ଦିଲ୍ଲୀରେ ଡିଲ ପକ୍କା, ୪ରେ ଏଏପି, ୩ରେ ଲଢିବ କଂଗ୍ରେସ ଅନ୍ୟ ରାଜ୍ୟ ପାଇଁ ବି ହେଲା ମେଣ୍ଟ
ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ସିଟ ଶେୟାରିଂ ଘୋଷଣା କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ତଥା ଏମପି ମୁକୁଲ ୱାସନିକ କହିଛନ୍ତି ଯେ ଦିଲ୍ଲୀ ଲୋକ ସଭାରେ ସାତୋଟି ଆସନ ଅଛି। ଏଥିମଧ୍ୟରୁ ଆମ ଆଦମୀ ପାର୍ଟି ଚାରିଟି ଆସନରେ ନିର୍ବାଚନ ଲଢିବେ। ଏଥିମଧ୍ୟରେ ନୂଆଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ ଏବଂ ପୂର୍ବ ଦିଲ୍ଲୀ ଅନ୍ତର୍ଭୁକ୍ତ। କଂଗ୍ରେସ ନେତା ମୁକୁଲ ୱାସନିକ ସାମ୍ବାଦିକ […] The post ଦିଲ୍ଲୀରେ ଡିଲ ପକ୍କା, ୪ରେ ଏଏପି, ୩ରେ ଲଢିବ କଂଗ୍ରେସ ଅନ୍ୟ ରାଜ୍ୟ ପାଇଁ ବି ହେଲା ମେଣ୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ସିଟ ଶେୟାରିଂ ଘୋଷଣା କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ତଥା ଏମପି ମୁକୁଲ ୱାସନିକ କହିଛନ୍ତି ଯେ ଦିଲ୍ଲୀ ଲୋକ ସଭାରେ ସାତୋଟି ଆସନ ଅଛି। ଏଥିମଧ୍ୟରୁ ଆମ ଆଦମୀ ପାର୍ଟି ଚାରିଟି ଆସନରେ ନିର୍ବାଚନ ଲଢିବେ। ଏଥିମଧ୍ୟରେ ନୂଆଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ ଏବଂ ପୂର୍ବ ଦିଲ୍ଲୀ ଅନ୍ତର୍ଭୁକ୍ତ।
କଂଗ୍ରେସ ନେତା ମୁକୁଲ ୱାସନିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କଂଗ୍ରେସ ୩ଟି ଆସନରେ ନିର୍ବାଚନ ଲଢିବ। ଏଥିମଧ୍ୟରୁ ସେ ଚାନ୍ଦନୀ ଚୌକ, ଉତ୍ତର ପୂର୍ବ ଏବଂ ଉତ୍ତର ପଶ୍ଚିମ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ସହିତ ଗୁଜରାଟ, ହରିୟାଣା, ଚଣ୍ଡିଗଡ଼ ଏବଂ ଗୋଆରେ କଂଗ୍ରେସ ଏବଂ ଏଏପି ମଧ୍ୟରେ ଆସନ ବଣ୍ଟନ ଘୋଷଣା କରାଯାଇଥିଲା।
ତେବେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ କୌଣସି ମେଣ୍ଟ ନାହିଁ। ଉଭୟ ଦଳ ଅଲଗା ଅଲଗା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଚଣ୍ଡିଗଡ଼ ଆସନ କଂଗ୍ରେସ ଆକାଉଣ୍ଟକୁ ଆସିଛି। ହରିୟାଣାରେ କଂଗ୍ରେସ ୯ଟି ଆସନରେ ଏବଂ ଗୋଟିଏ ସିଟରେ ଏଏପି ପ୍ରତିଦ୍ୱନ୍ଦ୍ୱିତା କରିବ।
The post ଦିଲ୍ଲୀରେ ଡିଲ ପକ୍କା, ୪ରେ ଏଏପି, ୩ରେ ଲଢିବ କଂଗ୍ରେସ ଅନ୍ୟ ରାଜ୍ୟ ପାଇଁ ବି ହେଲା ମେଣ୍ଟ appeared first on Dharitri Odia News.