହଦେବଙ୍କ ଫୋନ୍କୁ ଛଡ଼ାଇ ନେଇଥିଲେ। ତେବେ ସହଦେବ ଘରକୁ ଆସି ତାଙ୍କ ଘର ପାଖ ପଡ଼ିଶାଙ୍କ ଫୋନ୍ରୁ ତାଙ୍କ ନମ୍ବରକୁ କଲ କରିବା ପରେ ଉକ୍ତ ଫୋନ୍ଟି ରାସଗୋବିନ୍ଦପୁରର ସତ୍ୟରଞ୍ଜନ ତ୍ରିପାଠୀଙ୍କ ପାଖରେ ଅଛି ବୋଲି ଜାଣିବାକୁ ପାଇଥିଲେ। ତେବେ ସତ୍ୟରଞ୍ଜନ ଉକ୍ତ ଫୋନ୍କୁ ୨୫୦୦ ଟଙ୍କାରେ ଜଣେ ବ୍ୟକ୍ତିଙ୍କ ନିକଟରୁ କିଣିଛନ୍ତି ବୋଲି କହିଥିଲେ। ତେବେ ଉକ୍ତ ଫୋନ୍ଟି ସହଦେବଙ୍କ ଫୋନ କହିବାରୁ ପ୍ରମାଣ ପାଇଁ ସତ୍ୟରଞ୍ଜନ ଆଧାର ପ୍ରମାଣପତ୍ର ମାଗିଥିଲେ। ସହଦେବ ଆଧାର ପ୍ରମାଣପତ୍ର ଦେବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬୫୪୩ ଟଙ୍କା ଉଠାଣ ହୋଇଛି ବୋଲି ଜାଣିବାକୁ ପାଇଥିଲେ। ଏନେଇ ସହଦେବ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ତେବେ ଖାଲି ଏତିକି ନୁହେଁ ପୂର୍ବରୁ ଉକ୍ତ ଥାନା ଅଧୀନ ତେନ୍ତୁଳିବାଟି, ଶିଳଦା ଏବଂ ଅନ୍ୟ ଗ୍ରାମରୁ ବହୁବାର ଟ୍ରାନ୍ସଫର୍ମର ଚୋରି ହେଉଥିବାର ଦେଖିବାକୁ ମିଳିଛି। ତେବେ ଏମିତି ଚୋରି, ଛିନ୍ତାଇ ହେଉଥିଲେ ମଧ୍ୟ ମୋରଡ଼ା ପୋଲିସ ଔପଚାରିକତାରେ ଏକ ମାମଲା ରୁଜୁ କରି ହାତ ବାନ୍ଧି ବସିଛି।
ତେବେ ଆଶ୍ଚର୍ଯ୍ୟର କଥା ଗତ ଦୁଇମାସ ତଳେ ଏକ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଜଣେ ନାବାଳକ ବଳାତ୍କାର କରିବା ପରେ ଦୀର୍ଘ ଦୁଇ ମାସ ପୋଲିସ ମାମଲା ରୁଜୁ କରି ହାତ ବାନ୍ଧି ବସିଥିଲା। ଫଳରେ ଅତିଷ୍ଠ ତଥା ନିରୁପାୟ ହୋଇ ଶିଶୁକନ୍ୟାର ମାତାପିତାଙ୍କ ସହିତ ସମାଜସେବୀ, ସ୍ଥାନୀୟ ଅଞ୍ଚଳବାସୀ ମୋରଡ଼ା ଥାନା ଆଗରେ ଧାରଣା ଦେବା ପରେ ପୋଲିସର ଚେତା ପଶିଥିଲା ଏବଂ ମୋରଡ଼ା ବିଧାୟକ ତଥା ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଥାନାଧିକାରୀ ସତ୍ୟନାରାୟଣ ବଳଙ୍କୁ ତାଗିଦ କରିବା ପରେ ନାବାଳକକୁ ଗିରଫ କରିଥିଲେ।
The post ମୋରଡ଼ା ଅଞ୍ଚଳରେ ବଢୁଛି ଚୋରି-ରାହାଜାନି, ମାମଲା ରୁଜୁ କରି ହାତବାନ୍ଧି ବସୁଛି ପୋଲିସ appeared first on Dharitri Odia News.