ବ୍ରିଟେନ୍ରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି: ହତ୍ୟା ପରେ ୨୦୦ ଖଣ୍ଡ କରିଦେଲେ ପତ୍ନୀଙ୍କ ଶରୀର
ନୂଆଦିଲ୍ଲୀ: ବ୍ରିଟେନରୁ ଏକ ଲୋମ ହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କେବଳ ନିଜ ପତ୍ନୀଙ୍କୁ ହତ୍ୟା କରିନାହାଁନ୍ତି ବରଂ ତାଙ୍କ ଶରୀରକୁ ୨୦୦ରୁ ଅଧିକ ଖଣ୍ଡ କରିଛନ୍ତି। ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ୨୮ ବର୍ଷିୟ ନିକୋଲାସ ମ୍ୟାଟସନ ଏହାକୁ ଅସ୍ୱୀକାର କରିଆସୁଥିଲେ ମଧ୍ୟ କୋର୍ଟରେ ନିଜର ଅପରାଧକୁ ସ୍ୱୀକାର କରିଛନ୍ତି। ଅଭିଯୁକ୍ତ ମେଟସନ ୨୬ ବର୍ଷିୟ ପତ୍ନୀ ହୋଲି ବ୍ରାମଲିଙ୍କ ହତ୍ୟାକାଣ୍ଡ ସମଗ୍ର ବ୍ରିଟେନରେ ଚହଳ ପକାଇଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ନିକୋଲାସ ମ୍ୟାଟସନ ତାଙ୍କ ପତ୍ନୀଙ୍କୁ ଏତେ ନିର୍ଦ୍ଦୟ ଭାବରେ କାହିଁକି ହତ୍ୟା କଲେ? ଏଥିପାଇଁ ଏପର୍ଯ୍ୟନ୍ତ କୌଣସି ଠୋସ୍ କାରଣ ମିଳିନାହିଁ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ତାଙ୍କ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ମୃତ ଶରୀରକୁ ଫୋପାଡିବା ପାଇଁ ନିକୋଲାସ ତାଙ୍କ ବନ୍ଧୁ ଜୋଶୁଆ ହାନକକଙ୍କ ସାହାଯ୍ୟ ଲୋଡ଼ିଥିଲେ। ଯେଉଁଥିପାଇଁ ସେ ତାଙ୍କୁ ୫୦ ପାଉଣ୍ଡ (ଭାରତୀୟ ମୁଦ୍ରାରେ ପ୍ରାୟ ୫,୨୬୪ ଟଙ୍କା) ଦେଇଥିଲେ। ଏହା ସେ କୋର୍ଟରେ ଏହା ପ୍ରକାଶ କରିଛନ୍ତି।ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ବ୍ୟକ୍ତି ମେଟସନ ମାର୍ଚ୍ଚ ମାସରେ ଏହି ହତ୍ୟା କରିଥିଲେ। ମାର୍ଚ୍ଚ ୧୭, ୨୦୨୩ରେ ସେ ନିଜ ଘରକୁ ଫେରୁଥିବା ବେଳେ ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ଏହା ପରେ ସେ ନିଖୋଜ ହୋଇଯାଇଥିଲେ। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ଅନେକ ସପ୍ତାହ ଧରି ମାର
ନୂଆଦିଲ୍ଲୀ: ବ୍ରିଟେନରୁ ଏକ ଲୋମ ହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କେବଳ ନିଜ ପତ୍ନୀଙ୍କୁ ହତ୍ୟା କରିନାହାଁନ୍ତି ବରଂ ତାଙ୍କ ଶରୀରକୁ ୨୦୦ରୁ ଅଧିକ ଖଣ୍ଡ କରିଛନ୍ତି। ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ୨୮ ବର୍ଷିୟ ନିକୋଲାସ ମ୍ୟାଟସନ ଏହାକୁ ଅସ୍ୱୀକାର କରିଆସୁଥିଲେ ମଧ୍ୟ କୋର୍ଟରେ ନିଜର ଅପରାଧକୁ ସ୍ୱୀକାର କରିଛନ୍ତି। ଅଭିଯୁକ୍ତ ମେଟସନ ୨୬ ବର୍ଷିୟ ପତ୍ନୀ ହୋଲି ବ୍ରାମଲିଙ୍କ ହତ୍ୟାକାଣ୍ଡ ସମଗ୍ର ବ୍ରିଟେନରେ ଚହଳ ପକାଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ନିକୋଲାସ ମ୍ୟାଟସନ ତାଙ୍କ ପତ୍ନୀଙ୍କୁ ଏତେ ନିର୍ଦ୍ଦୟ ଭାବରେ କାହିଁକି ହତ୍ୟା କଲେ? ଏଥିପାଇଁ ଏପର୍ଯ୍ୟନ୍ତ କୌଣସି ଠୋସ୍ କାରଣ ମିଳିନାହିଁ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ତାଙ୍କ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ମୃତ ଶରୀରକୁ ଫୋପାଡିବା ପାଇଁ ନିକୋଲାସ ତାଙ୍କ ବନ୍ଧୁ ଜୋଶୁଆ ହାନକକଙ୍କ ସାହାଯ୍ୟ ଲୋଡ଼ିଥିଲେ। ଯେଉଁଥିପାଇଁ ସେ ତାଙ୍କୁ ୫୦ ପାଉଣ୍ଡ (ଭାରତୀୟ ମୁଦ୍ରାରେ ପ୍ରାୟ ୫,୨୬୪ ଟଙ୍କା) ଦେଇଥିଲେ। ଏହା ସେ କୋର୍ଟରେ ଏହା ପ୍ରକାଶ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ବ୍ୟକ୍ତି ମେଟସନ ମାର୍ଚ୍ଚ ମାସରେ ଏହି ହତ୍ୟା କରିଥିଲେ। ମାର୍ଚ୍ଚ ୧୭, ୨୦୨୩ରେ ସେ ନିଜ ଘରକୁ ଫେରୁଥିବା ବେଳେ ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ଏହା ପରେ ସେ ନିଖୋଜ ହୋଇଯାଇଥିଲେ। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ଅନେକ ସପ୍ତାହ ଧରି ମାର୍ଚ୍ଚ ମାସରେ ଘଟିଥିବା ହତ୍ୟା ଅଭିଯୋଗକୁ ଅସ୍ୱୀକାର କରିଆସୁଥିଲା। ତେବେ ମେଟସନ ପୋଲିସ କର୍ମଚାରୀଙ୍କୁ କହିଥିଲେ ଯେ ମାର୍ଚ୍ଚ ୧୯ରେ ବ୍ରାମଲି କିଛି ମହିଳାଙ୍କ ସହ ବାହାରକୁ ଯାଇଥିଲେ। କିନ୍ତୁ ଅଭିଯୁକ୍ତ ଜଣକ ପରେ ହତ୍ୟାକାଣ୍ଡକୁ ସ୍ୱୀକାର କରିଛି କିନ୍ତୁ ଏହି ଜଘନ୍ୟ ହତ୍ୟା ପଛର କାରଣ ପ୍ରକାଶ କରିନାହାଁନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ନିକୋଲାସ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ତାଙ୍କ ରୋଷେଇ ଘରେ ରଖିଥିଲେ। ବାଥରୁମକୁ ଆଣି ଅଭିଯୁକ୍ତ ତାଙ୍କୁ ତୀକ୍ଷ୍ଣ ଛୁରୀରେ ଛୁରିରେ ଶରୀରକୁ କାଟି ଦେଇଥିଲା। ପରିବାର ସଦସ୍ୟଙ୍କଠାରୁ ଅଭିଯୋଗ ପାଇବା ପରେ ପୋଲିସ ବ୍ରାମଲିଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା।
ମାର୍ଚ୍ଚ ୨୪, ୨୦୨୩ରେ ଲିଙ୍କନଶିୟର ପୋଲିସ ଘର ଯାଞ୍ଚ କରିଥିଲେ। ତଦନ୍ତ ବେଳେ ଫ୍ଲାଟରୁ ଆମୋନିୟା ଏବଂ ବ୍ଲିଚ୍ ପାଉଡରର ପ୍ରବଳ ଗନ୍ଧ ଆସୁଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ। ଏହାପରେ ତଦନ୍ତକାରୀ ଟିମଙ୍କ ସନ୍ଦେହ ବଢ଼ିଥିଲା। ବାଥରୁମର ବାଥଟବରେ ରକ୍ତ ଦାଗ ଏବଂ ଚଟାଣରେ କଳା ଦାଗ ଦେଖାଯାଇଥିଲା। ଯେତେବେଳେ ଏହି ଦାଗଗୁଡିକ ଫୋରେନସିକ୍ ଯାଞ୍ଚ କରାଯାଇଥିଲା, ସେତେବେଳେ ବ୍ରାମଲିଙ୍କ ରକ୍ତ ବୋଲି ଜଣାପଡିଥିଲା।
ପୋଲିସ କହିଛି ଯେ ପଚରାଉଚରା ବେଳେ ମେଟସନ ଦାବି କରିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କ ଦ୍ୱାରା ଘରୋଇ ନିର୍ଯାତନାର ଶିକାର ହୋଇଥିଲେ। ସେ ତାଙ୍କ ବାହୁରେ ଆଘାତ ଚିହ୍ନ ମଧ୍ୟ ଦେଖାଇଥିଲେ। ୨୦୨୧ ମସିହାରେ ଦୁହେଁ ବିବାହ କରିଥିଲେ।
ଗୋଟିଏ ଦିନ ପରେ ବ୍ୟାସିଙ୍ଗହମର ୱିଥମ୍ ନଦୀରେ ଡାଇଭରଙ୍କ ସହାୟତାରେ ସର୍ଚ୍ଚ କରାଯାଇଥିଲା। ବାସ୍ତବରେ ନଦୀ ନିକଟ ଦେଇ ଯାଉଥିବା ଜଣେ ଯାତ୍ରୀ ପ୍ଲାଷ୍ଟିକ ବ୍ୟାଗ ଭାସୁଥିବା ବିଷୟରେ ସୂଚନା ଦେଇଥିଲେ। ଏଥିରେ ମନୁଷ୍ୟର ହାତ ମଧ୍ୟ ଦୃଶ୍ୟମାନ ହେଉଥିଲା | ଏହା ପରେ, ଖୋଜାଖୋଜି ବେଳେ ପୋଲିସ ବ୍ରାମଲିଙ୍କ ୨୨୪ ଖଣ୍ଡ ବିଖଣ୍ଡିତ ଶରୀର ଜବତ କରିଥିଲା। ତଥାପି ହୋଲି ବ୍ରାମଲିଙ୍କର କିଛି ଶରୀରର ଅଙ୍ଗ ଏପର୍ଯ୍ୟନ୍ତ ମିଳିନାହିଁ।
ଏହାସହ ଶ୍ରଦ୍ଧା ୱାଲକରଙ୍କ ହତ୍ୟାକାଣ୍ଡର ପୁନରାବୃତ୍ତି ଘଟିଛି। ମେ ୧୮, ୨୦୨୨ରେ ରାଜଧାନୀ ଦିଲ୍ଲୀର ମେହେରୁଲି ଅଞ୍ଚଳରୁ ଏପରି ଏକ ଜଘନ୍ୟ ଘଟଣାର ଖବର ସମଗ୍ର ଦେଶକୁ ଥରାଇ ଦେଇଥିଲା। ଶ୍ରଦ୍ଧା ୱାଲକରଙ୍କୁ ତାଙ୍କ ଲିଭ୍-ଇନ୍ ପାର୍ଟନର ଆଫାବ୍ ଆମିନ ପୁନାୱାଲା ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ଶରୀରକୁ ୩୫ ଖଣ୍ଡ କରି ଛତିପୁର ସମେତ ଦିଲ୍ଲୀର ବିଭିନ୍ନ ଜଙ୍ଗଲରେ ଫିଙ୍ଗି ଦେଇଥିଲା।