ସମୁଦ୍ର ମଝିରେ ବୁଡ଼ିଗଲା ବୋଟ୍, ୯୪ ମୃତ: ହଇଜାରୁ ବର୍ତ୍ତିବା ପାଇଁ ଚାଲିଯାଉଥିଲେ ନାମ୍ପୁଲା ଦ୍ୱୀପ

ନୂଆଦିଲ୍ଲୀ: ମୋଜାମ୍ବିକର ଉତ୍ତର ଉପକୂଳରେ ବଡ଼ ଧରଣର ଅଘଟଣ। ଡଙ୍ଗା ବୁଡ଼ିଯିବା ଯୋଗୁଁ ୯୪ ଲୋକଙ୍କର ମୃତ୍ୟୁ ଘଟିଛି। ନାମ୍ପୁଲା ପ୍ରଦେଶର ଅଧିକାରୀ କହିଛନ୍ତି ଯେ ବୋଟ୍ରେ ଥିବା ପ୍ରାୟ ୧୩୦ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇଛି। ନାମ୍ପୁଲା ରାଜ୍ୟ ସଚିବ ଜେଇମ ନେଟୋ କହିଛନ୍ତି ଯେ ସେମାନେ ହଇଜା ରୋଗ ଦାଉରୁ ରକ୍ଷା ପାଇବାକୁ ସେଠାକୁ ଯାଉଥିଲେ। ଯାଉଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ଅଛନ୍ତି।କଲେରା ରୋଗରେ ଆକ୍ରାନ୍ତ ହୋଇଥିବା ଅଞ୍ଚଳମାନଙ୍କ ମଧ୍ୟରୁ ନାମ୍ପୁଲା ପ୍ରଦେଶ ଅନ୍ୟତମ। ପ୍ରକାଶ ଥାଉକି ଗତ ବର୍ଷ ଜାନୁଆରୀରୁ ଦକ୍ଷିଣ ଆଫ୍ରିକାର ଅନେକ ଦେଶରେ ହଇଜା ବ୍ୟାପିଛି।ରିପୋର୍ଟ ଅନୁଯାୟୀ ନେଟୋ କହିଛନ୍ତି ଯେ ଡଙ୍ଗାଟି ଯାତ୍ରୀ ପରିବହନ ପାଇଁ ଉପଯୋଗୀ ନଥିଲା। ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାଟି ନାମ୍ପୁଲା ଉପକୂଳ ଲୁଙ୍ଗା ଠାରୁ ମୋଜାମ୍ବିକ ଦ୍ୱୀପ ଆଡକୁ ଯାଉଥିଲା।ଅଧିକାରୀ କହିଛନ୍ତି ଯେ ଡଙ୍ଗା ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ ତଦନ୍ତକାରୀ ଟିମ୍ କାର୍ଯ୍ୟ କରୁଛନ୍ତି। ବିବିସି ରିପୋର୍ଟ ଅନୁଯାୟୀ, ୟୁନିସେଫ କହିଛି ଯେ ହଇଜାରେ ଏଭଳି ଭାବେ ଆକ୍ରାନ୍ତ ହେବା ୨୫ ବର୍ଷ ମଧ୍ୟରେ ସବୁଠାରୁ ଦୟନୀୟ। ଅକ୍ଟୋବର ୨୦୨୩ ଠାରୁ ମୋଜାମ୍ବିକ୍ ୧୩,୭୦୦ ମାମଲା ଏବଂ ୩୨ ମୃତ୍ୟୁ ରେକର୍ଡ କରିଛି।

ସମୁଦ୍ର ମଝିରେ ବୁଡ଼ିଗଲା ବୋଟ୍, ୯୪ ମୃତ: ହଇଜାରୁ ବର୍ତ୍ତିବା ପାଇଁ ଚାଲିଯାଉଥିଲେ ନାମ୍ପୁଲା ଦ୍ୱୀପ

ନୂଆଦିଲ୍ଲୀ: ମୋଜାମ୍ବିକର ଉତ୍ତର ଉପକୂଳରେ ବଡ଼ ଧରଣର ଅଘଟଣ। ଡଙ୍ଗା ବୁଡ଼ିଯିବା ଯୋଗୁଁ ୯୪ ଲୋକଙ୍କର ମୃତ୍ୟୁ ଘଟିଛି। ନାମ୍ପୁଲା ପ୍ରଦେଶର ଅଧିକାରୀ କହିଛନ୍ତି ଯେ ବୋଟ୍ରେ ଥିବା ପ୍ରାୟ ୧୩୦ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇଛି। ନାମ୍ପୁଲା ରାଜ୍ୟ ସଚିବ ଜେଇମ ନେଟୋ କହିଛନ୍ତି ଯେ ସେମାନେ ହଇଜା ରୋଗ ଦାଉରୁ ରକ୍ଷା ପାଇବାକୁ ସେଠାକୁ ଯାଉଥିଲେ। ଯାଉଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ଅଛନ୍ତି।

କଲେରା ରୋଗରେ ଆକ୍ରାନ୍ତ ହୋଇଥିବା ଅଞ୍ଚଳମାନଙ୍କ ମଧ୍ୟରୁ ନାମ୍ପୁଲା ପ୍ରଦେଶ ଅନ୍ୟତମ। ପ୍ରକାଶ ଥାଉକି ଗତ ବର୍ଷ ଜାନୁଆରୀରୁ ଦକ୍ଷିଣ ଆଫ୍ରିକାର ଅନେକ ଦେଶରେ ହଇଜା ବ୍ୟାପିଛି।

ରିପୋର୍ଟ ଅନୁଯାୟୀ ନେଟୋ କହିଛନ୍ତି ଯେ ଡଙ୍ଗାଟି ଯାତ୍ରୀ ପରିବହନ ପାଇଁ ଉପଯୋଗୀ ନଥିଲା। ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାଟି ନାମ୍ପୁଲା ଉପକୂଳ ଲୁଙ୍ଗା ଠାରୁ ମୋଜାମ୍ବିକ ଦ୍ୱୀପ ଆଡକୁ ଯାଉଥିଲା।

ଅଧିକାରୀ କହିଛନ୍ତି ଯେ ଡଙ୍ଗା ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ ତଦନ୍ତକାରୀ ଟିମ୍ କାର୍ଯ୍ୟ କରୁଛନ୍ତି। ବିବିସି ରିପୋର୍ଟ ଅନୁଯାୟୀ, ୟୁନିସେଫ କହିଛି ଯେ ହଇଜାରେ ଏଭଳି ଭାବେ ଆକ୍ରାନ୍ତ ହେବା ୨୫ ବର୍ଷ ମଧ୍ୟରେ ସବୁଠାରୁ ଦୟନୀୟ। ଅକ୍ଟୋବର ୨୦୨୩ ଠାରୁ ମୋଜାମ୍ବିକ୍ ୧୩,୭୦୦ ମାମଲା ଏବଂ ୩୨ ମୃତ୍ୟୁ ରେକର୍ଡ କରିଛି।