ରଜୌରି ସେକ୍ଟରରେ ଏନକାଉଣ୍ଟର; ୩ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜାମ୍ମୁ-କାଶ୍ମୀର ରଜୌରିରେ ଭାରତୀୟ ସେନା-ଆତଙ୍କବାଦୀ ମୁହାଁମୁହିଁ । ଏନକାଣ୍ଟରରେ ୩ ଆତଙ୍କୀ ନିହତ ସୂଚନା । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି । ଖେଡି ମୋହରା ଲାଠି ଏବଂ ଦନ୍ଧଲ ଅଞ୍ଚଳରେ ଆତଙ୍କୀବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ଆକ୍ସନକୁ ଆସିଥିଲା ସେନା । ବୁଧବାର ବିଳମ୍ବିତ ରାତିରୁ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ଯବାନ ।ସୂଚନା ଅନୁଯାୟୀ, ଖେଡି ମୋହରା ଲାଠି ଏବଂ ଦନ୍ଧଲ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ନେଇ ଖବର ମିଳିବା ପରେ ରାତି ପ୍ରାୟ ସାଢ଼େ ୯ଟା ବେଳେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଆର୍ମି । ରାତି ପ୍ରାୟ ୧୧.୪୫ ମିନିଟରେ ଆତଙ୍କୀ ଓ ଯବାନ ମୁହାଁମୁହିଁ ହୋଇଥିଲେ । ଭାରତୀୟ ସେନାକୁ ଦେଖି ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ । ଆତଙ୍କୀ ଲୁଚି ଥିବା ଅଞ୍ଚଳକୁ ଆଲୋକିତ କରିବାକୁ ସେନା କିଛି ସର୍ଟ ମଧ୍ୟ ଦାଗି ଥିଲେ । ଭାରତୀୟ ସେନା ଅଧିକାରୀଙ୍କ ସୂଚନା ମୁତାବକ, ରଜୌରି ସେକ୍ଟରରେ ୩ ଆତଙ୍କବାଦୀକୁ ସଫା କରିଛି ଭାରତୀୟ ସେନା । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।      ଅନ୍ୟପଟେ  ଉତ୍ତର କାଶ୍ମୀରର କୁପଓ୍ବାଡା ଜିଲ୍ଲାର ତଙ୍ଗଧାର ସେକ୍ଟର ଏଲଓସିରେ ବୁଧବାର ବିଳମ୍ବିତ ରାତିରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀ ଉଦ୍ୟମ କରିଥିଲେ । ଏହି ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା ।  ଜାମ୍ମୁ-କାଶ୍ମୀରରେ ସେପ୍ଟେମ୍ବର ମାସରେ ବ

ରଜୌରି ସେକ୍ଟରରେ ଏନକାଉଣ୍ଟର; ୩ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜାମ୍ମୁ-କାଶ୍ମୀର ରଜୌରିରେ ଭାରତୀୟ ସେନା-ଆତଙ୍କବାଦୀ ମୁହାଁମୁହିଁ । ଏନକାଣ୍ଟରରେ ୩ ଆତଙ୍କୀ ନିହତ ସୂଚନା । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି । ଖେଡି ମୋହରା ଲାଠି ଏବଂ ଦନ୍ଧଲ ଅଞ୍ଚଳରେ ଆତଙ୍କୀବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ଆକ୍ସନକୁ ଆସିଥିଲା ସେନା । ବୁଧବାର ବିଳମ୍ବିତ ରାତିରୁ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ଯବାନ ।

ସୂଚନା ଅନୁଯାୟୀ, ଖେଡି ମୋହରା ଲାଠି ଏବଂ ଦନ୍ଧଲ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ନେଇ ଖବର ମିଳିବା ପରେ ରାତି ପ୍ରାୟ ସାଢ଼େ ୯ଟା ବେଳେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଆର୍ମି । ରାତି ପ୍ରାୟ ୧୧.୪୫ ମିନିଟରେ ଆତଙ୍କୀ ଓ ଯବାନ ମୁହାଁମୁହିଁ ହୋଇଥିଲେ । ଭାରତୀୟ ସେନାକୁ ଦେଖି ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ । ଆତଙ୍କୀ ଲୁଚି ଥିବା ଅଞ୍ଚଳକୁ ଆଲୋକିତ କରିବାକୁ ସେନା କିଛି ସର୍ଟ ମଧ୍ୟ ଦାଗି ଥିଲେ । ଭାରତୀୟ ସେନା ଅଧିକାରୀଙ୍କ ସୂଚନା ମୁତାବକ, ରଜୌରି ସେକ୍ଟରରେ ୩ ଆତଙ୍କବାଦୀକୁ ସଫା କରିଛି ଭାରତୀୟ ସେନା । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।      

ଅନ୍ୟପଟେ  ଉତ୍ତର କାଶ୍ମୀରର କୁପଓ୍ବାଡା ଜିଲ୍ଲାର ତଙ୍ଗଧାର ସେକ୍ଟର ଏଲଓସିରେ ବୁଧବାର ବିଳମ୍ବିତ ରାତିରେ ଅନୁପ୍ରବେଶ ପାଇଁ ଆତଙ୍କବାଦୀ ଉଦ୍ୟମ କରିଥିଲେ । ଏହି ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା ।  ଜାମ୍ମୁ-କାଶ୍ମୀରରେ ସେପ୍ଟେମ୍ବର ମାସରେ ବିଧାନସଭା ନିର୍ବାଚନ ହେବ । ଏଥିରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଆତଙ୍କବାଦୀ ପ୍ଲାନ୍ ରଚୁଛନ୍ତି । ଏହାକୁ ନଜରରେ ରଖି ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।..