ଉତ୍ତରାଖଣ୍ଡରେ ୧୫ଶହ ଫୁଟ ଖାଇକୁ ଖସିଲା ରୋଡୱେଜ୍ ବସ୍, ୪ ମୃତ, ଅନେକ ଆହତ
ହଲଦୱାନୀ ୨୫।୧୨: ବୁଧବାର ଆଲମୋଡାରରୁ ହଲଦୱାନୀ ଆସୁଥିବା ରୋଡୱେଜ୍ ବସ୍ ଆମଡାଲୀ ନିକଟରେ ୧୫୦୦ଫୁଟ ଗଭୀର ଖାଇକୁ ଖସିପଡିଛି। ପୋଲିସ ସୂଚନା ଅନୁସାରେ ବସ୍ରେ ୨୫ରୁ ୩୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଘଟଣାସ୍ଥଳକୁ ପହଞ୍ଚିଥିବା ବନଭୁଲପୁରା ଥାନା ଆଇଆଇସି ନୀରଜ ଭାକୁନୀ ମଧ୍ୟ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ପୁଷ୍ଟି କରିଛନ୍ତି। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। अल्मोड़ा से हल्द्वानी आ रही रोडवेज बस आमडाली के पास 1500 फिर गहरी खाई में गिर गई है। पुलिस के अनुसार बस में 25 से 30 यात्री सवार थे।#busaccident #bhimtalbusaccident pic.twitter.com/rg4fiuGsn2— Neha Bohra (@neha_suyal) December 25, 2024ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ‘ ଭୀମତାଲ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହେବାର ଖବର ଦୁଃଖଦ, ବାବା କେଦାରଙ୍କ ନିକଟରୁ ଫେରୁଥିବା ସବୁ ଯାତ୍ରୀ ସକୁଶଳ ଥାନ୍ତୁ ଏହାହିଁ ମୋର କାମନା’। ସ୍ଥାନୀୟ ପ୍ରଶାସନକୁ ତ୍ୱରିତ ଉଦ୍ଧାର ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ପ୍ରଥମେ ଭୀମତାଲ ହସ୍ପିଟାଲ ପହଞ୍ଚା ଯାଇଥିଲା। ତେବେ ଗୁରୁତର ଆହତ ଯାତ୍ରୀଙ୍କୁ ଡା.ସୁଶୀଲା ତିୱାରୀ ହସ୍ପିଟାଲ ପହଞ୍ଚାଇବ
ହଲଦୱାନୀ ୨୫।୧୨: ବୁଧବାର ଆଲମୋଡାରରୁ ହଲଦୱାନୀ ଆସୁଥିବା ରୋଡୱେଜ୍ ବସ୍ ଆମଡାଲୀ ନିକଟରେ ୧୫୦୦ଫୁଟ ଗଭୀର ଖାଇକୁ ଖସିପଡିଛି। ପୋଲିସ ସୂଚନା ଅନୁସାରେ ବସ୍ରେ ୨୫ରୁ ୩୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଘଟଣାସ୍ଥଳକୁ ପହଞ୍ଚିଥିବା ବନଭୁଲପୁରା ଥାନା ଆଇଆଇସି ନୀରଜ ଭାକୁନୀ ମଧ୍ୟ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ପୁଷ୍ଟି କରିଛନ୍ତି। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି।
अल्मोड़ा से हल्द्वानी आ रही रोडवेज बस आमडाली के पास 1500 फिर गहरी खाई में गिर गई है। पुलिस के अनुसार बस में 25 से 30 यात्री सवार थे।#busaccident #bhimtalbusaccident pic.twitter.com/rg4fiuGsn2— Neha Bohra (@neha_suyal) December 25, 2024
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ‘ ଭୀମତାଲ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହେବାର ଖବର ଦୁଃଖଦ, ବାବା କେଦାରଙ୍କ ନିକଟରୁ ଫେରୁଥିବା ସବୁ ଯାତ୍ରୀ ସକୁଶଳ ଥାନ୍ତୁ ଏହାହିଁ ମୋର କାମନା’। ସ୍ଥାନୀୟ ପ୍ରଶାସନକୁ ତ୍ୱରିତ ଉଦ୍ଧାର ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ପ୍ରଥମେ ଭୀମତାଲ ହସ୍ପିଟାଲ ପହଞ୍ଚା ଯାଇଥିଲା। ତେବେ ଗୁରୁତର ଆହତ ଯାତ୍ରୀଙ୍କୁ ଡା.ସୁଶୀଲା ତିୱାରୀ ହସ୍ପିଟାଲ ପହଞ୍ଚାଇବା ପାଇଁ ପ୍ରସ୍ତୁତି କରାଯାଉଛି।
ଆହତଙ୍କୁ ହସ୍ପିଟାଲ ପହଞ୍ଚାଇବା ପାଇଁ ହଲଦୱାନୀରୁ ଭୀମତାଲକୁ ୧୫ରୁ ଅଧିକ ଆମ୍ବୁଲାନ୍ସ ପଠାଯାଇଛି। ସଡ଼କ ଦୁର୍ଘଟଣା ଯୋଗୁ କାଠଗୋଦାମରୁ ରୁଟ ବଦଳାଇ ଦିଆଯାଇଛି। ରୋଡୱେଜର ଏହି ବସ୍ ହଲଦୱାନୀ ଡିପୋର ବୋଲି ଜଣାପଡିଛି। ଏହି ବସ୍ ସବୁଦିନ ସକାଳ ସାଢେ ୭ଟା ବେଳେ ପିଥୋରାଗଡ଼ ଯାତ୍ରା କରିଥାଏ। ରାତ୍ରି ବିଶ୍ରାମ ପରେ ପରଦିନ ସକାଳ ୬ଟାରେ ହଲଦୱାନୀ ନିମନ୍ତେ ଯାତ୍ରୀଙ୍କୁ ନେଇ ବାହାରି ଥାଏ।
भीमताल के निकट बस के दुर्घटनाग्रस्त होने का समाचार अत्यंत दुःखद है। स्थानीय प्रशासन को त्वरित राहत एवं बचाव कार्य के लिए निर्देशित किया है।
बाबा केदार से सभी यात्रियों के सकुशल होने की कामना करता हूं।— Pushkar Singh Dhami (@pushkardhami) December 25, 2024
ଏହି ବସ୍ କୁ ରମେଶ ଚନ୍ଦ୍ର ପାଣ୍ଡେ ଚଳାଉଥିବା ବେଳେ ବସ୍ ରେ ପରିଚାଳକ ଗିରିଶ ଦାନୀ ମଧ୍ୟଥିଲେ। ଉଭୟ ଚାଳକ ଓ ପରିଚାଳକ ଗୁରୁତର ଆହତ ହୋଇଛନ୍ତି। ବସ୍ ଦୁର୍ଘଟଣା ସୂଚନା ପାଇ ଏଆରଏମ ସଞ୍ଜୟ ପାଣ୍ଡେ ଓ ଅନ୍ୟ ଅଧିକାରୀ ହଲଦୱାନୀରୁ ଦୁର୍ଘଟଣାସ୍ଥଳକୁ ବାହାରିଛନ୍ତି। ବଡ଼ ଦିନରେ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି।