'ହିଟ୍ ଷ୍ଟ୍ରୋକ୍ ରୋଗୀଙ୍କୁ ପ୍ରାଥମିକତା ଦିଅ': ସବୁ ହସ୍ପିଟାଲକୁ ଆଡଭାଇଜରି ଜାରି କଲା କେନ୍ଦ୍ର
ନୂଆଦିଲ୍ଲୀ: ହିଟ୍ ଓ୍ୱେଭ୍ ଯୋଗୁଁ ଉତ୍ତର ଭାରତର ଜନଜୀବନ ଅସ୍ତବ୍ୟସ୍ତ। ଏଭଳି ସ୍ଥିତିରେ ସବୁ ହସ୍ପିଟାଲକୁ ଆଡଭାଇଜରି ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏନେଇ ସବୁ ହସ୍ପିଟାଲଗୁଡ଼ିକୁ ହିଟ୍ ଷ୍ଟ୍ରୋକ ତଥା ଅଂଶୁଘାତରେ ଶିକାର ରୋଗୀମାନଙ୍କୁ ପ୍ରାଥମିକତା ଦେଇ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଛନ୍ତି।କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ୨୭ ମେ’ରୁ ୪୫ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଛି। ମେ ୨୭ ତାରିଖରୁ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀର ଅନ୍ୟ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ହିଟ୍ ଓ୍ୱେଭ୍ ଯୋଗୁଁ ଅନେକ ଆଡମିଶନ ହେଉଛନ୍ତି। ଡାକ୍ତରଖାନାର ଅଧୀକ୍ଷକ ଅଜୟ ଶୁକ୍ଲା ଚେତାବନୀ ଦେଇଛନ୍ତି ଯେ ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ ଜନିତ ରୋଗରେ ମୃତ୍ୟୁ ହାର ବହୁତ ଅଧିକ - ପ୍ରାୟ 60-70 ପ୍ରତିଶତ। "ଯଦି ରୋଗୀକୁ ଡାକ୍ତରଖାନାକୁ ବିଳମ୍ବରେ ଅଣାଯାଏ, ଗୋଟିଏ ପରେ ଗୋଟିଏ ଅଙ୍ଗ ବିଫଳ ହେବା ଆରମ୍ଭ କରେ। ସଚେତନତାର ଅଭାବ ରହିଛି। ଏହି ରୋଗୀମାନଙ୍କ ମଧ୍ୟରୁ ଅନେକ ପ୍ରବାସୀ ଶ୍ରମିକ ଅଟନ୍ତି। ଏଥିସହ ଲକ୍ଷଣଗୁଡିକୁ ସେମାନେ ହାଲକା ଭାବରେ ନେଉଛନ୍ତି। ଯେତେବେଳେ ରୋଗୀମାନେ ଗୁରୁତର ହୋଇପଡ଼ନ୍ତି ସେତେବେଳେ ସେମାନଙ୍କର ସମ୍ପର୍କୀୟମାନେ ଅନୁଭବ କରନ୍ତି ଯେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ।
ନୂଆଦିଲ୍ଲୀ: ହିଟ୍ ଓ୍ୱେଭ୍ ଯୋଗୁଁ ଉତ୍ତର ଭାରତର ଜନଜୀବନ ଅସ୍ତବ୍ୟସ୍ତ। ଏଭଳି ସ୍ଥିତିରେ ସବୁ ହସ୍ପିଟାଲକୁ ଆଡଭାଇଜରି ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏନେଇ ସବୁ ହସ୍ପିଟାଲଗୁଡ଼ିକୁ ହିଟ୍ ଷ୍ଟ୍ରୋକ ତଥା ଅଂଶୁଘାତରେ ଶିକାର ରୋଗୀମାନଙ୍କୁ ପ୍ରାଥମିକତା ଦେଇ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ୨୭ ମେ’ରୁ ୪୫ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଛି। ମେ ୨୭ ତାରିଖରୁ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀର ଅନ୍ୟ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ହିଟ୍ ଓ୍ୱେଭ୍ ଯୋଗୁଁ ଅନେକ ଆଡମିଶନ ହେଉଛନ୍ତି।
ଡାକ୍ତରଖାନାର ଅଧୀକ୍ଷକ ଅଜୟ ଶୁକ୍ଲା ଚେତାବନୀ ଦେଇଛନ୍ତି ଯେ ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ ଜନିତ ରୋଗରେ ମୃତ୍ୟୁ ହାର ବହୁତ ଅଧିକ - ପ୍ରାୟ 60-70 ପ୍ରତିଶତ। "ଯଦି ରୋଗୀକୁ ଡାକ୍ତରଖାନାକୁ ବିଳମ୍ବରେ ଅଣାଯାଏ, ଗୋଟିଏ ପରେ ଗୋଟିଏ ଅଙ୍ଗ ବିଫଳ ହେବା ଆରମ୍ଭ କରେ। ସଚେତନତାର ଅଭାବ ରହିଛି। ଏହି ରୋଗୀମାନଙ୍କ ମଧ୍ୟରୁ ଅନେକ ପ୍ରବାସୀ ଶ୍ରମିକ ଅଟନ୍ତି। ଏଥିସହ ଲକ୍ଷଣଗୁଡିକୁ ସେମାନେ ହାଲକା ଭାବରେ ନେଉଛନ୍ତି। ଯେତେବେଳେ ରୋଗୀମାନେ ଗୁରୁତର ହୋଇପଡ଼ନ୍ତି ସେତେବେଳେ ସେମାନଙ୍କର ସମ୍ପର୍କୀୟମାନେ ଅନୁଭବ କରନ୍ତି ଯେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ।