ବସ୍ରୁ ୫୦ କେଜିର ରୁପା ଚୋରି, ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ
ଖଲ୍ଲିକୋଟ: ବସ୍ରୁ ୫୦ କେଜିର ରୁପା ଚୋରି। ଏଭଳି ଘଟଣା ଘଟିଛି ଖଲ୍ଲିକୋଟ ଥାନା ୧୬ ନଂ ଜାତୀୟ ରାଜପଥ ଭେଜିପୁଟ ଫାଣ୍ଡି ନିକଟରେ। କୋଲକତାର ଜଣେ ବ୍ୟବସାୟୀ ବସ ଯୋଗେ ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ରୂପା ନେଇ ଯାଉଥିଲେ।ଆଉ ଭେଜୁପୁଟ ନିକଟରେ ଜଳଖିଆ ଖାଇବା ପାଇଁ ଅଟକିଥିଲେ। ଆଉ ଏହି ସମୟରେ ଏକ କାର୍ରେ ୪ ରୁ ୫ ଜଣ ଦୁର୍ବୃତ୍ତ ଆସି ବସ୍ରୁ ରୂପା ନେଇ ଫେରାର ମାରିଥଲେ। ଘଟଣାସ୍ଥଳରେ ଖଲ୍ଲିକୋଟ ପୋଲିସ ଓ ଭେଜିପୁଟ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖଲ୍ଲିକୋଟ: ବସ୍ରୁ ୫୦ କେଜିର ରୁପା ଚୋରି। ଏଭଳି ଘଟଣା ଘଟିଛି ଖଲ୍ଲିକୋଟ ଥାନା ୧୬ ନଂ ଜାତୀୟ ରାଜପଥ ଭେଜିପୁଟ ଫାଣ୍ଡି ନିକଟରେ। କୋଲକତାର ଜଣେ ବ୍ୟବସାୟୀ ବସ ଯୋଗେ ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ରୂପା ନେଇ ଯାଉଥିଲେ।
ଆଉ ଭେଜୁପୁଟ ନିକଟରେ ଜଳଖିଆ ଖାଇବା ପାଇଁ ଅଟକିଥିଲେ। ଆଉ ଏହି ସମୟରେ ଏକ କାର୍ରେ ୪ ରୁ ୫ ଜଣ ଦୁର୍ବୃତ୍ତ ଆସି ବସ୍ରୁ ରୂପା ନେଇ ଫେରାର ମାରିଥଲେ। ଘଟଣାସ୍ଥଳରେ ଖଲ୍ଲିକୋଟ ପୋଲିସ ଓ ଭେଜିପୁଟ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।