ପାଟଣା ଅଞ୍ଚଳରେ ତାଣ୍ଡବ ରଚିଲା କାଳବୈଶାଖୀ, ରାସ୍ତାରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ

ପାଟଣା: ପାଟଣା  ଅଞ୍ଚଳରେ ତାଣ୍ଡବ ରଚିଲା କାଳବୈଶାଖୀ। ବୁଧବାର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ଦେଖିବାକୁ ମିଳିଥିଲା। ଆଉ ଏହି କାଳବୈଶାଖୀ ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି।ସୂଚନା ଅନୁଯାୟୀ, ବାଉଁଶୁଳି ଗୁଜୁରୀ ସାହି ୩ ଘରର ଛପର ଉଡ଼ିଛି। ଏହା ବାଦ୍‌ ବାଉଁଶୁଳି-ଉଖୁଣ୍ଡା ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହେବା କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଆହୁରି ମଧ୍ୟ ଏନ୍‌ଏଚ୍‌ ୪୯ ରେଙ୍ଗାଳବେଡା ନିକଟରେ ବୋଲେରୋ ଉପରେ ଏକ ବିରାଟ ଗଛ ଡାଳ ପଡ଼ିବା ବାରଣରୁ ୪୯  ନମ୍ବର ଜାତୀୟ ରାଜ୍ୟପଥ ମଧ୍ୟ ଅବରୋଧ ହୋଇଛି। 

ପାଟଣା ଅଞ୍ଚଳରେ ତାଣ୍ଡବ ରଚିଲା କାଳବୈଶାଖୀ, ରାସ୍ତାରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ

ପାଟଣା: ପାଟଣା  ଅଞ୍ଚଳରେ ତାଣ୍ଡବ ରଚିଲା କାଳବୈଶାଖୀ। ବୁଧବାର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ଦେଖିବାକୁ ମିଳିଥିଲା। ଆଉ ଏହି କାଳବୈଶାଖୀ ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ବାଉଁଶୁଳି ଗୁଜୁରୀ ସାହି ୩ ଘରର ଛପର ଉଡ଼ିଛି। ଏହା ବାଦ୍‌ ବାଉଁଶୁଳି-ଉଖୁଣ୍ଡା ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହେବା କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଆହୁରି ମଧ୍ୟ ଏନ୍‌ଏଚ୍‌ ୪୯ ରେଙ୍ଗାଳବେଡା ନିକଟରେ ବୋଲେରୋ ଉପରେ ଏକ ବିରାଟ ଗଛ ଡାଳ ପଡ଼ିବା ବାରଣରୁ ୪୯  ନମ୍ବର ଜାତୀୟ ରାଜ୍ୟପଥ ମଧ୍ୟ ଅବରୋଧ ହୋଇଛି।