ବୈକୁଣ୍ଠଧାମ ଆଶ୍ରମ ଜବରଦଖଲ ମାମଲା, ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲା ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ବର: ବୈକୁଣ୍ଠଧାମ ଆଶ୍ରମ ଜବରଦଖଲ ମାମଲା । ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲା ବୈକୁଣ୍ଠ ଆଶ୍ରମ। ବିଡିଏର ଉଚ୍ଛେଦ ନୋଟିସକୁ ନେଇ ଚାଲେଞ୍ଜ କରିଥିଲ ଆଶ୍ରମ।ସୂଚନାଥାଉକି, ନଭେମ୍ବର ୧୮ ତାରିଖରେ ସାଧାରଣ ପ୍ରଶାସନ, ବିଡିଏ ଓ ଭୁବନେଶ୍ୱର ତହସିଲର ମିଳିତ ଟିମ୍‌ ବୈକୁଣ୍ଠଧାମ ଆଶ୍ରମରେ ୨ ଘଣ୍ଟା ଧରି ମାପଚୁପ କରିଥିଲା । ପାଖାପାଖି ୮ କୋଟି ଟଙ୍କା ମୂଲ୍ୟର ସରକାରୀ ଜମିରେ ବେଆଇନ ମଣ୍ଡପ, କୋଠା ଆଉ ରୋଷଶାଳା ନିର୍ମାଣ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ନଭେମ୍ବର ୨୧ରେ ଆଶ୍ରମ ଭଙ୍ଗାଯିବା ନେଇ ନିଷ୍ପତ୍ତି ହେବା ସହ ଆଶ୍ରମକୁ  ନୋଟିସ୍‌ ଜାରି କରାଗଲା ଏବଂ ଆଶ୍ରମରୁ ଜିନିଷପତ୍ର ଖାଲି ଘୋଷଣା କରାଯାଇଥିଲା ।ହେଲେ ଉଚ୍ଛେଦର ଠିକ୍‌ ଦିନକ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଏହା ଏକ ଯୋଗାସନ ଶିକ୍ଷାକେନ୍ଦ୍ର ବୋଲି ସତ୍ୟପାଠରେ ଦର୍ଶାଇଥିଲେ କର୍ତ୍ତୃପକ୍ଷ। ଆହୁରି ମଧ୍ୟ ୨୦୨୨ରେ ସ୍କୁଲ ଓ ଗଣଶିକ୍ଷା  ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଲେଖାଯାଇଥିବା ଚିଠିକୁ ଦାଖଲ କରାଯାଇଥିଲା ।  ଉକ୍ତ ଚିଠିରେ ଗଣଶିକ୍ଷା ବିଭାଗ ଏହି ଜମିକୁ  ଟ୍ରଷ୍ଟ ନାମରେ କରିବା ଲାଗି ସୁପାରିଶ କରିଥିବା  ଦର୍ଶାଯାଇଥିଲା । ହାଇକୋର୍ଟ ମଧ୍ୟ ବିଡିଏର  ଉଚ୍ଛେଦ ଉପରେ ରହିତାଦେଶ ଜାରି କରିଥିଲେ ।  ହାଇକୋର୍ଟ ସାଧାରଣ ପ୍ରଶାସନ ବିଭାଗକୁ  ଜବାବ୍‌ ମାଗିବା ପରେ ଆଶ୍ରମର ଜାଲିଆତି ଜଣାପଡି଼ଥିଲା । ଆଉ

ବୈକୁଣ୍ଠଧାମ ଆଶ୍ରମ ଜବରଦଖଲ ମାମଲା, ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲା ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ବର: ବୈକୁଣ୍ଠଧାମ ଆଶ୍ରମ ଜବରଦଖଲ ମାମଲା । ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲା ବୈକୁଣ୍ଠ ଆଶ୍ରମ। ବିଡିଏର ଉଚ୍ଛେଦ ନୋଟିସକୁ ନେଇ ଚାଲେଞ୍ଜ କରିଥିଲ ଆଶ୍ରମ।ସୂଚନାଥାଉକି, ନଭେମ୍ବର ୧୮ ତାରିଖରେ ସାଧାରଣ ପ୍ରଶାସନ, ବିଡିଏ ଓ ଭୁବନେଶ୍ୱର ତହସିଲର ମିଳିତ ଟିମ୍‌ ବୈକୁଣ୍ଠଧାମ ଆଶ୍ରମରେ ୨ ଘଣ୍ଟା ଧରି ମାପଚୁପ କରିଥିଲା । ପାଖାପାଖି ୮ କୋଟି ଟଙ୍କା ମୂଲ୍ୟର ସରକାରୀ ଜମିରେ ବେଆଇନ ମଣ୍ଡପ, କୋଠା ଆଉ ରୋଷଶାଳା ନିର୍ମାଣ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ନଭେମ୍ବର ୨୧ରେ ଆଶ୍ରମ ଭଙ୍ଗାଯିବା ନେଇ ନିଷ୍ପତ୍ତି ହେବା ସହ ଆଶ୍ରମକୁ  ନୋଟିସ୍‌ ଜାରି କରାଗଲା ଏବଂ ଆଶ୍ରମରୁ ଜିନିଷପତ୍ର ଖାଲି ଘୋଷଣା କରାଯାଇଥିଲା ।

ହେଲେ ଉଚ୍ଛେଦର ଠିକ୍‌ ଦିନକ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଏହା ଏକ ଯୋଗାସନ ଶିକ୍ଷାକେନ୍ଦ୍ର ବୋଲି ସତ୍ୟପାଠରେ ଦର୍ଶାଇଥିଲେ କର୍ତ୍ତୃପକ୍ଷ। ଆହୁରି ମଧ୍ୟ ୨୦୨୨ରେ ସ୍କୁଲ ଓ ଗଣଶିକ୍ଷା  ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଲେଖାଯାଇଥିବା ଚିଠିକୁ ଦାଖଲ କରାଯାଇଥିଲା ।  ଉକ୍ତ ଚିଠିରେ ଗଣଶିକ୍ଷା ବିଭାଗ ଏହି ଜମିକୁ  ଟ୍ରଷ୍ଟ ନାମରେ କରିବା ଲାଗି ସୁପାରିଶ କରିଥିବା  ଦର୍ଶାଯାଇଥିଲା । ହାଇକୋର୍ଟ ମଧ୍ୟ ବିଡିଏର  ଉଚ୍ଛେଦ ଉପରେ ରହିତାଦେଶ ଜାରି କରିଥିଲେ ।  ହାଇକୋର୍ଟ ସାଧାରଣ ପ୍ରଶାସନ ବିଭାଗକୁ  ଜବାବ୍‌ ମାଗିବା ପରେ ଆଶ୍ରମର ଜାଲିଆତି ଜଣାପଡି଼ଥିଲା । ଆଉ ଜାନୁଆରୀ ୧୦ ତାରିଖରେ ହାଇକୋର୍ଟ  ବିଚାରପତି ଜଷ୍ଟିସ୍‌ ବି.ପି. ରାଉତରାୟ ଉଚ୍ଛେଦ ରହିତାଦେଶକୁ ହଟାଇଥିଲେ।