ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, କୁକୁଡ଼ାଚାଷ ପ୍ରଭାବିତ
ଛତ୍ରପୁର,୯ା୨(ଦିଲ୍ଲୀପ ସାମଲ): ବିଭିନ୍ନ ଦାବି ନେଇ ଦୀର୍ଘଦିନ ଧରି ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ପଶୁ ସମ୍ପଦଙ୍କ ଚିକିତ୍ସା କରାଯାଇପାରୁନାହିଁ। ଯାହା ଫଳରେ କୁକୁଡ଼ାିମାନଙ୍କ ଖାଦ୍ୟ ଯୋଗାଣ ସଂସ୍ଥା, ଟିକା ଓ ଔଷଧ ସଂସ୍ଥା, ପରିବହନ ଓ ରିଟେଲ ବ୍ୟବସାୟ ପ୍ରଭାବିତ ହେଉଛି। ଏଣୁ ଏହାର ସମାଧାନ ଲାଗି ଗଞ୍ଜାମ ଜିଲ କୁକୁଡ଼ା ଚାଷୀ ସଂଘ ପକ୍ଷରୁ ଶୁକ୍ରବାର ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ […] The post ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, କୁକୁଡ଼ାଚାଷ ପ୍ରଭାବିତ appeared first on Dharitri Odia News.
ଛତ୍ରପୁର,୯ା୨(ଦିଲ୍ଲୀପ ସାମଲ): ବିଭିନ୍ନ ଦାବି ନେଇ ଦୀର୍ଘଦିନ ଧରି ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ପଶୁ ସମ୍ପଦଙ୍କ ଚିକିତ୍ସା କରାଯାଇପାରୁନାହିଁ। ଯାହା ଫଳରେ କୁକୁଡ଼ାିମାନଙ୍କ ଖାଦ୍ୟ ଯୋଗାଣ ସଂସ୍ଥା, ଟିକା ଓ ଔଷଧ ସଂସ୍ଥା, ପରିବହନ ଓ ରିଟେଲ ବ୍ୟବସାୟ ପ୍ରଭାବିତ ହେଉଛି। ଏଣୁ ଏହାର ସମାଧାନ ଲାଗି ଗଞ୍ଜାମ ଜିଲ କୁକୁଡ଼ା ଚାଷୀ ସଂଘ ପକ୍ଷରୁ ଶୁକ୍ରବାର ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲା କୁକୁଡ଼ା ଚାଷୀ ସଂଘର ଉପ ସଭାପତି ବିଜୟ ଚନ୍ଦ୍ର ଗୌଡ଼, ସମ୍ପାଦକ ଶେଖ୍ ଅବଦୁଲ ତାଜ, କୋଷାଧ୍ୟକ୍ଷ ବାବୁଲି ନାହାକ, ଚାଷୀ ତ୍ରିନାଥ ରେଡ୍ଡୀଙ୍କ ସମେତ ବହୁ କୁକୁଡ଼ା ଚାଷୀ ଉପସ୍ଥିତ ଥିଲେ।
The post ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, କୁକୁଡ଼ାଚାଷ ପ୍ରଭାବିତ appeared first on Dharitri Odia News.