ଗୁଣ୍ଡିଚା ଯାତ୍ରାରେ ପାହୁଣ୍ଡେ ଗଡ଼ିଲେ ଅଝଟିଆ କାଳିଆ ଠାକୁର, ଆଜି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ ରଥଟଣା
ପୁରୀ : ଆଜି ସକାଳ ସାଢ଼େ ୯ଟା ୩୦ରୁ ଆରମ୍ଭ ହେବ ରଥଟଣା । ଗତକାଲି ପାହୁଣ୍ଡେ ଗଡ଼ିଥିଲା ନନ୍ଦିଘୋଷ । ରାତି ୭ଟା ୪୫ରେ ନନ୍ଦିଘୋଷ ପାହୁଣ୍ଡେ ଗଡ଼ି ଅଟକିଥିଲା । ପରେ ରଥଟଣାକୁ ବନ୍ଦ କରାଯାଇଥିଲା । ତିନି ରଥ ୩ଟି ସ୍ଥାନରେ ଅଟକି ରହିଛନ୍ତି । ବଡ଼ ଠାରୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକି ରହିଛି । ତାଳଧ୍ବଜ ରଥ ବାରମ୍ବାର ମୋଡ଼ ନେବା ଯୋଗୁଁ ଅନ୍ୟ ରଥ ଗଡ଼ିବାରେ […] The post ଗୁଣ୍ଡିଚା ଯାତ୍ରାରେ ପାହୁଣ୍ଡେ ଗଡ଼ିଲେ ଅଝଟିଆ କାଳିଆ ଠାକୁର, ଆଜି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ ରଥଟଣା appeared first on KNews Odisha.

ପୁରୀ : ଆଜି ସକାଳ ସାଢ଼େ ୯ଟା ୩୦ରୁ ଆରମ୍ଭ ହେବ ରଥଟଣା । ଗତକାଲି ପାହୁଣ୍ଡେ ଗଡ଼ିଥିଲା ନନ୍ଦିଘୋଷ । ରାତି ୭ଟା ୪୫ରେ ନନ୍ଦିଘୋଷ ପାହୁଣ୍ଡେ ଗଡ଼ି ଅଟକିଥିଲା । ପରେ ରଥଟଣାକୁ ବନ୍ଦ କରାଯାଇଥିଲା । ତିନି ରଥ ୩ଟି ସ୍ଥାନରେ ଅଟକି ରହିଛନ୍ତି । ବଡ଼ ଠାରୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକି ରହିଛି । ତାଳଧ୍ବଜ ରଥ ବାରମ୍ବାର ମୋଡ଼ ନେବା ଯୋଗୁଁ ଅନ୍ୟ ରଥ ଗଡ଼ିବାରେ ବିଳମ୍ବ ହୋଇଥିଲା ।
ସେହିପରି ଭକ୍ତଙ୍କ ପ୍ରବଳ ଗହଳି ହୋଇଥିଲା । ପ୍ରାୟ ଦେଢ଼ ଗୁଣ ଭକ୍ତଙ୍କ ସମାଗମ ହୋଇଥିଲା । ମିରିଚିକୋଟ ଟାଉନ ଥାନା ପାଖରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକି ରହିଛି । ସିଂହଦ୍ବାର ଆଗରେ ରହିଛି ନନ୍ଦିଘୋଷ । ରଥାରୂଢ଼ ବିଗ୍ରହ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ସକାଳ ସାଢ଼େ ୯ଟାରୁ ପୁଣି ରଥଟଣା ଆରମ୍ଭ ହେବ । ମହାପ୍ରଭୁଙ୍କ ଅପେକ୍ଷାରେ ଶରଧାବାଲି ।
ଆହୁରି ପଢ଼ନ୍ତୁ : ଶେଷରେ ଗଡ଼ିଲା ନନ୍ଦିଘୋଷ, ରାତି ୭ଟା ୪୫ରେ ଟଣାଗଲା କଳା ଠାକୁରଙ୍କ ରଥ
The post ଗୁଣ୍ଡିଚା ଯାତ୍ରାରେ ପାହୁଣ୍ଡେ ଗଡ଼ିଲେ ଅଝଟିଆ କାଳିଆ ଠାକୁର, ଆଜି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ ରଥଟଣା appeared first on KNews Odisha.