ବଦଳିଲା ସରକାରୀ ମହାବିଦ୍ୟାଳୟର ନାମ
କୋରାପୁଟ,୧୮ା୪(ଅମିତାଭ ବେହେରା): କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ସରକାରୀ ମହାବିଦ୍ୟାଳୟର ପୁଣିଥରେ ନାଁ ବଦଳିଛି। ଗତ ୧୬ ତାରିଖରେ ଏହାକୁ ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ସରକାରୀ ଡିଏଭି ମହାବିଦ୍ୟାଳୟ ନାମରେ ନାମିତ କରିଛନ୍ତି। ଦୀର୍ଘଦିନର ଦାବି ପରେ କଲେଜ ତାର ପୂର୍ବ ନାମ ଫେରି ପାଇଥିବାରୁ କଲେଜରେ ଖୁସିର ଲହରି ଖେଳିଯାଇଛି। ଯାହାକୁ ନେଇ ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟଠାରେ ଡିଏଭି କଲେଜ ଆଲୁମିନା ଆସୋସିଏଶନ ତରଫରୁ ଖବରଦାତା ସମ୍ମିଳନୀ କରାଯାଇ ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିବା […] The post ବଦଳିଲା ସରକାରୀ ମହାବିଦ୍ୟାଳୟର ନାମ appeared first on Dharitri Odia News.
କୋରାପୁଟ,୧୮ା୪(ଅମିତାଭ ବେହେରା): କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ସରକାରୀ ମହାବିଦ୍ୟାଳୟର ପୁଣିଥରେ ନାଁ ବଦଳିଛି। ଗତ ୧୬ ତାରିଖରେ ଏହାକୁ ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ସରକାରୀ ଡିଏଭି ମହାବିଦ୍ୟାଳୟ ନାମରେ ନାମିତ କରିଛନ୍ତି। ଦୀର୍ଘଦିନର ଦାବି ପରେ କଲେଜ ତାର ପୂର୍ବ ନାମ ଫେରି ପାଇଥିବାରୁ କଲେଜରେ ଖୁସିର ଲହରି ଖେଳିଯାଇଛି। ଯାହାକୁ ନେଇ ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟଠାରେ ଡିଏଭି କଲେଜ ଆଲୁମିନା ଆସୋସିଏଶନ ତରଫରୁ ଖବରଦାତା ସମ୍ମିଳନୀ କରାଯାଇ ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିବା ସହ ଆଲୁମିନାର ସଦସ୍ୟମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆସନ୍ତା ଅଗଷ୍ଟ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କଲେଜର ପ୍ରତିଷ୍ଠା ଦିବସକୁ ଭବ୍ୟ ଭାବରେ ଆୟୋଜିତ କରାଯିବ ବୋଲି ଆଲୁମିନାର ସଦସ୍ୟ ଅଯୋଧ୍ୟାନାଥ ସାମଲ କହିଛନ୍ତି। ଏହି କଲେଜକୁ କିପରି ସ୍ବୟଂଶାସିତ ମହାବିଦ୍ୟାଳୟରେ ପରିଣତ କରାଯିବ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ କୋରାପୁଟ ବିଧାୟକ ରଘୁରାମ ମାଛ,କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଶରତ ପଟ୍ଟନାୟକ, ତାରିଣୀ ଚରଣ ପାତ୍ର, ରୂପକ ତୁରୁକ, ନିରଞ୍ଜନ ପାଢୀ, ଭବାନୀ ଶଙ୍କର ମିଶ୍ର, ମାର୍କଣ୍ଡ ପାଢ଼ୀ, ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ, ତ୍ରିନାଥ ଗୁରୁ,ପ୍ରୀତିଧାରା ସାମଲ,ସି ଏଚ ସାନ୍ତାକାର, ମନୋରଞ୍ଜନ ରାଉତରାୟ, କାମାକ୍ଷା ପ୍ରସାଦ ମାଝୀ, ରମେଶ ଚନ୍ଦ୍ର ବିଶ୍ୱାଳଙ୍କ ସମେତ ଡିଏଭି କଲେଜ ଆଲୁମିନା ଆସୋସିଏଶନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
The post ବଦଳିଲା ସରକାରୀ ମହାବିଦ୍ୟାଳୟର ନାମ appeared first on Dharitri Odia News.