ରବିବାର ଶପଥ ନେବେ ନୀତୀଶ କୁମାର, ଉପ ମୁଖ୍ୟମନ୍ତ୍ରୀ ହେବେ ଭାଜପାର ସୁଶୀଲ ମୋଦି
ନୂଆଦିଲ୍ଲୀ,୨୬।୧: ବିହାର ରାଜନୀତିରେ ପୁଣିଥରେ ସୃଷ୍ଟି ହୋଇଛି ହଟଚମଟ। ଆରଜେଡି ହାତ ଛାଡି ନୀତୀଶ ପୁଣିଥରେ ଭାଜପା ଶିବିରକୁ ଫେରୁଥିବା ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଖବର ଆସିଛି ଯେ, ରବିବାର ଭାଜପା ସହଯୋଗରେ ସରକାର ଗଠନ କରି ନୀତୀଶ କୁମାର ଶପଥ ନେଇପାରନ୍ତି। ଭାଜପାର ବରିଷ୍ଠ ନେତା ସୁଶୀଲ ମୋଦି ପୁଣିଥରେ ନୀତୀଶଙ୍କ ଡେପୁଟି ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏହି ଆଲୋଚନା ଉପରେ ମନ୍ତବ୍ୟ ଦେଇ ସୁଶୀଲ ମୋଦି କହିଛନ୍ତି ‘ବନ୍ଦ ହୋଇଯାଇଥିବା ଦ୍ୱାରା […] The post ରବିବାର ଶପଥ ନେବେ ନୀତୀଶ କୁମାର, ଉପ ମୁଖ୍ୟମନ୍ତ୍ରୀ ହେବେ ଭାଜପାର ସୁଶୀଲ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୨୬।୧: ବିହାର ରାଜନୀତିରେ ପୁଣିଥରେ ସୃଷ୍ଟି ହୋଇଛି ହଟଚମଟ। ଆରଜେଡି ହାତ ଛାଡି ନୀତୀଶ ପୁଣିଥରେ ଭାଜପା ଶିବିରକୁ ଫେରୁଥିବା ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଖବର ଆସିଛି ଯେ, ରବିବାର ଭାଜପା ସହଯୋଗରେ ସରକାର ଗଠନ କରି ନୀତୀଶ କୁମାର ଶପଥ ନେଇପାରନ୍ତି। ଭାଜପାର ବରିଷ୍ଠ ନେତା ସୁଶୀଲ ମୋଦି ପୁଣିଥରେ ନୀତୀଶଙ୍କ ଡେପୁଟି ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି।
ଏହି ଆଲୋଚନା ଉପରେ ମନ୍ତବ୍ୟ ଦେଇ ସୁଶୀଲ ମୋଦି କହିଛନ୍ତି ‘ବନ୍ଦ ହୋଇଯାଇଥିବା ଦ୍ୱାରା ପୁଣି ଖୋଲିପାରେ, କାରଣ ରାଜନୀତି ହେଉଛି ସୁଯୋଗର ଖେଳ।’ ତେବେ ଏହି ଘଟଣାରେ ସେ ଅଧିକ କିଛି କହି ନ ଥିଲେ।
ଅନ୍ୟପଟେ ଏହି ମାମଲାରେ ନୀତୀଶ କୁମାରଙ୍କଠାରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟୀକରଣ ମାଗିଛନ୍ତି ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଭାଜପାର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ନେତାଙ୍କୁ କୌଣସି ପ୍ରକାର ଫର୍ମୁଲାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ରହିବାକୁ କହିଛନ୍ତି। ତେବେ ଦୁଇ ଦିନ ପରେ କାର୍ଯ୍ୟକାରୀ କମିଟି ବୈଠକ ସରିଲେ ନିଷ୍ପତ୍ତି ନିଆଯିବ, ଯେଉଁଥିରେ ଭାଜପାର ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି କୁହାଯାଉଛି।
ପୂର୍ବରୁ ନୀତୀଶଙ୍କୁ ‘ମୁଁ ବାପଘରକୁ ଚାଲିଯିବି’ କଟାକ୍ଷ କରିଥିବା ଗିରିରାଜ ସିଂ ଶୁକ୍ରବାର ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସ୍ଥିତିକୁ ସ୍ୱାଗତଯୋଗ୍ୟ ବୋଲି କରିଛନ୍ତି। ଏହାସହ ନୀତୀଶଙ୍କ ବିଷୟରେ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି ଗିରିରାଜ କହିଛନ୍ତି।
The post ରବିବାର ଶପଥ ନେବେ ନୀତୀଶ କୁମାର, ଉପ ମୁଖ୍ୟମନ୍ତ୍ରୀ ହେବେ ଭାଜପାର ସୁଶୀଲ ମୋଦି appeared first on Dharitri Odia News.