କାହା ଫି’ ୨୦୦ କୋଟି ତ କିଏ ପାଇଛନ୍ତି ୧୫୦ କୋଟି ? କେଉଁଠି ଖର୍ଚ୍ଚ ହେବ ୧୬୦୦ କୋଟି...
ନୂଆଦିଲ୍ଲୀ ୧୦।୦୭: ରଣବୀର କପୁରଙ୍କ ବିଗ୍ ବଜେଟ୍ ଫିଲ୍ମ 'ରାମାୟଣ' । ଫିଲ୍ମର ପ୍ରଥମ ଝଲକ ଅର୍ଥାତ୍ ଟିଜର ହୋଇଛି ରିଲିଜ୍ । ଏହା ପରଠାରୁ ଫ୍ୟାନ୍ସଙ୍କ ମଧ୍ୟରେ ବଢୁଛି ଉତ୍ସାହ । ଫିଲ୍ମର ବଜେଟ୍ ଅନେକ ବିଗ୍ ବଜେଟ୍ ଫିଲ୍ମକୁ ପଛରେ ପକାଇଛି । ଫିଲ୍ମଟି ଯେଉଁ ବଜେଟରେ ତିଆରି ହେଉଛି ତାହା ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଫିଲ୍ମ ଉପରେ ଖର୍ଚ୍ଚ ହୋଇନାହିଁ । ଫିଲ୍ମଟି ସବୁଠାରୁ ମହଙ୍ଗା ଫିଲ୍ମ ତାଲିକାରେ ଥିବା ୬୦୦ କୋଟିର କଳକି ୨୮୯୮ ଏଡି , ଆରଆରଆର ଏବଂ ୫୫୦ କୋଟିର ଆଦିପୁରୁଷକୁ ପଛରେ ପକାଇବ। ଫିଲ୍ମର ପ୍ରଯୋଜକ ହେଉଛନ୍ତି ନମିତ ମାଲହୋତ୍ରା । କୁହାଯାଉଛି କି ଫିଲ୍ମ ତିଆରି ପାଇଁ ଖର୍ଚ୍ଚ ହେବ ମୋଟ ୧୬୦୦ କୋଟି ଟଙ୍କା । ବଲିଉଡ ହଙ୍ଗାମା ଅନୁଯାୟୀ ଫିଲ୍ମର ପ୍ରଥମ ଭାଗ ୯୦୦ କୋଟି ଟଙ୍କାରେ ନିର୍ମିତ ହେବ ଏବଂ ଦ୍ୱିତୀୟ ଭାଗ ୭୦୦ କୋଟି ଟଙ୍କାରେ ହେବ ନିର୍ମିତ । ତଥାପି ଏହା ମଧ୍ୟ କୁହାଯାଇଛି ଯେ ଏଥିରେ ପ୍ରିଣ୍ଟ ଏବଂ ବିଜ୍ଞାପନର ଖର୍ଚ୍ଚ ସାମିଲ ହୋଇନାହିଁ । ଏହା ସ୍ପଷ୍ଟ ଯେ ପ୍ରିଣ୍ଟ ଏବଂ ବିଜ୍ଞାପନର ଖର୍ଚ୍ଚ ଯୋଡ଼ିଲେ ଏହି ବଜେଟ୍ ଆହୁରି ବଢିପାରେ । କୁହାଯାଉଛି କି ଫିଲ୍ମର ଦ୍ୱିତୀୟ ଭାଗର ବଜେଟ୍ ପ୍ରଥମ ଅପେକ୍ଷା କମ୍ ହେବାକୁ ଯାଉଛି । କାରଣ ସେଟ୍ ଏବଂ ଚରିତ୍ରଗୁଡ଼ିକର ନିର୍ମାଣ ସହିତ ପ୍ରଥମ ଫିଲ୍ମରେ ବ୍ୟବହୃତ ଡିଜାଇନ୍ ମଧ୍ୟ ଦ୍ୱିତୀୟଥର ପାଇଁ ବ୍ୟବହାର କରାଯିବ। ଦ୍ୱିତୀୟ ଭାଗ ପାଇଁ କେବଳ ଆକ୍ସନ୍ ସିକ୍ୱ
ନୂଆଦିଲ୍ଲୀ ୧୦।୦୭: ରଣବୀର କପୁରଙ୍କ ବିଗ୍ ବଜେଟ୍ ଫିଲ୍ମ 'ରାମାୟଣ' । ଫିଲ୍ମର ପ୍ରଥମ ଝଲକ ଅର୍ଥାତ୍ ଟିଜର ହୋଇଛି ରିଲିଜ୍ । ଏହା ପରଠାରୁ ଫ୍ୟାନ୍ସଙ୍କ ମଧ୍ୟରେ ବଢୁଛି ଉତ୍ସାହ । ଫିଲ୍ମର ବଜେଟ୍ ଅନେକ ବିଗ୍ ବଜେଟ୍ ଫିଲ୍ମକୁ ପଛରେ ପକାଇଛି । ଫିଲ୍ମଟି ଯେଉଁ ବଜେଟରେ ତିଆରି ହେଉଛି ତାହା ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଫିଲ୍ମ ଉପରେ ଖର୍ଚ୍ଚ ହୋଇନାହିଁ । ଫିଲ୍ମଟି ସବୁଠାରୁ ମହଙ୍ଗା ଫିଲ୍ମ ତାଲିକାରେ ଥିବା ୬୦୦ କୋଟିର କଳକି ୨୮୯୮ ଏଡି , ଆରଆରଆର ଏବଂ ୫୫୦ କୋଟିର ଆଦିପୁରୁଷକୁ ପଛରେ ପକାଇବ। ଫିଲ୍ମର ପ୍ରଯୋଜକ ହେଉଛନ୍ତି ନମିତ ମାଲହୋତ୍ରା । କୁହାଯାଉଛି କି ଫିଲ୍ମ ତିଆରି ପାଇଁ ଖର୍ଚ୍ଚ ହେବ ମୋଟ ୧୬୦୦ କୋଟି ଟଙ୍କା ।
ବଲିଉଡ ହଙ୍ଗାମା ଅନୁଯାୟୀ ଫିଲ୍ମର ପ୍ରଥମ ଭାଗ ୯୦୦ କୋଟି ଟଙ୍କାରେ ନିର୍ମିତ ହେବ ଏବଂ ଦ୍ୱିତୀୟ ଭାଗ ୭୦୦ କୋଟି ଟଙ୍କାରେ ହେବ ନିର୍ମିତ । ତଥାପି ଏହା ମଧ୍ୟ କୁହାଯାଇଛି ଯେ ଏଥିରେ ପ୍ରିଣ୍ଟ ଏବଂ ବିଜ୍ଞାପନର ଖର୍ଚ୍ଚ ସାମିଲ ହୋଇନାହିଁ । ଏହା ସ୍ପଷ୍ଟ ଯେ ପ୍ରିଣ୍ଟ ଏବଂ ବିଜ୍ଞାପନର ଖର୍ଚ୍ଚ ଯୋଡ଼ିଲେ ଏହି ବଜେଟ୍ ଆହୁରି ବଢିପାରେ । କୁହାଯାଉଛି କି ଫିଲ୍ମର ଦ୍ୱିତୀୟ ଭାଗର ବଜେଟ୍ ପ୍ରଥମ ଅପେକ୍ଷା କମ୍ ହେବାକୁ ଯାଉଛି । କାରଣ ସେଟ୍ ଏବଂ ଚରିତ୍ରଗୁଡ଼ିକର ନିର୍ମାଣ ସହିତ ପ୍ରଥମ ଫିଲ୍ମରେ ବ୍ୟବହୃତ ଡିଜାଇନ୍ ମଧ୍ୟ ଦ୍ୱିତୀୟଥର ପାଇଁ ବ୍ୟବହାର କରାଯିବ। ଦ୍ୱିତୀୟ ଭାଗ ପାଇଁ କେବଳ ଆକ୍ସନ୍ ସିକ୍ୱେନ୍ସ ବାକି ରହିବ। ଫିଲ୍ମର ପ୍ରଯୋଜକମାନେ ପ୍ରଥମ ଏବଂ ଦ୍ୱିତୀୟ ଭାଗର ବଜେଟ୍ ପୃଥକ ରଖୁନାହାଁନ୍ତି ବରଂ ଗୋଟିଏ ଫ୍ରାଞ୍ଚାଇଜ୍ ଅନୁସାରେ ବଜେଟ୍ ଦେଖୁଛନ୍ତି।
siyasat.com ଅନୁଯାୟୀ, ଫିଲ୍ମରେ ଭଗବାନ ରାମ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର କପୁର । ଆଉ ରଣବୀର ପ୍ରତ୍ୟେକ ଭୂମିକା ପାଇଁ ୭୫ କୋଟି ଅର୍ଥାତ୍ ୧୫୦ କୋଟି ଟଙ୍କା ନେଉଛନ୍ତି । ସୀତା ଭୂମିକାରେ ନଜର ଆସୁଥିବା ସାଇ ପଲ୍ଲବୀ ଗୋଟିଏ ଫିଲ୍ମ ପାଇଁ ୬ କୋଟି ଟଙ୍କା ନେବେ ଅର୍ଥାତ୍ ୨ଟି ଭାଗ ପାଇଁ ସେ ମୋଟ ୧୨ କୋଟି ଟଙ୍କା ନେବେ ଫି। ଫିଲ୍ମରେ ସନି ଦେଓଲ ହନୁମାନ ଭୂମିକାରେ ଅଭିନୟ କରିବେ ଏବଂ ୟଶ ରାବଣ ଭୂମିକାରେ ନଜର ଆସିବେ। ସେମାନେ କେତେ ଫି ନେବେ ତା ବିଷୟରେ କୌଣସି ସୂଚନା ମିଳିନାହିଁ ।
ତେବେ କିଛି ପୁରୁଣା ରିପୋର୍ଟରେ ଦାବି କରାଯାଇଥିଲା ଯେ ରାବଣ ଭୂମିକା ପାଇଁ ୟଶ ମୋଟ ୨୦୦ କୋଟି ଟଙ୍କା ଚାର୍ଜ କରିବାକୁ ଯାଉଛନ୍ତି । ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ୟଶ ଫିଲ୍ମର ମୁଖ୍ୟ ଚରିତ୍ରଠାରୁ ଅଧିକ ଚାର୍ଜ କରିପାରନ୍ତି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଥମ ଭାଗ ୨୦୨୬ ଦୀପାବଳିରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ରିଲିଜ୍ ହେବ।