କର୍ଣ୍ଣାଟକରେ ବଡ଼ ରେଡ୍; ଅଳଙ୍କାର ବ୍ୟବସାୟୀଙ୍କ ଘରୁ ପୁଳା ପୁଳା ଟଙ୍କା ଓ ସୁନା ଜବତ
ବେଙ୍ଗାଲୁରୁ: ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ବଡ଼ ଧରଣ ରେଡ୍ । ବଲେରୀ ଅଞ୍ଚଳର ସୁନା ବ୍ୟବସାୟୀଙ୍କ ଘରେ ଚଢ଼ାଉ । ରେଡ୍ ବେଳେ ପୁଳା ପୁଳା ନଗଦ ଟଙ୍କା ଦେଖି ତାଜୁବ୍ ହୋଇଛି ପୋଲିସ । ଅଳଙ୍କାର ବେପାରୀଙ୍କ ଘରୁ ନଗଦ ୫କୋଟି ଟଙ୍କା ଓ ୧୦୬ କେ.ଜ ସୁନା ଓ ରୁପା ଗହଣା ଜବତ୍ କରିଛି ଯାଞ୍ଚ ଟିମ୍ । ତେବେ ନିର୍ବାଚନ ବେଳେ ଏହି ଟଙ୍କା ଖର୍ଚ୍ଚ ହୋଇଥାନ୍ତା ବୋଲି ସନ୍ଦେହ କରୁଛି ପୋଲିସ୍ । ସୁନା ବ୍ୟବସାୟୀ ନରେଶ ସୋନିଙ୍କ ବଲେରୀ ସହର ଥିବା ବାସଭବନରେ ରେଡ୍ ମାରିଥିଲା ପୋଲିସ । ଏହି ସମୟରେ ପୋଲିସ ହାତରେ ପୁଳା ପୁଳା ଟଙ୍କା ଲାଗିଛି । ପୋଲିସର ବିଶେଷ ଯାଞ୍ଚ ଟିମ୍ ବ୍ୟବସାୟୀଙ୍କ ଘରୁ ୫.୬ କୋଟି ଟଙ୍କାର ନଗଦ ଏବଂ ୧୦୬ କିଲୋଗ୍ରାମ ସୁନା ଓ ରୁପା ବିସ୍କୁଟ୍ ସହିତ ଅଳଙ୍କାର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୭.୬୦ କୋଟି ଟଙ୍କା ହେବ । କର୍ଣ୍ଣାଟକ ପୋଲିସ ଅଳଙ୍କାର ବ୍ୟବସାୟୀ ନରେଶଙ୍କୁ ହେପାଜତକୁ ନେଇଥିବା ସୂଚନା ମିଳିଛି । ସାଧାରଣ ନିର୍ବାଚନ ପୂର୍ବରୁ ଏହା ସବୁଠୁ ବଡ ରେଡ୍ ବୋଲି କୁହାଯାଉଛି । ତେବେ ସବୁଠୁ ବଡ଼ କଥା ହେଲା ନରେଶ ସୋନି ଏତେ ପରିମାଣର ଟଙ୍କା ସେ କାହିଁକି ନିଜ ଘରେ ରଖିଥିଲେ ତାକୁ ନେଇ ତଦନ୍ତ କରୁଛି ପୋଲିସ । ଖୁବଶୀଘ୍ର ମାମଲାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଳଙ୍କାର ବ୍ୟବସାୟୀ ବିରୋଧରେ କର୍ଣ୍ଣାଟକ ପୋଲିସ ଧାରା ୯୮ରେ ମାମଲା ରୁ
ବେଙ୍ଗାଲୁରୁ: ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ବଡ଼ ଧରଣ ରେଡ୍ । ବଲେରୀ ଅଞ୍ଚଳର ସୁନା ବ୍ୟବସାୟୀଙ୍କ ଘରେ ଚଢ଼ାଉ । ରେଡ୍ ବେଳେ ପୁଳା ପୁଳା ନଗଦ ଟଙ୍କା ଦେଖି ତାଜୁବ୍ ହୋଇଛି ପୋଲିସ । ଅଳଙ୍କାର ବେପାରୀଙ୍କ ଘରୁ ନଗଦ ୫କୋଟି ଟଙ୍କା ଓ ୧୦୬ କେ.ଜ ସୁନା ଓ ରୁପା ଗହଣା ଜବତ୍ କରିଛି ଯାଞ୍ଚ ଟିମ୍ । ତେବେ ନିର୍ବାଚନ ବେଳେ ଏହି ଟଙ୍କା ଖର୍ଚ୍ଚ ହୋଇଥାନ୍ତା ବୋଲି ସନ୍ଦେହ କରୁଛି ପୋଲିସ୍ ।
ସୁନା ବ୍ୟବସାୟୀ ନରେଶ ସୋନିଙ୍କ ବଲେରୀ ସହର ଥିବା ବାସଭବନରେ ରେଡ୍ ମାରିଥିଲା ପୋଲିସ । ଏହି ସମୟରେ ପୋଲିସ ହାତରେ ପୁଳା ପୁଳା ଟଙ୍କା ଲାଗିଛି । ପୋଲିସର ବିଶେଷ ଯାଞ୍ଚ ଟିମ୍ ବ୍ୟବସାୟୀଙ୍କ ଘରୁ ୫.୬ କୋଟି ଟଙ୍କାର ନଗଦ ଏବଂ ୧୦୬ କିଲୋଗ୍ରାମ ସୁନା ଓ ରୁପା ବିସ୍କୁଟ୍ ସହିତ ଅଳଙ୍କାର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୭.୬୦ କୋଟି ଟଙ୍କା ହେବ ।
କର୍ଣ୍ଣାଟକ ପୋଲିସ ଅଳଙ୍କାର ବ୍ୟବସାୟୀ ନରେଶଙ୍କୁ ହେପାଜତକୁ ନେଇଥିବା ସୂଚନା ମିଳିଛି । ସାଧାରଣ ନିର୍ବାଚନ ପୂର୍ବରୁ ଏହା ସବୁଠୁ ବଡ ରେଡ୍ ବୋଲି କୁହାଯାଉଛି । ତେବେ ସବୁଠୁ ବଡ଼ କଥା ହେଲା ନରେଶ ସୋନି ଏତେ ପରିମାଣର ଟଙ୍କା ସେ କାହିଁକି ନିଜ ଘରେ ରଖିଥିଲେ ତାକୁ ନେଇ ତଦନ୍ତ କରୁଛି ପୋଲିସ । ଖୁବଶୀଘ୍ର ମାମଲାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଳଙ୍କାର ବ୍ୟବସାୟୀ ବିରୋଧରେ କର୍ଣ୍ଣାଟକ ପୋଲିସ ଧାରା ୯୮ରେ ମାମଲା ରୁଜୁ କରିଛି ।