ବ୍ୟାଗ୍ରେ ଭର୍ତ୍ତି କରି ନବଜାତ ଶିଶୁକୁ ଫିଙ୍ଗିଦେଲେ, କାନ୍ଦ ଶୁଭିବାରୁ…
ବାଲେଶ୍ୱର,୨୫ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଦେଇ ଯାଇଥିବା ୬୦ ନଂ ଜାତୀୟ ରାଜପଥର ରୂପ୍ସା ଥାନା ଅନ୍ତର୍ଗତ ଧାରି ପୋଲ ନିକଟରୁ ମଙ୍ଗଳବାର ଏକ ବ୍ୟାଗ୍ ଭିତରୁ ନବଜାତ ଶିଶୁକୁ ପୋଲିସ ଉଦ୍ଧାର କରିଛି। ରାଜପଥ ପାଶର୍ବରେ ବ୍ୟାଗ ଭିତରୁ ପିଲାଟିର କାନ୍ଦ ଶୁଣି ରାସ୍ତାରେ ଯାଉଥିବା କିଛି ଲୋକ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ରୂପ୍ସା ଥାନା ପୋଲିସ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ରୂପ୍ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା […] The post ବ୍ୟାଗ୍ରେ ଭର୍ତ୍ତି କରି ନବଜାତ ଶିଶୁକୁ ଫିଙ୍ଗିଦେଲେ, କାନ୍ଦ ଶୁଭିବାରୁ… appeared first on Dharitri Odia News.
ବାଲେଶ୍ୱର,୨୫ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଦେଇ ଯାଇଥିବା ୬୦ ନଂ ଜାତୀୟ ରାଜପଥର ରୂପ୍ସା ଥାନା ଅନ୍ତର୍ଗତ ଧାରି ପୋଲ ନିକଟରୁ ମଙ୍ଗଳବାର ଏକ ବ୍ୟାଗ୍ ଭିତରୁ ନବଜାତ ଶିଶୁକୁ ପୋଲିସ ଉଦ୍ଧାର କରିଛି। ରାଜପଥ ପାଶର୍ବରେ ବ୍ୟାଗ ଭିତରୁ ପିଲାଟିର କାନ୍ଦ ଶୁଣି ରାସ୍ତାରେ ଯାଉଥିବା କିଛି ଲୋକ ପୋଲିସକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ରୂପ୍ସା ଥାନା ପୋଲିସ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ରୂପ୍ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଶିଶୁର ସ୍ବାସ୍ଥ୍ୟାବସ୍ଥା ପରେ ଜିଲା ଶିଶୁ ମଙ୍ଗଳ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି। କେହି ଜଣେ ମା’ ପିଲାଟିକୁ ଜନ୍ମ ଦେବା ପରେ ବ୍ୟାଗ୍ରେ ଭର୍ତ୍ତି କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।
The post ବ୍ୟାଗ୍ରେ ଭର୍ତ୍ତି କରି ନବଜାତ ଶିଶୁକୁ ଫିଙ୍ଗିଦେଲେ, କାନ୍ଦ ଶୁଭିବାରୁ… appeared first on Dharitri Odia News.