ଗଞ୍ଜାମ ଜିଲ୍ଲା ପାଇଁ ଖୁସି ଖବର, ସୁନାପୁର ବ୍ଲୁ ଫ୍ଲାଗ୍ ବିଚ୍କୁ ପୁଣି ଥରେ ଅନ୍ତର୍ଜାତୀୟ ପୁରସ୍କାର
ବ୍ରହ୍ମପୁର ୧୩ ।୦୨: ଗଞ୍ଜାମ ଜିଲ୍ଲା ପାଇଁ ଖୁସି ଖବର । ଜିଲ୍ଲାର ସୁନାପୁର ବେଳାଭୂମିକୁ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ୨ୟ ଥର ପୁରସ୍କାର ଘୋଷଣା ହୋଇଛି। ସୁନାପୁର ବ୍ଲୁ ଫ୍ଲାଗ୍ ବେଳାଭୂମିକୁ ଦ୍ଵିତୀୟ ଥର ପାଇଁ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା କରିଛି ଏଫଇଇ। ବେଳାଭୂମି ସ୍ଵଚ୍ଛ ଓ ସୁରକ୍ଷା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବ୍ରହ୍ମପୁର ଡିଏଫଓ ସନି ଖୋଖର। ତେବେ ଏହା ଏକ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଇକୋ-ଲେବଲ୍। ଯାହା ୩୩ଟି ମାନଦଣ୍ଡ ଉପରେ ଆଧାରିତ। ବିଶେଷ କରି ପରିବେଶ ଶିକ୍ଷା ଏବଂ ସୂଚନା, ସ୍ନାନ ଜଳର ଗୁଣବତ୍ତା, ପରିବେଶ ପରିଚାଳନା ଓ ସମୁଦ୍ର କୂଳରେ ସଂରକ୍ଷଣ ଏବଂ ସୁରକ୍ଷା ସେବା ଭଳି ୪ଟି ମାନଦଣ୍ଡକୁ ଭିତ୍ତି କରି ପୁରସ୍କୃତ କରାଯାଏ। ବ୍ଲୁ ଫ୍ଲାଗ୍ ବେଳାଭୂମି ସବୁଠୁ ପରିଷ୍କାର ବେଳାଭୂମି ଭାବରେ ପରିଗଣିତ ହୁଏ। ଏହା ଏକ ଇକୋ-ଟୁରିଜିମ୍ ମଡେଲ୍। ଯାହା ପର୍ଯ୍ୟଟକ / ସମୁଦ୍ରକୂଳବାସୀଙ୍କୁ ସ୍ୱଚ୍ଛ ଏବଂ ସ୍ୱଚ୍ଛ ସ୍ନାନ ଜଳ, ସୁବିଧା, ଏକ ନିରାପଦ ଏବଂ ସୁସ୍ଥ ପରିବେଶ ଏବଂ ଅଞ୍ଚଳର ନିରନ୍ତର ବିକାଶ ଯୋଗାଇବାକୁ ଚେଷ୍ଟା କରିଥାଏ ବୋଲି ଡିଏଫଓ କହିଛନ୍ତି।
ବ୍ରହ୍ମପୁର ୧୩ ।୦୨: ଗଞ୍ଜାମ ଜିଲ୍ଲା ପାଇଁ ଖୁସି ଖବର । ଜିଲ୍ଲାର ସୁନାପୁର ବେଳାଭୂମିକୁ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ୨ୟ ଥର ପୁରସ୍କାର ଘୋଷଣା ହୋଇଛି। ସୁନାପୁର ବ୍ଲୁ ଫ୍ଲାଗ୍ ବେଳାଭୂମିକୁ ଦ୍ଵିତୀୟ ଥର ପାଇଁ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା କରିଛି ଏଫଇଇ। ବେଳାଭୂମି ସ୍ଵଚ୍ଛ ଓ ସୁରକ୍ଷା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବ୍ରହ୍ମପୁର ଡିଏଫଓ ସନି ଖୋଖର।

ତେବେ ଏହା ଏକ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଇକୋ-ଲେବଲ୍। ଯାହା ୩୩ଟି ମାନଦଣ୍ଡ ଉପରେ ଆଧାରିତ। ବିଶେଷ କରି ପରିବେଶ ଶିକ୍ଷା ଏବଂ ସୂଚନା, ସ୍ନାନ ଜଳର ଗୁଣବତ୍ତା, ପରିବେଶ ପରିଚାଳନା ଓ ସମୁଦ୍ର କୂଳରେ ସଂରକ୍ଷଣ ଏବଂ ସୁରକ୍ଷା ସେବା ଭଳି ୪ଟି ମାନଦଣ୍ଡକୁ ଭିତ୍ତି କରି ପୁରସ୍କୃତ କରାଯାଏ। ବ୍ଲୁ ଫ୍ଲାଗ୍ ବେଳାଭୂମି ସବୁଠୁ ପରିଷ୍କାର ବେଳାଭୂମି ଭାବରେ ପରିଗଣିତ ହୁଏ। ଏହା ଏକ ଇକୋ-ଟୁରିଜିମ୍ ମଡେଲ୍। ଯାହା ପର୍ଯ୍ୟଟକ / ସମୁଦ୍ରକୂଳବାସୀଙ୍କୁ ସ୍ୱଚ୍ଛ ଏବଂ ସ୍ୱଚ୍ଛ ସ୍ନାନ ଜଳ, ସୁବିଧା, ଏକ ନିରାପଦ ଏବଂ ସୁସ୍ଥ ପରିବେଶ ଏବଂ ଅଞ୍ଚଳର ନିରନ୍ତର ବିକାଶ ଯୋଗାଇବାକୁ ଚେଷ୍ଟା କରିଥାଏ ବୋଲି ଡିଏଫଓ କହିଛନ୍ତି।