ମାଛ ଧରୁଥିବା ବେଳେ ଅଘଟଣ, ମାଟି ଅତଡ଼ା ଖସି ଯୁବକ ମୃତ

ନୀଳଗିରି ୧୦।୧୧:  ନଦୀରେ ମାଛ ଧରୁଥିବା ବେଳେ ଅଘଟଣ । ଅତଡା ଖସି ଯିବାରୁ ବାଉଁଶବୁଦା ଓ ମାଟି ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।  ବାଲେଶ୍ୱର ଜିଲ୍ଲା ନୀଳଗିରି ଭୋଗଡ଼ିହା ଅଞ୍ଚଳରେ ମାଛ ଧରୁଥିବା ବେଳେ ଘଟିଛି ଅଘଟଣ । କମଳା ନଦୀରେ ମାଛ ଧରୁଥିବା ବେଳେ ମାଟି ଅତଡା ଧସିଯାଇଥିଲା । ଏପିରିକି ମାଟି ସହ ବାଉଁଶ ବୁଦା ମଧ୍ୟ ଭୁଶୁଡିଯାଇଥିଲା । ବାଉଁଶବୁଦା ପଡିଯିବାରୁ ସନୁ ସିଂ ତଳେ ଚାପି ହୋଇ ରହିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଯାଇ ବହୁ କଷ୍ଟରେ ଯୁବକଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା । 

ମାଛ ଧରୁଥିବା ବେଳେ ଅଘଟଣ, ମାଟି ଅତଡ଼ା ଖସି ଯୁବକ ମୃତ

ନୀଳଗିରି ୧୦।୧୧:  ନଦୀରେ ମାଛ ଧରୁଥିବା ବେଳେ ଅଘଟଣ । ଅତଡା ଖସି ଯିବାରୁ ବାଉଁଶବୁଦା ଓ ମାଟି ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।  

ବାଲେଶ୍ୱର ଜିଲ୍ଲା ନୀଳଗିରି ଭୋଗଡ଼ିହା ଅଞ୍ଚଳରେ ମାଛ ଧରୁଥିବା ବେଳେ ଘଟିଛି ଅଘଟଣ । କମଳା ନଦୀରେ ମାଛ ଧରୁଥିବା ବେଳେ ମାଟି ଅତଡା ଧସିଯାଇଥିଲା । ଏପିରିକି ମାଟି ସହ ବାଉଁଶ ବୁଦା ମଧ୍ୟ ଭୁଶୁଡିଯାଇଥିଲା । ବାଉଁଶବୁଦା ପଡିଯିବାରୁ ସନୁ ସିଂ ତଳେ ଚାପି ହୋଇ ରହିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଯାଇ ବହୁ କଷ୍ଟରେ ଯୁବକଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା ।