ସଭ୍ୟ ପଦ ରଦ୍ଦ ମୋ’ ଉପରେ ପ୍ରଭାବ ପକାଇବନି: ପ୍ରେମାନନ୍ଦ
ଭୁବନେଶ୍ୱର,୧୧ା୪: ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି। ଏହା ପରେ ପ୍ରେମାନନ୍ଦ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସଭ୍ୟ ପଦ ରଦ୍ଦ ମୋ’ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସଭ୍ୟ ପଦ ରଦ୍ଦ ଏକ ସାଧାରଣ କଥା। ଏଥିପାଇଁ ମୁଁ ଆଦୌ ବିଚଳିତ ନୁହେଁ। ଦଳ ଆଗରୁ ଛାଡ଼ିଛି, ଏବେ ଯେଉଁ ଦଳରେ ଅଛି ତା’ ପାଇଁ କାମ କରିବି। ସୂଚନାଯୋଗ୍ୟ, ଦଳ ବଦଳ ନେଇ ବାଚସ୍ପତି […] The post ସଭ୍ୟ ପଦ ରଦ୍ଦ ମୋ’ ଉପରେ ପ୍ରଭାବ ପକାଇବନି: ପ୍ରେମାନନ୍ଦ appeared first on Dharitri Odia News.
ଭୁବନେଶ୍ୱର,୧୧ା୪: ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି। ଏହା ପରେ ପ୍ରେମାନନ୍ଦ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସଭ୍ୟ ପଦ ରଦ୍ଦ ମୋ’ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସଭ୍ୟ ପଦ ରଦ୍ଦ ଏକ ସାଧାରଣ କଥା। ଏଥିପାଇଁ ମୁଁ ଆଦୌ ବିଚଳିତ ନୁହେଁ। ଦଳ ଆଗରୁ ଛାଡ଼ିଛି, ଏବେ ଯେଉଁ ଦଳରେ ଅଛି ତା’ ପାଇଁ କାମ କରିବି।
ସୂଚନାଯୋଗ୍ୟ, ଦଳ ବଦଳ ନେଇ ବାଚସ୍ପତି ତେଲକୋଇ ବିଧାୟକ ପ୍ରେମାନନ୍ଦଙ୍କ ସଭ୍ୟ ପଦ ରଦ୍ଦ କରିଥିଲେ। କିଛିଦିନ ତଳେ ବିଜେଡି ଛାଡ଼ି ପ୍ରେମାନନ୍ଦ ଭାଜପାରେ ଯୋଗ ଦେଇଛନ୍ତି।
The post ସଭ୍ୟ ପଦ ରଦ୍ଦ ମୋ’ ଉପରେ ପ୍ରଭାବ ପକାଇବନି: ପ୍ରେମାନନ୍ଦ appeared first on Dharitri Odia News.