୧୦ ହଜାର ବଟି ପାଇଁ ମିଲ ମାଲିକଙ୍କୁ ଧମକ ଘଟଣା: ଜେଲ ଗଲେ ଭାଜପା ନେତା
ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ପୋଲିସ ଗୁରୁବାର ଚିକିଟି ବ୍ଲକ ଲାଲମେଣ୍ଟା ଗ୍ରାମର ଭାଜପା ନେତା ଶଙ୍କର ପ୍ରଧାନଙ୍କୁ ଗିରଫ କରି ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୮୪/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୩ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ନୂଆପଡ଼ା ଗ୍ରାମର ଇ.ସପନ କୁମାର ଓରଫ ମଣ୍ଟୁଙ୍କ ତ୍ରିପତି ଭେଙ୍କଟେଶର ରାଇସ ମିଲକୁ ଆସି ତୁମେ […] The post ୧୦ ହଜାର ବଟି ପାଇଁ ମିଲ ମାଲିକଙ୍କୁ ଧମକ ଘଟଣା: ଜେଲ ଗଲେ ଭାଜପା ନେତା appeared first on Dharitri Odia News.
ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ପୋଲିସ ଗୁରୁବାର ଚିକିଟି ବ୍ଲକ ଲାଲମେଣ୍ଟା ଗ୍ରାମର ଭାଜପା ନେତା ଶଙ୍କର ପ୍ରଧାନଙ୍କୁ ଗିରଫ କରି ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୮୪/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୩ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ନୂଆପଡ଼ା ଗ୍ରାମର ଇ.ସପନ କୁମାର ଓରଫ ମଣ୍ଟୁଙ୍କ ତ୍ରିପତି ଭେଙ୍କଟେଶର ରାଇସ ମିଲକୁ ଆସି ତୁମେ ଧାନ ବ୍ୟବସାୟ କରୁଛ। ମୋତେ ୧୦ ହଜାର ଟଙ୍କା ବଟି ଦିଅ, ନ ହେଲେ ତୁମର ବହୁତ ଅସୁବିଧା ହେବ ବୋଲି ଧମକ ଦେଇ ଚାଲି ଯାଇଥିଲେ। ପରେ ଫୋନ କରି ତୁମେ ମୋତେ ଟଙ୍କା ନ ଦେଲେ ଧାନ ବ୍ୟବସାୟ କରିପାରିବ ନାହିଁ। ଯଦି ମୋ କଥା ନ ଶୁଣିବ ତା ହେଲେ ତୁମ ମିଲ ପାଖକୁ ଲୋକ ପଠାଇବି କହି ଧମକ ଦେଇଥିଲେ। ଏନେଇ ମିଲ ମାଲିକ ସପନ ଘଟଣାର ପରଦିନ ୮ରେ କେ.ନୂଆଗାଁ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଆଇଆଇସି କିଶୋର କୁମାର ସାମଲ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଘଟଣାଦିନ ଠାରୁ ଫେରାର ଥିବା ଶଙ୍କରଙ୍କୁ ତଦନ୍ତକାରୀ ଅଧିକାରୀ ଏସ.ଆଇ ଜୟନାଥ ପ୍ରଧାନ ଗିରଫ କରିବା ସହ ସପନଙ୍କ ମୋବାଇଲ ଫୋନକୁ ଶଙ୍କର କରିଥିବା ଭଏସ ରେକର୍ଡିଂ ଏବଂ ହ୍ବାଟସଆପ ମେସେଜ କ୍ଲିପକୁ ଜବତ କରି ତାଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରିଥିଲେ। ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
The post ୧୦ ହଜାର ବଟି ପାଇଁ ମିଲ ମାଲିକଙ୍କୁ ଧମକ ଘଟଣା: ଜେଲ ଗଲେ ଭାଜପା ନେତା appeared first on Dharitri Odia News.